ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଗୁଜରାଟର CM ପଦରୁ ଅଚାନକ ଇସ୍ତଫା ଦେଲେ ବିଜୟ ରୁପାଣୀ; ପରବର୍ତ୍ତୀ CM ଉପରେ ଚର୍ଚ୍ଚା ଜୋର୍

ଗୁଜରାଟର CM ପଦରୁ ଅଚାନକ ଇସ୍ତଫା ଦେଲେ ବିଜୟ ରୁପାଣୀ; ପରବର୍ତ୍ତୀ CM ଉପରେ ଚର୍ଚ୍ଚା ଜୋର୍

Vijay Rupani resigns as Gujarat CM; new names in race | ମୁଖ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜୟ ରୁପାଣୀ କହିଥିଲେ ଯେ ତାଙ୍କ ଭଳି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମୁଖ୍ୟ ମନ୍ତ୍ରୀ ଦାୟିତ୍ୱ ଦେଇଥିବାରୁ ସେ ଭାରତୀୟ ଜନତା ପାର୍ଟି ପ୍ରତି କୃତଜ୍ଞ । ତାଙ୍କ କାର୍ଯ୍ୟକାଳରେ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନ ମିଳିଥିଲା ବୋଲି ସେ କହିଥିଲେ ।

ଗୁଜରାଟର CM ପଦରୁ ଅଚାନକ ଇସ୍ତଫା ଦେଲେ ବିଜୟ ରୁପାଣୀ; ପରବର୍ତ୍ତୀ CM ଉପରେ ଚର୍ଚ୍ଚା ଜୋର୍
ବିଜୟ ରୂପାଣୀ
  • News18 Odia
  • Last Updated: September 11, 2021, 6:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗୁଜରାଟର ମୁଖ୍ୟ ମନ୍ତ୍ରୀ ବିଜୟ ରୁପାଣୀ (Chief Minister Vijay Rupani) ହଠାତ୍ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ରାଜ୍ୟରେ ମୁଖ୍ୟ ମନ୍ତ୍ରୀ ପଦ ପାଇଁ ଦୌଡ଼ ତୀବ୍ର ହୋଇଛି । ରୁପାଣୀ କାହିଁକି ଇସ୍ତଫା ପତ୍ର ଦାଖଲ କଲେ ତାହା ଏବେ ସ୍ପଷ୍ଟ ହୋଇନି । ସେ ଇସ୍ତଫା ଦେବାକୁ ଯିବା ବେଳେ ତାଙ୍କ ସହ ନିତିନ ପଟେଲ ଓ ଭୁପେନ୍ଦ୍ର ଯାଦବ ଥିଲେ।

ରୁପାଣୀଙ୍କ ଇସ୍ତଫା ପରେ ଗୁଜରାଟର ପରବର୍ତ୍ତୀ ମଖ୍ୟ ମନ୍ତ୍ରୀ ରୂପେ ନୀତିନ ଭାଇ ପଟେଲ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଅ, ସି.ଆର୍‌. ପାଟିଲ ଓପ୍ରଫୁଲ୍ଲ ପଟେଲଙ୍କ ନାମ ଆଗରେ ଅଛି । ରାଜ୍ୟରେ ବିଜେପି ବିଧାନସଭା ଦଳର ଏକ ବୈଠକ ଡକାଯାଇଛି ଓ ସନ୍ଧ୍ୟା ସୁଦ୍ଧା ସବୁ ବିଜେପି ବିଧାୟକମାନଙ୍କୁ ଗାନ୍ଧିନଗର ପହଞ୍ଚିବାକୁ କୁହାଯାଇଛି ବୋଲି ଖବର ଆସିଛି । ବର୍ତ୍ତମାନ ଦଳ ଭିତରେ ଏ ବାବଦରେ ଏକ ବୈଠକ ଚାଲିଛି । କୁହାଯାଉଛି ଯେ ନିତିନ ଭାଇ ପଟେଲଙ୍କ ନାମ ମୁଖ୍ୟ ମନ୍ତ୍ରୀ ଦୌଡ଼ରେ ଆଗରେ ରହିଛି ।

ଏହା ବି ପଢ଼ନ୍ତୁ | ‘‘ମୁଁ ଏଇ ବିଲଡିଂକୁ ଏଇଠି, ଏବେ ଭାଙ୍ଗିଦେବି’’: ଆନ୍ଧ୍ର ମନ୍ତ୍ରୀ ଓଡ଼ିଶା ଭିତରେ ପଶି ନାଲି ଆଖି ଦେଖାଇଲେ

ଯେହେତୁ ନିତିନ ଭାଇ ପଟେଲ ପଟିଦାର ସମ୍ପ୍ରଦାୟରୁ ଆସି଼ୁଛନ୍ତି ଓ ଏହି ସମ୍ପ୍ରଦାୟର ରାଜ୍ୟରେ ବହୁତ ପ୍ରାଧାନ୍ୟ ରହିଛି, ତେଣୁ ତାଙ୍କୁ ଏକ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସି.ଆର. ପାଟିଲ ହେଉଛନ୍ତି ଗୁଜରାଟ ବିଜେପିର ମୁଖ୍ୟ, ଆଉ ପୁରୁଷୋତ୍ତମମ୍ ରୁପାଲା ହେଉଛନ୍ତି ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା । ଏବେ ଉଭୟ ରୁପାଲା ଓ ମାଣ୍ଡଭିଅ କେନ୍ଦ୍ର କ୍ୟାବିନେଟରେ ଅଛନ୍ତି । ସୂଚନା ଅନୁସାରେ ନିକଟରେ କେନ୍ଦ୍ର କ୍ୟାବିନେଟ୍ ବିସ୍ତାର ହୋଇଥିବାରୁ ଏହି ଦୁଇ ନେତାଙ୍କ ନାମ ବ୍ୟତୀତ ଆହୁରି ଅନେକ ନାମ ଉପରେ ନୂଆ ମୁଖ୍ୟ ମନ୍ତ୍ରୀ ପାଇଁ ଚର୍ଚ୍ଚା ଚାଲିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆଖି ବୁଜିଲେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ; SCB ବିରୋଧରେ ଆଣିଥିଲେ ଅଭିଯୋଗ

ଗୁଜରାଟର ପରବର୍ତ୍ତୀ ମୁଖ୍ୟ ମନ୍ତ୍ରୀଙ୍କ ସମ୍ପର୍କରେ ରବିବାର ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି କେନ୍ଦ୍ର ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କହିଛନ୍ତି । ଇସ୍ତଫା ଦେବା ପରେ ରୁପାଣୀ କହିଛନ୍ତି ଯେ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ​​ନୂଆ ମୁଖ୍ୟ ମନ୍ତ୍ରୀଙ୍କ ନେତୃତ୍ୱରେ ଲଢ଼ାଯିବ।

ବିଜୟ ରୂପାଣୀ ୨୬ ଡିସେମ୍ବର ୨୦୧୭ରେ ଦ୍ୱିତୀୟ ଥର ପାଇଁ ଗୁଜରାଟର ମୁଖ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଗୁଜୁରାଟରେ ୧୮୨ଟି ବିଧାନ ସଭା ଆସନ ମଧ୍ୟରୁ ୯୯ଟି ଜିତି ବିଜେପି ବହୁମତ ହାସଲ କରିଛି । ବିଜେପିର ବିଧାନ ସଭା ଦଳର ବୈଠକରେ ରୁପାଣୀ ବିଧାନ ସଭା ଦଳର ନେତା ଓ ନିତିନ ପଟେଲ ଉପନେତା ଭାବରେ ନିର୍ବାଚିତ ହୋଇଥିଲେ ।

ଏହା ବି ପଢ଼ନ୍ତୁ | କଟକରେ ବଢ଼ିବ ନାହିଁ ଦୁର୍ଗା ମୂର୍ତ୍ତିର ଉଚ୍ଚତା; ରାଜ୍ୟରେ କଟକଣା କାଏମ୍ରହିବ ବୋଲି ସ୍ପଷ୍ଟ କଲେ ସରକାର

‘‘ମୋ’ ଭଳି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମୁଖ୍ୟ ମନ୍ତ୍ରୀ ପଦର ଦାୟିତ୍ୱ ଦେଇଥିବାରୁ ମୁଁ ଭାରତୀୟ ଜନତା ପାର୍ଟି ପ୍ରତି କୃତଜ୍ଞତା ଜଣାଉଛି । ମୋ’ କାର୍ଯ୍ୟକାଳରେ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ବିଶେଷ ମାର୍ଗଦର୍ଶନ ମୋତେ ମିଳିଥିଲା । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଗୁଜୁରାଟ ଏକ ନୂଆ ଦିଗକୁ ଛୁଇଁଛି ଓ ସାମଗ୍ରିକ ବିକାଶ ପଥରେ ଆଗକୁ ବଢ଼ିଛି,’’ ମୁଖ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କହିଥିଲେ ବିଜୟ ରୁପାଣୀ ।



ରୁପାଣୀ ଆହୁରି କହିଥିଲେ ଯେ ମୁଖ୍ୟ ମନ୍ତ୍ରୀ ରୂପେ ତାଙ୍କୁ ଜେ.ପି. ନଡ୍ଡାଙ୍କ ମାର୍ଗଦର୍ଶନ ବି ମିଳିଥିଲା । ‘‘ବର୍ତ୍ତମାନ ମୁଁ ଯାହା ବି ଦାୟିତ୍ୱ ପାଇବି ତାକୁ ନିର୍ବାହ କରିବି ।ଆମେ ପଦ ନୁହେଁ, ଦାୟିତ୍ୱରେ ବିଶ୍ୱାସ କରୁ । ମୋତେ ଦିଆଯାଇଥିବା ଦାୟିତ୍ ମୁଁ ପୂରଣ କରିଛି ।ଆମେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜ୍ୟ ନିର୍ବାଚନ ଲଢ଼ୁ, ଆଉ ତାଙ୍କ ନେତୃତ୍ୱରେ ୨୦୨୨ ନିର୍ବାଚନ ବି ଲଢ଼ିବୁ,’’ ସେ କହିଥିଲେ ।
Published by: Anand S.T. Das
First published: September 11, 2021, 6:27 PM IST