News18 Odia Digital
ହାଇଦ୍ରାବାଦ: ନିଜର ପିଲାମାନଙ୍କୁ ଅଭିଭାବକମାନେ ସ୍କୁଲକୁ ଏଥିପାଇଁ ପଠାନ୍ତି କାରଣ ସେମାନେ ଶିକ୍ଷକଙ୍କ କଥା ଶୁଣି ନୂଆ ଓ ଭଲ ଅଭ୍ୟାସ ଶିଖିବେ । ସ୍କୁଲ କେବଳ ଶିକ୍ଷା ନୁହେଁ । ଏଠାରେ ପିଲାମାନେ ମଧ୍ୟ ସେମାନଙ୍କର ନୈତିକ ଦାୟିତ୍ୱ ବିଷୟରେ ଜାଣନ୍ତି । କିନ୍ତୁ ଯେତବେଳେ ପିଲାମାନଙ୍କୁ ଗଢୁଥିବା ଶିକ୍ଷକ ଅସଭ୍ୟ ହୋଇଯାନ୍ତି ସେତବେଳେ ଏହା ଚିନ୍ତାର ବିଷୟ ପାଲଟିଥାଏ । ନିକଟରେ ଆନ୍ଧ୍ର ପ୍ରଦେଶରୁ (Andhra Pradesh) ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ସରକାର ଜଣେ ମଦ୍ୟପ ତଥା ଅସଭ୍ୟ ବ୍ୟବହାର କରୁଥିବା ଶିକ୍ଷକଙ୍କୁ ସ୍କୁଲରୁ ନିଲମ୍ବିତ କରିଛନ୍ତି । ଏହି ମାମଲାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
କେ. କୋଟେଶ୍ୱର ରାଓ ନାମକ ଜଣେ ଶିକ୍ଷକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶିକ୍ଷକ ଜଣକ ସ୍କୁଲ କର୍ମଚାରୀ ଭାବରେ ଏକ ମଦ ବୋତଲ ପାଖରେ ଭୋଜନ କରୁଛନ୍ତି । ଏହି ମାମଲା କୃଷ୍ଣା ଜିଲ୍ଲାର ପାଲକ ମଣ୍ଡଳର କୃଷ୍ଣପୁରମରେ ଅବସ୍ଥିତ ମଣ୍ଡଳ ପରିଷଦ ସ୍କୁଲର ବୋଲି କୁହା ଯାଉଛି । ରାଓଙ୍କୁ ଶୁକ୍ରବାର ଦିନ ନିଲମ୍ବିତ କରାଯାଇଛି । ବିଦ୍ୟାଳୟର ଛାତ୍ରମାନଙ୍କ ମଧ୍ୟରେ ନିଲମ୍ବିତ ଶିକ୍ଷକଙ୍କ ଉପରେ ଅନେକ ଗୁରୁତର ଅଭିଯୋଗ ହୋଇଛି । ଛାତ୍ର-ଛାତ୍ରୀମାନଙ୍କ ଉପସ୍ଥିତିରେ ରାଓ ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି ।
ଭାଇରାଲ ହେଉଥିବା ଭିଡିଓରେ ରାଓ ଏକ ପେରେଣ୍ଟସଙ୍କୁ ସହିତ ଦୁର୍ବ୍ୟବହାର କରୁଥିବା ଶୁଣିବାକୁ ମିଳୁଛି । ଜଣେ ଛାତ୍ର ଅଭିଯୋଗ କରିଛନ୍ତି ଯେ ଶିକ୍ଷକ ତାଙ୍କୁ ଦଣ୍ଡ ଭାବରେ ତାଙ୍କ ଡ୍ରେସ ଖୋଲିବାକୁ ବାଧ୍ୟ କରିଥିଲେ । ଯେତେବେଳେ ପେରେଣ୍ଟସ ଏହାକୁ ବିରୋଧ କରିଥିଲେ ସେତେବେଳେ ସେ ଏକ ଭିଡିଓ ରେକର୍ଡିଂ ମାଗିଥିଲେ । କେବଳ ଏତିକି ନୁହେଁ ସେ ମହିଳାଙ୍କ ସାମ୍ନାରେ ନିଜର ପୋଷାକ କାଢ଼ିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଭିଡିଓରେ ମହିଳା ଜଣକ ପିଲାମାନଙ୍କୁ ରାଓଙ୍କ ବିରୋଧରେ କହିବାକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଛାତ୍ର-ଛାତ୍ରୀମାନେ କହିଛନ୍ତି ଯେ ସେ ୱାଶରୁମ୍ କିମ୍ବା ଆଲମାରୀରେ ମଦ ବୋତଲ ଲୁଚାଇ ରଖୁଥିଲେ ଓ ପ୍ରତିଦିନ ପିଉଥିଲେ । ଜଣେ ଛାତ୍ର କହିଛନ୍ତି ଯେ ବରଖାସ୍ତ ହୋଇଥିବା ଶିକ୍ଷକ ମଦ୍ୟପାନ କରିବା ପରେ ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ଥିଲେ । ବିଦ୍ୟାଳୟର ଅନେକ ଛାତ୍ରଙ୍କ ଅଭିଭାବକ କହିଛନ୍ତି ଯେ ଶିକ୍ଷକଙ୍କ ଆଚରଣରେ ସେମାନେ ଦୁଃଖିତ । ଡିଭିଜନାଲ ରାଜସ୍ୱ ଅଧିକାରୀ ରାଓଙ୍କ ପାଇଁ ଏକ ମେମୋ ଜାରି କରି ସ୍ପଷ୍ଟୀକରଣ ମାଗିଛନ୍ତି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।