Video: ଭାରତୀୟ କ୍ଷେପଣାସ୍ତ୍ର ପାକିସ୍ତାନୀ ବଙ୍କରକୁ ନଷ୍ଟ କଲା, ଲଞ୍ଚ ପ୍ୟାଡ୍ ଉଡ଼େଇଲା; ୭ ସୈନିକ ମାରିଲା

Pakistan Ceasefire violations: ଭିଡିଓରେ ସ୍ପଷ୍ଟ ଦିଶୁଛି କେମିତି ଜମ୍ମୁ କାଶ୍ମୀରର ବାରମୁଳା, କୁପୱାଡ଼ା ଓ ବାନ୍ଦିପୋରା ଆଦି ଅଞ୍ଚଳରେ ବ୍ୟାପିଥିବା ପାକିସ୍ତାନୀ ବଙ୍କର ଉପରେ ଭାରତୀୟ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ଓ ରକେଟ୍ ମାଡ଼ କରୁଛି ।

Video: ଭାରତୀୟ କ୍ଷେପଣାସ୍ତ୍ର ପାକିସ୍ତାନୀ ବଙ୍କରକୁ ନଷ୍ଟ କଲା, ଲଞ୍ଚ ପ୍ୟାଡ୍ ଉଡ଼େଇଲା; ୭ ସୈନିକ ମାରିଲା
ଭାରତର ପ୍ରତିଆକ୍ରମଣର ଭିଡିଓ ANI ରିଲିଜ୍ କରିଛି ।
  • News18 Odia
  • Last Updated: November 13, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଶ୍ରୀନଗର: ଦୀପାବଳି ପୂର୍ବରୁ ଜମ୍ମୁ-କାଶ୍ମୀରର (Jammu Kashmir) ଅନେକ ଅଞ୍ଚଳରେ ପାକିସ୍ତାନ ସେନା (Pakistan Army) ଦ୍ୱାରା ହୋଇଥିବା ଗୁଳି ବିନିମୟର ଉପଯୁକ୍ତ ପ୍ରତ୍ୟୁତ୍ତର ଦେଇଛି ଭାରତ । ଶୁକ୍ରବାର ଦିନ ପାକିସ୍ତାନ ସେନା ଜାମ୍ମୁ କାଶ୍ମୀରର ବାରମୁଳା, କୁପୱାଡ଼ା, ବାନ୍ଦିପୋରା ଜିଲ୍ଲାର ଉରି, ନାଓଗାଓଁ, ଟାଙ୍ଗଧର, କେରନ ଓ ଗୁରେଜ ଅଞ୍ଚଳରେ ମୋର୍ଟାର ଏବଂ ଗୋଲା ଚଳାଇଥିଲା । ଏହାର ଉତ୍ତର ଦେଇ ଭାରତୀୟ ସେନା (Indian Army) କ୍ଷେପଣାସ୍ତ୍ର ନିକ୍ଷେପ କରି ପାକିସ୍ତାନୀ ବଙ୍କରକୁ ଧ୍ୱଂସ କରିଦେଇଥିଲା ।

ପାକିସ୍ତାନ ବିରୁଦ୍ଧରେ କରାଯାଇଥିବା ଏହି କାର୍ଯ୍ୟର ଏକ ଭିଡିଓ ନ୍ୟୁଜ୍ ଏଜେନ୍ସି ANI ପ୍ରକାଶ କରିଛି । ଏହି ଭିଡିଓରେ ଜମ୍ମୁ କାଶ୍ମୀରର ବାରମୁଳା, କୁପୱାଡ଼ା ଓ ବାନ୍ଦିପୋରା ଜିଲ୍ଲାର ଏବଂ ଗୁରେଜର ବିଭିନ୍ନ ସ୍ଥାନରେ ଥିବା ପାକିସ୍ତାନୀ ବଙ୍କର ଉପରେ ଆକ୍ରମଣ କରିଥିବା ଭାରତୀୟ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ (anti-tank guided missile) ଓ ରକେଟ୍ ଦେଖାଯାଇଛି ।



ଭାରତୀୟ ସେନାର ଟାର୍ଗେଟରେ ଥିବା ପାକିସ୍ତାନୀ ଅଞ୍ଚଳଗୁଡ଼ିକ ମଧ୍ୟରେ ଥିଲା ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ଦେଇ ଭାରତକୁ ଅନୁପ୍ରବେଶ ଉଦ୍ୟମ ପାଇଁ ବ୍ୟବହୃତ ହେଉଥିବା ଓ ଗୋଳାବାରୁଦ ସଂରକ୍ଷଣ କାମରେ ଆସୁଥିବା କୋଠାବାଡ଼ି ଏବଂ ଆତଙ୍କବାଦୀଙ୍କ ପାଇଁ ଥିବା ଲଞ୍ଚ ପ୍ୟାଡ୍ ।



ଏହା ବି ପଢ଼ନ୍ତୁ ଭୁବନେଶ୍ବର Blast: ଆସିଲା ମାଂସ ଖଣ୍ଡର DNA ରିପୋର୍ଟ; ୨୧ ଦିନ ପରେ ଜଣାପଡ଼ିଲା ଯେ ଇଞ୍ଜିନିଅରଙ୍କ ମୃତ୍ୟୁ ହୋଇଛି

ଅନ୍ୟ ଏକ ଭିଡିଓରେ ଜଣେ ପାକିସ୍ତାନୀ ସୈନିକ ଦୌଡୁଥିବା ଦେଖିବାକୁ ମିଳୁଛି । ଏଥିରେ ଭାରତୀୟ ସେନା ଦ୍ୱାରା ଚଳାଯାଇଥିବା ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ କ୍ଷେପଣାସ୍ତ୍ର ଏକ ବଙ୍କର ଆଡ଼କୁ ଯାଉଥିବାର ଦେଖାଯାଉଛି । ଏହା ଏକ ସିଧାସଳଖ ହିଟ୍ ଥିଲା । ଅଳ୍ପ କିଛି ସେକେଣ୍ଡ ମଧ୍ୟରେ ଭାରତୀୟ ସେନା ଦ୍ୱାରା ଚଳାଇଥିବା ଆଉ ଦୁଇଟି କ୍ଷେପଣାସ୍ତ୍ର ଏକ ବଙ୍କରକୁ ନଷ୍ଟ କରିଦେଇଥିଲା ।



ଫାୟାରିଂରେ ଜଣ ପାକିସ୍ତାନୀ ସୈନିକ ନିହତ

ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ ଭାରତୀୟ ସେନାର ପ୍ରତ୍ୟୁତ୍ତରରେ ପାକିସ୍ତାନୀ ସେନାର ବହୁତ କ୍ଷତି ହୋଇଛି । ପାକିସ୍ତାନର ସାତରୁ ଆଠ ଜଣ ସୈନିକ ନିହତ ହୋଇଥିବା ବେଳେ ୧୧ରୁ ୧୨ ଜଣ ସୈନିକ ଆହତ ହୋଇଥିବା କୁହାଯାଉଛି । ଭାରତର ଏହି ପ୍ରତିଆକ୍ରମଣରେ ପାକିସ୍ତାନୀ ସେନାର ବଙ୍କର, ଇନ୍ଧନ ଡମ୍ପ୍‌ ଓ ଲଞ୍ଚ ପ୍ୟାଡ ନଷ୍ଟ ହୋଇଯାଇଛି ।
Published by: Anand Shankar Thankur Das
First published: November 13, 2020, 11:59 PM IST
corona virus btn
corona virus btn
Loading