News18 Odia Digital
ନୂଆ ଦିଲ୍ଲୀ: ଗତ କିଛି ଦିନ ହେବ ଗ୍ରେଟର ନୋଏଡା ( Greater Noida) ଓ ନୋଏଡାରେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳୁଛି । ଏହି ଭାଇରାଲ୍ ଭିଡିଓ ସହିତ ଏକ ପୋଷ୍ଟ ମଧ୍ୟ ସେୟାର କରାଯାଇଛି, ଯେଉଁଥିରେ ଭିଡିଓରେ ଦେଖାଯାଇଥିବା ଯୁବତୀ ଜଣକ ହିନ୍ଦୁ ଓ ଜଣେ ମୁସଲମାନ ଯୁବକ ତାଙ୍କୁ ଯୌନ ଶୋଷଣ କରିଥିବା ଦାବି ହେଉଛି। ଅନେକ ସଂସ୍ଥା ଏହି ଭିଡିଓକୁ ଫେସବୁକ୍ ଓ ହ୍ବାଟ୍ସଅପରହେ ଶେୟାର କରିବାରେ ଲାଗିଛନ୍ତି ।
ହେଲେ ନୋଏଡା ପୋଲିସର ଅନୁସନ୍ଧାନରେ ଏକ ଭିନ୍ନ କାହାଣୀ ସାମ୍ନାକୁ ଆସିଛି। ପୋଲିସ କହିଛି ଯେ ପରିବେଶକୁ ନଷ୍ଟ କରିବା ପାଇଁ ଭିଡିଓ ଶେୟାର କରିବା ସହିତ ଝିଅକୁ ହିନ୍ଦୁ ବୋଲି କୁହାଯାଉଛି।
ଭିଡିଓରେ ଦେଖାଯାଇଥିବା ଝିଅ ହିନ୍ଦୁ ନୁହେଁଯେତେବେଳେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଭିଡିଓ ହେତୁ ଟେନସନ ବ୍ୟାପିବା ଆରମ୍ଭ ହୋଇଯାଇଛି । ଡି.ସି.ପି. ମହିଳା ସୁରକ୍ଷା ଦ୍ୱାରା ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା। ସେ ତାଙ୍କ ଅନୁସନ୍ଧାନରେ ଜାଣିବାକୁ ପାଇଛନ୍ତି ଯେ ଭିଡିଓରେ ଦେଖାଯାଇଥିବା ଝିଅ ହିନ୍ଦୁ ନୁହେଁ ବରଂ ମୁସଲମାନ। ଯେଉଁ ଯୁବକ ସହିତ ତାଙ୍କର ବିବାଦ ଥିଲା ସେ ମଧ୍ୟ ଜଣେ ମୁସଲମାନ । କିଛି ମାସ ପୂର୍ବେ ଝିଅ ପିତାଙ୍କର ମୃତ୍ୟୁ ହୋଇଥିଲା। ମୁସଲମାନ ରୀତିନୀତି ଅନୁଯାୟୀ ତାଙ୍କୁ କବର ଦିଆଯାଇଥିଲା ।
ହେଲେ କିଛି ଲୋକ ଏହି ଭିଡିଓକୁ ଭାଇରାଲ କରୁଛନ୍ତି ଯେ ସେହି ଝିଅ ଜଣେ ହିନ୍ଦୁ ଓ ଜଣେ ମୁସଲମାନ ଯୁବକ ତାଙ୍କର ଯୌନ ଶୋଷଣ କରୁଛି, ଏହା ସମ୍ପୂର୍ଣ୍ଣ ଭୁଲ ତଥ୍ୟ । ଏହି ଭୁଲ ଧାରଣା ବ୍ୟାପିବାର ଅନ୍ୟ କାରଣ ହେଲା ଝିଅର ନାମ ହିନ୍ଦୁ ନାମ ଭଳି ଥିବାରୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।