Video: ମଙ୍ଗଳ ଗ୍ରହରେ ପ୍ରଥମ ଥର ହେଲିକପ୍ଟର ସଫଳ ଉଡ଼ାଣ କଲା; ନାସା ଇତିହାସ ରଚିଲା
Mars Helicopter: ରେଡ ପ୍ଲାନେଟରେ ନାସାର ସଫଳ ହେଲିକପ୍ଟର ଉଡ଼ାଣ ପରେ ମାର୍ସ ହେଲିକପ୍ଟର ପ୍ରୋଜେକ୍ଟ ମ୍ୟାନେଜର ମିମି ଓଙ୍ଗ ସମଗ୍ର ନାସା ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
ମଙ୍ଗଳ ଗ୍ରହରେ ପ୍ରଥମ ଥର ହେଲିକପ୍ଟର ସଫଳ ଉଡ଼ାଣ କଲା
- News18 Odia
- Last Updated: April 19, 2021, 5:45 PM IST
ନୂଆ ଦିଲ୍ଲୀ: ମଙ୍ଗଳ ଗ୍ରହରେ (Mars) ଜୀବନ ଓ ଜଳ ଖୋଜିବା ପାଇଁ ଆମେରିକାର ମହାକାଶ ଏଜେନ୍ସି ନାସା (NASA) ଦ୍ୱାରା ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ସୋମବାର ଏହି ଏଜେନ୍ସିକୁ ଏକ ବଡ଼ ସଫଳତା ମିଳିଛି । ନାସା ସୂଚନା ଦେଇଛି ଯେ ନିଜ ତରଫରୁ ପର୍ସେନ୍ସ ରୋଭର ମାଧ୍ୟମରେ ମଙ୍ଗଳ ଗ୍ରହକୁ ପଠାଯାଇଥିବା ଇନଜେନ୍ୟୁଟି (Ingenuity) ହେଲିକପ୍ଟର (Mars Helicopter) ସେଠାରେ ପ୍ରଥମ ସଫଳ ବିମାନ ଉଡ଼ାଣ ଭରିଛି । ଏହା ପ୍ରଥମ ଥର ହୋଇଛି ଯେତେବେଳେ କି ଅନ୍ୟ କୌଣସି ଗ୍ରହରେ ହେଲିକପ୍ଟର ଉଡ଼ାଣ ହୋଇଛି । ନାସା ଏହାର ଭିଡିଓ ମଧ୍ୟ ଜାରି କରିଛି ।
You wouldn’t believe what I just saw.
More images and video to come...#MarsHelicopterhttps://t.co/PLapgbHeZU pic.twitter.com/mbiOGx4tJZ
— NASA's Perseverance Mars Rover (@NASAPersevere) April 19, 2021
ହେଲିକପ୍ଟରଟି ଉଡ଼ାଣ ଭରିବା ପରେ ଲ୍ୟାବରେ ଏକ ବଜ୍ରପାତର ଶବ୍ଦ ଶୁଣାଗଲା । ଏହି ସଫଳତା ପାଇଁ ବୈଜ୍ଞାନିକ ମାନେ ବହୁତ ଉତ୍ସାହିତ ଅଛନ୍ତି ।
A red-letter day on the Red Planet! #MarsHelicopter pic.twitter.com/Qow8JwhYEo
— NASA JPL (@NASAJPL) April 19, 2021
Mars Helicopter: ରେଡ ପ୍ଲାନେଟରେ ନାସାର ସଫଳ ହେଲିକପ୍ଟର ଉଡ଼ାଣ ପରେ ମାର୍ସ ହେଲିକପ୍ଟର ପ୍ରୋଜେକ୍ଟ ମ୍ୟାନେଜର ମିମି ଓଙ୍ଗ ସମଗ୍ର ନାସା ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ସେ ସୂଚନା ଦେଇଛନ୍ତି ଯେ "ତାଙ୍କ ଦଳ ଏହି ଅଭିଯାନ ପାଇଁ ଛଅ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଛି ।"






