News18 Odia Digital
ନୂଆ ଦିଲ୍ଲୀ: ବିବାହକୁ ଏକ ପବିତ୍ର ବନ୍ଧନ ବୋଲି ବିବେଚନା କରାଯାଉଥିବା ବେଳେ ଓ ସାତ ଫେରାକୁ ବିବାହ ଉତ୍ସବର ଏକ ପବିତ୍ର ଓ ଗମ୍ଭୀର ଅଙ୍ଗ ଭାବେ ଦେଖାଯାଉଥିବା ବେଳେ ଏକ ବରକନ୍ୟା ଯୋଡ଼ିଙ୍କ କାର୍ଯ୍ୟ ଏବେ ଏହି ଉପରେ ପ୍ରଶ୍ନ ଠିଆକରାଇଛି । ବର ଓ କନ୍ୟା ନିଜ ସାତ ଫେରା ସମାରୋହରେ ମନ ଭରି ନାଚୁଥିବାର ଦେଖାଯାଇଛି ।
ଏହି ନୃତ୍ୟର ଏକ ଭିଡିଓ ସାମନାକୁ ଆସିଛି ଓ ଖୁବ୍ ଭାଇରାଲ୍ ହେଉଛି । ଏହି ବିବାହ ସମାରୋହ ଓ ନୃତ୍ୟ କେବେ ଓ କେଉଁଠି ହୋଇଥିଲା ତାହା ଜଣା ପଡ଼ିନାହିଁ, ହେଲେ ଏହି ଭିଡିଓଟି ଇଣ୍ଟରନେଟକୁ ଦୁଇ ଭାଗରେ ବିଭକ୍ତ କରିଛି । ଏହି ଭିଡିଓଟିକୁ ଟ୍ୱିଟରରେ ବିର୍ଲା ପ୍ରାଇସିସନ୍ ଟେକ୍ନୋଲୋଜି କମ୍ପାନୀର ଚେୟାରମ୍ୟାନ୍ ତଥା ଏମ୍.ଡି. ବେଦାନ୍ତ ବିର୍ଲା ଶେୟାର୍ କରିଛନ୍ତି । ସେ ସାତ ଫେରା ନେବା ବେଳେ ବର ଓ କନ୍ୟାଙ୍କ ଏମିତି ନୃତ୍ୟକୁ ଅସମ୍ମାନଜନକ ବୋଲି କହି ସମାଲୋଚନା କରିଛନ୍ତି ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଲୁଟେରା ରାଜ୍: ନ୍ୟୁଜ୍ ୧୮ ସାମ୍ବାଦିକଙ୍କୁ ରାସ୍ତାରେ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କାପବିତ୍ର ଅଗ୍ନି ଚାରି ପାଖରେ ବର ଓ କନ୍ୟା ଫେରା ନେବା ବା ସାଙ୍ଗ ହୋଇ ବୃତ୍ତରେ ଚାଲିବା ହିନ୍ଦୁ ବିବାହ ରୀତିନୀତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ । ଏହି ବିବାହ ରୀତି ସମୟରେ ବର ଓ କନ୍ୟା ସାତ ଥର ନିଆଁ ଚାରି ପାଖରେ ବୁଲନ୍ତି । ସେତିକି ବେଳେ ଜଣେ ପୁରୋହିତ ସେମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ମନ୍ତ୍ର ଉଚ୍ଚାରଣ କରି ପ୍ରାର୍ଥନା କରିଥାନ୍ତି ।
ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ ଫୋନ୍ ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?ବେଦାନ୍ତ ବିର୍ଲା ଶେୟାର୍ କରିଥିବା ସେହି ଭିଡିଓରେ ବର ଓ କନ୍ୟା ସାତ ଫେରା ରୀତି ସମୟରେ ନାଚୁଥିବା ଦେଖିବାକୁ ମିଳିଥିଲା । ସେମାନେ ନାଚୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଅତିଥିମାନେ ସେମାନଙ୍କୁ ଆହୁରି ନାଚିବାକୁ ଉତ୍ସାହିତ କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ସୋସିଆଲ୍ ମିଡ଼ିଆରେ ନିଜ ନଗ୍ନ ଫଟୋ ଛାଡ଼ି ଓଡ଼ିଆ ଅଭିନେତ୍ରୀ ଇଣ୍ଟରନେଟରେ ନିଆଁ ଲଗାଇଲେ‘‘ଏହା ଏକ ବିବାହ ନା ଆମ ପାରମ୍ପରିକ ମୂଲ୍ୟବୋଧର ବଳିଦାନ?’’ ସେହି ଭିଡିଓ କ୍ଲିପ୍ ଶେୟାର କରି ବେଦାନ୍ତ ବିର୍ଲା ହିନ୍ଦୀରେ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ‘‘ଭୁଲନ୍ତୁ ନାହିଁ ଯେ ଯଦି ଆପଣ ଯଦି ଏହି ଦୁନିଆରେ କିଛି ବି ମୂଲ୍ୟବାନ ହୋଇଛନ୍ତି ବା ପାଇଛନ୍ତି ତାହେଲେ ତାହା ଆପଣଙ୍କ ସଂସ୍କୃତି ଓ ମୂଲ୍ୟବୋଧ ଯୋଗୁଁ ସମ୍ଭବ ହୋଇଛି ।’’
ଏଇଠି ଦେଖନ୍ତୁ ସେହି ଭିଡିଓ:ଟ୍ୱିଟରରେ ୪.୩ ଲକ୍ଷରୁ ଅଧିକ ଭ୍ୟୁ ଓ ୨,୦୦୦ରୁ ଅଦିକ କମେଣ୍ଟସ୍ ସହିତ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ତୀବ୍ର ବିତର୍କ ବି ସୃଷ୍ଟି କରିଛି । ଅନେକ ଟ୍ୱିଟର ବ୍ୟବହାରକାରୀ ଏହି ନବ ଦମ୍ପତିଙ୍କୁ ବିବାହ ରୀତିନୀତିରେ ନାଚିବା କାରଣରୁ ସମାଲୋଚନା କରି କହିଛନ୍ତି ଯେ ସେମାନଙ୍କର କାର୍ଯ୍ୟ ଘୃଣ୍ୟ ଓ ଅସମ୍ମାନଜନକ ।
ତେବେ ଅନ୍ୟମାନେ ମତ ଦେଇଛନ୍ତି ଯେ ବର ଓ କନ୍ୟା କିଛି ଭୁଲ କରିନାହାଁନ୍ତି । ସେମାନେ କହିଛନ୍ତି ଯେ ବିବାହ ଉତ୍ସବକୁ ସେତେଟା ଗମ୍ଭୀର ରୂପେ ନେବାର କୌଣସି କାରଣ ନାହିଁ । ନିଜ ବିବାହ ସମାରୋହରେ ଖୁସିରେ ନାଚିବା କୌଣସି ଅପରାଧ ନୁହେଁ ବୋଲି ସେମାନେ କହିଛନ୍ତି । ସେମାନଙ୍କ ମତରେ ବିବାହ ଉତ୍ସବକୁ ଖୁସିରେ ପାଳନ କରିବା ଉଚିତ, ଗମ୍ଭୀରତା ଓ ଶୋକର ପରିବେଶରେ ନୁହେଁ ।
ଅଧିକ
ଟ୍ରେଣ୍ଡିଂ ଖବର ପାଇଁ ଏଇଠି ପାଇଁ କ୍ଲିକ୍ କରନ୍ତୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।