News18 Odia Digital
ନୂଆ ଦିଲ୍ଲୀ: ଭାରତରେ ଲୋକେ ଗାଇକୁ ଭଲ ପାଆନ୍ତି ଓ ବହୁତ ସମ୍ମାନ କରନ୍ତି । ଗୋ ସେବାକୁ ଏକ ମହତ କାର୍ଯ୍ୟ ବୋଲି ବିବେଚନା କରାଯାଏ । ଗାଇର କ୍ଷୀର ମନୁଷ୍ୟର ପିଲାକୁ ସବଳ ବ୍ୟକ୍ତି ଭାବେ ଗଢ଼ି ତୋଳିବାରେ ସାହାଯ୍ୟ କରୁଥିବାରୁ ତାକୁ ଅମୃତ ବି କୁହାଯାଏ । ବେଳେବେଳେ ଗାଇକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାକୁ ପଡ଼େ । ସେତେବେଳେ ଆମେ ତାକୁ ସାଧାରଣତଃ ଟ୍ରକ୍ ଯୋଗେ ନେଉ । ହେଲେ ଜଣେ ଯୁବକ ନିଜ ଗାଇକୁ ନିଜ ବାଇକରେ ବସାଇ ସବୁ ଆଡ଼େ ବୁଲାଉଥିବା ଦେଖିବାକୁ ମିଳିଛି । ଏହି ଘଟଣା ଖୁବ୍ କୌତୁହଳର ବିଯୟ ହୋଇଛି ।
ଏମିତି ଜୁଗାଡ଼ ଦେଖି ଇଞ୍ଜିନିୟରମାନେ ବି ଆଶ୍ଚର୍ଯ୍ୟ ହେବେ । ସୋସିଆଲ ମିଡି଼ଆରେ ଜଣେ ଯବକ ନିଜ ଗାଇକୁ ବାଇକରେ ବସାଇ ବୁଲାଉଥିବା ଭିଡିଓ ଭାଇରାଲ୍ ହେଉଛି । ତାକୁ ଦେଖି ଲୋକେ ଆଶ୍ଚର୍ଯ୍ୟରେ ପଚାରୁଛନ୍ତି ଯେ ଏହି ଆଇଡିଆ ସେ ଯୁବକ ମନରେ କେଉଁଠୁ ଆସିଲା ।
ଏହା ବି ପଢ଼ନ୍ତୁ | ‘‘ସରି… ଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର କଲେଜ୍ ଛାତ୍ରୀଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଯୁବକ ନିଜ ଗାଇକୁ ନେବା ପାଇଁ ଏକ ଚମତ୍କାର ଆଇଡିଆ ଆପଣେଇଛନ୍ତି । ସାଧାରଣତଃ ଆମେ ଗାଇକୁ ଚାରି-ଚକିଆ ଯାନରେ ନିଆଯାଉଥିବା ଦେଖିଛୁ । ହେଲେ ଏହି ଯୁବକ ଚାରି-ଚକିଆ ବଦଳରେ ଦୁଇ-ଚକିଆ ଯାନ ବାଛିଛନ୍ତି । ଆପଣ ନିଶ୍ଚିତ ଭାବୁଥିବେ ଯେ ଚାରି ଗୋଡ଼ ବିଶିଷ୍ଟ ଏକ ବଡ ଗାଇକୁ ଦୁଇ-ଚକିଆ ଯାନରେ କେମିତି ନିଆଯାଇପାରିବ । ହେଲେ ଏହି ଭିଡିଓ ଦେଖିବା ପରେ ଆପଣଙ୍କର ଚିନ୍ତାଧାରା ବଦଳିଯିବ ଓ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋ’ରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:
ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଯୁବକ ଜଣକ ଗାଇଟିକୁ ବାଇକର ପଛ ସିଟରେ ବସାଇ ଏକ ଦଉଡି଼ରେ ବାନ୍ଧି ରଖିଛନ୍ତି । ଗାଇକୁ ଦଉଡି଼ରେ ବାନ୍ଧିବା ପରେ ଯୁବକ ଜଣକ ଆଗରେ ବସି ବାଇକ୍ ଚଳାଉଛନ୍ତି । ରାସ୍ତାରେ ଉଚ୍ଚ ବେଗରେ ଗାଡି ଚଳାଉଥିବା ସେହି ଯୁବକଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସମ୍ବଲପୁରରେ ନିଜ ମା’ ସାମନାରେ କୂଅ ଭିତରେ ପଡ଼ି ମରିଗଲେ ଦୁଇ ଭେଣ୍ଡିଆ ପୁଅକାରରେ ଯାଉଥିବା ଜଣେ ବ୍ୟକ୍ତି ବାଇକରେ ନିଆଯାଉଥିବା ଗାଇର ସେହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଓ ନିଜ ମୋବାଇଲ୍ ଫୋନର କ୍ୟାମେରାରେ ସେହି ଦୃଶ୍ୟ ରେକର୍ଡ କରିଥିଲେ । ଭିଡିଓଟି ଇଣ୍ଟରନେଟରେ ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଛି । ଲୋକେ ଆଶ୍ଚର୍ଯ୍ୟ ହୋଇ ଏହି ଖବରକୁ ସୋସିଆଲ୍ ମିଡି଼ଆରେ ଶେୟାର କରୁଛନ୍ତି । ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ ସେହି ଭିଡିଓଟି ଭାରତର କେଉଁ ସ୍ଥାନର ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।