ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Video: ପାରାସେଲ କରୁଥିବା ବେଳେ ଛିଣ୍ଡି ଗଲା ରଶି; ତଳେ ଖସି ପଡ଼ିଲେ ଦମ୍ପତି

Video: ପାରାସେଲ କରୁଥିବା ବେଳେ ଛିଣ୍ଡି ଗଲା ରଶି; ତଳେ ଖସି ପଡ଼ିଲେ ଦମ୍ପତି

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ଏକ ଭିଡିଓ । ଯେଉଁଥିରେ ଜଣେ ଦମ୍ପତି ପାରାଲେସ କରୁଥିବା ବେଳେ ତଳ ଖସି ପଡୁଥିବାର ନଜର ଆସୁଛନ୍ତି ।

Video: ପାରାସେଲ କରୁଥିବା ବେଳେ ଛିଣ୍ଡି ଗଲା ରଶି; ତଳେ ଖସି ପଡ଼ିଲେ ଦମ୍ପତି
ପାରାସେଲ କରୁଥିବା ବେଳେ ଛିଣ୍ଡି ଗଲା ରଶି
  • News18 Odia
  • Last Updated: November 17, 2021, 2:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗୁଜୁରାଟ: ସ୍ବାମୀ-ସ୍ତ୍ରୀ ପରସ୍ପର ସହ କ୍ବାଲିଟି ଟାଇମ୍ ବିତାଇବାକୁ ଅନେକ ରୋମାଞ୍ଚକଭରା କାର୍ଯ୍ୟ କରିଥାଆନ୍ତି । କିଛି କପଲ ବିଦେଶକୁ ଭ୍ରମଣ କରିବାକୁ ଯାଆନ୍ତି ତ ଆଉ କିଛି ଆକ୍ସନ ଷ୍ଟଣ୍ଟ କରିବାକୁ ପସନ୍ଦ କରନ୍ତି । ହେଲେ କେବେ ପତି-ପତ୍ନୀଙ୍କ ସହ ଏମିତି କିଛି ଘଟଣା ଘଟିଯାଏ, ଯାହା ସେମାନେ କେବେ କଳ୍ପନା କରିନଥାଆନ୍ତି । ଏମିତି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ ।

କଥାଟି ହେଲା ଯେ ଗୁଜରାଟର ଜଣେ ଦମ୍ପତି ଛୁଟି ଦିନ ବିତାଇବାକୁ ଡିୟୁ ଯାଇଥିବା ସମୟରେ ସେମାନଙ୍କ ସହ ଘଟିଥିଲା ଅଘଟଣ । ଆକ୍ସନ ଷ୍ଟଣ୍ଟ କରିବା ପାଇଁ ପାରାସୁଟର ମଜା ନେବାକୁ ଯେତେବେ ଦୁହେଁ ଆକାଶରେ ଉଡୁଥିଲେ ଠିକ୍ ସେତିକି ବେଳେ କିଛି ସମସ୍ୟା ପାଇଁ ହଠାତ୍ ପାରାସୁଟ ତଳେ ଖସି ପଡ଼ିଥିଲା । ହେଲେ ଦୁଇ ଜଣଙ୍କ ଭାଗ୍ୟ ଭଲ ଯେ ସେମାନ ବିନା ଆଘାତରେ ତଳ ପଡ଼ିଥିଲେ । ସେମାନେ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିଲେ ଓ ସମୁଦ୍ର କୂଳରେ ନିୟୋଜିତ ଥିବା ଲାଇଫଗାର୍ଡ ଦ୍ବାରା ଉଦ୍ଧାର ହୋଇଥିଲେ ।

ଅଜିତ କାଥଡ଼ କହିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ଡିୟୁ ଉପକୂଳରେ ପାରାସିଲ୍ କରୁଥିବା ସମୟରେ ସେମାନଙ୍କ ପାରାଚ୍ୟୁଟର ଦଉଡି ଛିଣ୍ଡି ଯିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।



ମଧ୍ୟ-ବାୟୁ ଦୁର୍ଘଟଣା ଏକ ଭିଡିଓରେ କଏଦ ହୋଇଛି ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଶେୟାର କରାଯାଇଛି । ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ୩୦ ବର୍ଷୀୟ ଅଜିତ କାଥଡ଼ ଓ ତାଙ୍କ ୩୧ ବର୍ଷୀୟ ପତ୍ନୀ ସରଲା କାଥଡ଼, ରବିବାର ଦିନ ଡିୟୁରେ ଥିବା ନାଗୋଆ ବେଳାଭୂମିରେ ପାରାସେଲ କରୁଥିବାବେଳେ ସେମାନଙ୍କ ପାରାଚ୍ୟୁଟର ଦଉଡି ଛିଣ୍ଡି ଯିବାରୁ ତଳେ ଖସି ପଡ଼ିଥିଲେ ।

ସେହି ସମୟରେ ପାୱାରବୋଟରେ ଥିବା ଅଜିତଙ୍କ ବଡ ଭାଇ ରାକେଶ ଏହି ଦୁଇ ଜଣ ସମୁଦ୍ର ଭିତରକୁ ପଶିଯିବା ପରେ ଚିତ୍କାର ଶୁଣିଥିଲେ। ସେ ଏହା ପରେ କହିଛନ୍ତି, ‘‘ମୁଁ ଭିଡିଓ ରେକର୍ଡିଂ କରୁଥିଲି ଓ ଦଉଡି ଛିଣ୍ଡିବା ପରେ କ'ଣ କରିବି ମୁଁ ଜାଣି ନ ଥିଲି। ମୁଁ ମୋର ଭାଇ ଓ ବୋହୂକୁ ବହୁତ ଉଚ୍ଚତାରୁ ଖସିପଡ଼ିଥିବାର ଦେଖିପାରୁଥିଲି ଓ ମୁଁ ସେହି ସମୟରେ ଯେପରି ଅସହାୟ ଅନୁଭବ କରିଥିଲି।’’

ଶେଷରେ ପାରାସେଲିଂ ସେବା ଚଳାଉଥିବା ଘରୋଇ ସଂସ୍ଥା ପାମ ଆଡଭେଞ୍ଚର ଓ ମୋଟର୍ସପୋର୍ଟର ଲାଇଫଗାର୍ଡ ଦ୍ୱାରା ଏହି ଦମ୍ପତିଙ୍କୁ ଉଦ୍ଧାର କରାଯାଇଥିଲା ।
Published by: Lipina Das
First published: November 17, 2021, 2:25 PM IST