Video: ଭାବପ୍ରବଣ ହେଲେ କଙ୍ଗନା ରାଣାୱତ; ମାଇକରେ କହୁ କହୁ ହଠାତ୍ ବହିବାକୁ ଲାଗଲା ଲୁହ...
ମଙ୍ଗଳବାର ଦିନ ଚତୁର୍ଥ ନେସନାଲ ଆୱାର୍ଡ ଜିତିଥିବା କଙ୍ଗନା ରାଣାୱତଙ୍କ (Kangana Ranaut) 'ଥଲାଇଭି' (Thalaivi Trailer) ଫିଲ୍ମର ଟ୍ରେଲକୁ ଏକାସାଙ୍ଗରେ ଚେନ୍ନାଇ ଓ ମୁମ୍ବାଇରେ ରିଲିଜ କରାଯାଇଛି । ଏହି ଅବସରରେ କଙ୍ଗନା ମାଇକରେ କଥା ହେବାବେଳେ ହଠାତ୍ ଭାବପ୍ରବଣ ହୋଇପଡିଥିଲେ ଓ ନିଜ ଲୁହକୁ ରୋକି ପାରି ନଥିଲେ ।

କଙ୍ଗନା ରାଣାୱତ ଏହି ଭିଡିଓକୁ ନିଜ ଟ୍ୱିଟରରେ ସେୟାର କରିଛନ୍ତି
- News18 Odia
- Last Updated: March 23, 2021, 4:37 PM IST
ମଙ୍ଗଳବାର ଦିନ ଚତୁର୍ଥ ନେସନାଲ ଆୱାର୍ଡ ଜିତିଥିବା କଙ୍ଗନା ରାଣାୱତଙ୍କ (Kangana Ranaut) 'ଥଲାଇଭି' (Thalaivi Trailer) ଫିଲ୍ମର ଟ୍ରେଲକୁ ଏକାସାଙ୍ଗରେ ଚେନ୍ନାଇ ଓ ମୁମ୍ବାଇରେ ରିଲିଜ କରାଯାଇଛି । ଏହି ଟ୍ରେଲର ସାମ୍ନାକୁ ଆସିବା ପରେ କଙ୍ଗନାଙ୍କ ଫିଲ୍ମରେ ଅଭିନୟ ଠାରୁ ଆରମ୍ଭ କରି ତାଙ୍କ ଶରୀର ପରିବର୍ତ୍ତନ ପର୍ଯ୍ୟନ୍ତ ସବୁକିଛିକୁ ପ୍ରଶଂସା କରାଯାଉଛି । ଏହି ଫିଲ୍ମରେ କଙ୍ଗନା ରାଣାୱତ ନିଜର ୨୦ କିଲୋଗ୍ରାମ ଓଜନ ବୃଦ୍ଧି ଓ ହ୍ରାସ କରିଛନ୍ତି । କଙ୍ଗନା କହିଛନ୍ତି ଯେ ତାଙ୍କର ଏହି ଫିଲ୍ମ ତାଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଙ୍ଗ ଥିଲା । ଏଭଳି ପରିସ୍ଥିତିରେ ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ଉନ୍ମୋଚନ ଅବସରରେ କଙ୍ଗନା ନିଜ ଲୁହକୁ ରୋକି ପାରି ନଥିଲେ ।
I call myself Babbar Sherni cause I never cry I never give anyone the privilege of making me cry, don’t remember when I cried last but today I cried and cried and cried and it feels so good #ThalaiviTrailer https://t.co/lfdXR321O0
— Kangana Ranaut (@KanganaTeam) March 23, 2021
କଙ୍ଗନାଙ୍କୁ ତାମିଲ ସିନେମାର ଅଭିନେତ୍ରୀ ତଥା ସ୍ୱର୍ଗତ ତାମିଲନାଡୁର ମୁଖ୍ୟ ମନ୍ତ୍ରୀ ତାଙ୍କୁ ଜୟଲଳିତାଙ୍କ ଚରିତ୍ରରେ ଦେଖିବାକୁ ମିଳିବ । ଏହି ଫିଲ୍ମର ଟ୍ରେଲର ମଙ୍ଗଳବାର ଦିନ ଚେନ୍ନାଇ ଓ ମୁମ୍ବାଇରେ କଙ୍ଗନାଙ୍କ ଜନ୍ମଦିନରେ ଦୁଇଟି ସ୍ଥାନରେ ଲଞ୍ଚ କରାଯାଇଥିଲା । ଏହି ଫିଲ୍ମର ଟ୍ରେଲର ଦେଖନ୍ତୁ ।
ଫିଲ୍ମର ଟ୍ରେଲରକୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା ମିଳୁଛି । କଙ୍ଗନାଙ୍କୁ ଏହି ଭୂମିକାରେ ବହୁତ ମାନୁଛି । ଟ୍ରେଲରରେ କଙ୍ଗନାଙ୍କ ଶକ୍ତିଶାଳୀ ସ୍ୱରର ଯାଦୁ ଦେଖିବାକୁ ମିଳୁଛି । ଫିଲ୍ମ 'ଥଲାଇଭି' ଜୟଲଳିତାଙ୍କ ଜୀବନ କାହାଣୀ ଉପରେ ଆଧାରିତ । ଯିଏ କି କିମ୍ବଦନ୍ତୀ ଅଭିନେତ୍ରୀ ଓ ପରେ ଜଣେ ରାଜନେତା ହୋଇଥିଲେ । ଯାହାର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରାଯାଇଛି । ଜୟଲଳିତାଙ୍କୁ ଫିଲ୍ମରେ ସଂଘର୍ଷ କରିବାର ଦିନଠାରୁ ସଫଳତାର ଲାଇମଲାଇଟ୍ ପର୍ଯ୍ୟନ୍ତ ଏହି ଯାତ୍ରା ଦେଖିବେ ଓ ପରେ ଦେଶର ସବୁଠାରୁ ପ୍ରଭାବଶାଳୀ ରାଜନେତା ହୋଇ ଏକ ଅମୂଲ୍ୟ ଚିହ୍ନ ଛାଡିଥିଲେ ତାହା ଦେଖିବାକୁ ମିଳିବ । ଫିଲ୍ମଟି ଏପ୍ରିଲ୍ ୨୩ ରେ ସିନେମାହଲରେ ରିଲିଜ ହେବ ।