କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ; ମିଳୁଛି କୋଟି କୋଟି ନଗଦ ଟଙ୍କା

ପାଟଣାର କିଶାନଗଞ୍ଜରେ ଗ୍ରାମୀଣ କାର୍ଯ୍ୟ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରାୟଙ୍କ ବାସଭବନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍। ମିଳୁଛି କୋଟି କୋଟି ନଗଦ ଟଙ୍କା ।

ପ୍ରତୀକାତ୍ମକ ଛବି

ପ୍ରତୀକାତ୍ମକ ଛବି

  • Share this:
News 18 Digital Digital

ବିହାର: ବେଆଇନ ସମ୍ପତ୍ତି ହାସଲ କରିଥିବା ଅଧିକାରୀ ମାନଙ୍କୁ ଧରିବାରେ ଭିଜିଲାନ୍ସ ବିଭାଗ ପୂରା ସକ୍ରିୟ ରହିଛି। ଶନିବାର ଦିନ ପାଟଣାର ରୂପସପୁରରେ ଅବସ୍ଥିତ କିଶାନଗଞ୍ଜରେ ଗ୍ରାମୀଣ କାର୍ଯ୍ୟ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରାୟଙ୍କ ବାସଭବନରେ ଚଢାଉ ଜାରିରଖିଛି। ପ୍ରାୟ ଏକ କୋଟି ନଗଦ ଟଙ୍କା  ସହ ଜମି କାଗଜପତ୍ର ଓ ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଏହି ଚଢ଼ାଉର ନେତୃତ୍ୱ ନେଉଥିବା ଡିଏସପି ସୁଜିତ କୁମାର କହିଛନ୍ତି ଯେ ସକାଳ ୧୦.୩୦ରୁ ଏହି ଚଢ଼ାଉ ଜାରି ରହିଛି। ପାଟନା ବ୍ୟତୀତ କିଶାନଗଞ୍ଜରେ ମଧ୍ୟ ଚଢ଼ାଉ କରାଯାଉଛି।

ପାଟନାରେ ଅବସ୍ଥିତ ଘରୁ ବହୁ ନଗଦ ଟଙ୍କା ମିଳିଛି ଯାହା ପ୍ରାୟ ଏକ କୋଟି ହୋଇପାରେ। ଏପର୍ଯ୍ୟନ୍ତ ଗଣା ଯାଇ ନାହିଁ। ଏହା ସହିତ ବହୁ ପରିମାଣର ସୁନା ଓ ରୂପା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ବ୍ୟାଙ୍କ ବିବରଣୀ ମଧ୍ୟ ମିଳିଛି। ଚଢ଼ାଉ ଜାରି ରହିଛି। ସମ୍ପୂର୍ଣ୍ଣ ଆକଳନ ସ୍ପଷ୍ଟ ହୋଇ ନାହିଁ।

ସୁଜିତ କହିଛନ୍ତି ଯେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରାୟ ବେଆଇନ ସମ୍ପତ୍ତି ହାସଲ କରିଛନ୍ତି ବୋଲି ଏକ ଅଭିଯୋଗ ଆସିଥିଲା । ଏହା ପରେ ଆମେ ଯେତେବେଳେ ସନ୍ଧାନ କଲୁ ଜାଣିବାକୁ ପାଇଲୁ ଏହା ସଠିକ୍ ବୋଲି। ଏଥିରେ, ଆମେ କେସ୍ ନଂ ୪୩/୨୨ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛୁ ।
Published by:Sujit Swain
First published: