News18 Odia Digital
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ (Sonu Sood) କେବଳ କରୋନା ଯୁଗରେ ଗରିବଙ୍କ ଭଗବାନ ଭାବରେ ନୁହନ୍ତି, ବରଂ ଲୋକଙ୍କ ପାଇଁ ପ୍ରେରଣା ଭାବରେ ଉଭା ହୋଇଛନ୍ତି । ଅଭିନେତାଙ୍କ ଭଲ କାର୍ଯ୍ୟ ବିଷୟରେ ଆଲୋଚନା ବର୍ତ୍ତମାନ ଅତି ସାଧାରଣ ହୋଇଗଲାଣି । କାରଣ ସେ ପ୍ରତ୍ୟେକ ସମୟରେ ନିଜର ଆନ୍ତରିକ ହୃଦୟରେ ଏହା ପ୍ରମାଣ କରୁଛନ୍ତି । ଯେଉଁଥିପାଇଁ ତାଙ୍କୁ ବିଭିନ୍ନ ଉପାୟରେ ସମ୍ମାନିତ କରାଯାଇଛି । ବର୍ତ୍ତମାନ ସୋନୁ ସୁଦ ନିଜର ଗୋଟିଏ ଭିଡିଓକୁ ନେଇ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି । ବିଶେଷ କଥା ହେଉଛି ଏହି ଭିଡିଓରେ ସୋନୁ ଅନ୍ୟମାନଙ୍କ ପାଇଁ ନୁହେଁ, ନିଜ ପାଇଁ କିଛି କରୁଥିବା ଦେଖାଯାଉଛି ।
ଏହିଭିଡିଓରେ ସୋନୁ ସୁଦଙ୍କ ଲୁକ୍କାୟିତ ପ୍ରତିଭା ବାହାରକୁ ଆସିଛି । ଯେଉଁଥିରେ ସେ ସୁଟିଂ ସେଟରେ ନଜର ଆସିଛନ୍ତି । ଭିଡିଓରେ ସୋନୁ ସୁଦ ଦୋସା ତିଆରି କରୁଥିବା ଦେଖିବାକୁ ମିଳୁଛି । ଅଭିନେତା ଏହି ଭିଡିଓକୁ ନିଜ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ଭଲ ଓ କୁରକୁରେ ଦୋସା ତିଆରି କରିବା ପାଇଁ ସମସ୍ତଙ୍କୁ ଟିପ୍ସ ଦେଉଥିବାର ନଜର ଆସୁଛନ୍ତି । ସୋନୁ ସୁଦଙ୍କ ଏହି ଲୁକ୍କାୟିତ ପ୍ରତିଭା ଦେଖି ଅଭିନେତାଙ୍କ ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି । ଯେଉଁମାନେ ମମାନେ ନ୍ତବ୍ୟ ଦେଉଛନ୍ତି ସେମାନେ ପ୍ରଶଂସା କରୁଛନ୍ତି ।
ସୋନୁ ସୁଦଙ୍କ ଏହି କଳାକୁ ନେଇ ଫରାହ ଖାନ ମଧ୍ୟ ବହୁତ ଖୁସି ହୋଇଯାଇଛନ୍ତି । ଯାହାଫଳରେ ସେ ଅଭିନେତାଙ୍କ ରନ୍ଧନ ଦକ୍ଷତାରେ ଖୁସି ହୋଇ ନିଜ ଘରକୁ ନିମନ୍ତ୍ରଣ କରିଛନ୍ତି । ଅଭିନେତାଙ୍କ ଭିଡିଓ ଉପରେ ମନ୍ତବ୍ୟ ଦେଇ ଫରାହ ଖାନ ଲେଖିଛନ୍ତି - 'ଘର ଆଜା ଫିର' । ଭିଡିଓରେ ସୋନୁ ସୁଦ ଏକ ମଜାଳିଆ ଢ଼ଙ୍ଗରେ କହିଛନ୍ତି ଯେ ନିର୍ମାତାମାନେ ତାଙ୍କୁ ଦୋସା ତିଆରି କରିବା ପାଇଁ ଦିନେ ସେଟରେ ଡାକିଥିଲେ । ଯେତେବେଳେ କି, ଆଜି ତାଙ୍କର ଛୁଟିଦିନ ଥିଲା ।
ସୋନୁ ସୁଦଙ୍କ ଦୋସା ତିଆରି କରିବାର ଶୈଳୀ ଦେଖି ତାଙ୍କ ପ୍ରଶଂସକମାନେ ତାଙ୍କ ଉପରେ ବହୁତ ପ୍ରଭାବିତ ହୋଇଛନ୍ତି । ସେ ଯେପରି ଭାବରେ ଦୋସା ପରିବେଷଣ କରୁଛନ୍ତି, ତାଙ୍କ ପ୍ରଶଂସକମାନେ ଏହି ଶୈଳୀକୁ ବହୁତ ପସନ୍ଦ କରୁଛନ୍ତି । କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ତାଙ୍କୁ ନିକଟରେ ଏକ ପଞ୍ଜାବୀ ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଅଭିନେତା ଆଜିକାଲି ନିଜ ଫିଲ୍ମ 'କିସାନ'କୁ ନେଇ ବ୍ୟସ୍ତ ଅଛନ୍ତି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।