ଚଳନ୍ତା ଟ୍ରେନରୁ ଖସିପଡିଥିବା ବୃଦ୍ଧଙ୍କ ଜୀବନ ବଞ୍ଚାଇଲା ପୋଲିସ୍; ପୀୟୁଷ ଗୋୟଲ କହିଲେ- ଆମେ ଗର୍ବିତ, ଦେଖନ୍ତୁ Video
ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ (Railway Minister Piyush Goyal) ତରଫରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ଭିଡିଓ (video) ଦେଖିବା ପରେ ସମସ୍ତେ ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରୁଛନ୍ତି ।

ଚଳନ୍ତା ଟ୍ରେନରୁ ଖସିପଡିଥିବା ବୃଦ୍ଧଙ୍କ ଜୀବନ ବଞ୍ଚାଇଲା ପୋଲିସ୍
- News18 Odia
- Last Updated: April 3, 2021, 12:15 PM IST
ନୂଆ ଦିଲ୍ଲୀ: ଟ୍ରେନରୁ ଜଲ୍ଦି ଓହ୍ଲାଇବାକୁ ଓ ଚଢ଼ିବା ସମୟରେ ଅନେକ ଥର ଲୋକମାନେ ପଡିଯାଇଥାନ୍ତି । ବେଳେବେଳେ କିଛି ଲୋକଙ୍କର ଭଲ ଭାଗ୍ୟ ଯୋଗୁଁ ପ୍ଲାଟଫର୍ମରେ ଥିବା ସୁରକ୍ଷା କର୍ମୀମାନେ ସେମାନଙ୍କ ଜୀବନ ରକ୍ଷା କରିଦିଅନ୍ତି । ରେଳ ମନ୍ତ୍ରୀ ପୀୟୁଷ ଗୋୟଲ (Railway Minister Piyush Goyal) ରେଳ ଷ୍ଟେସନରେ (Railway station) ଏଭଳି ଘଟଣାର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଯେପରି ଭାବେ ଜଣେ ପୋଲିସ୍ କର୍ମଚାରୀ ଜଣେ ବୃଦ୍ଧଙ୍କୁ ଟ୍ରେନ୍ ଚକାତଳୁ ବଞ୍ଚାଉଛନ୍ତି ତାହା ଦେଖିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି ।
राजस्थान के सवाई माधोपुर स्टेशन पर एक बुजुर्ग यात्री को ड्यूटी पर तैनात सुरक्षा कर्मी द्वारा त्वरित कार्रवाई करते हुए ट्रेन की चपेट में आने से बचाया गया।
अपने सुरक्षाकर्मियों पर हमें गर्व है, जो पूरे सेवाभाव के साथ अपने दायित्व का निर्वहन कर रहे हैं। pic.twitter.com/qghECbmTZo
— Piyush Goyal (@PiyushGoyal) April 2, 2021
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩୭ ହଜାରରୁ ଅଧିକ ଥର ଦେଖାଯାଇ ସାରିଛି ଓ ୮୦୦ ରୁ ଅଧିକ ଲୋକ ଏହାକୁ ରିଟ୍ୱିଟ କରିଛନ୍ତି । ଭିଡିଓ ଦେଖିବା ପରେ ସମସ୍ତେ ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରୁଛନ୍ତି । ଏହି ଭିଡିଓ ଦେଖିବା ପରେ ଜଣେ ଉପଭୋକ୍ତା ଲେଖିଛନ୍ତି, ଆମେ ଆମର ସୁରକ୍ଷା କର୍ମଚାରୀଙ୍କ ପାଇଁ ଗର୍ବିତ !! ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ତାଙ୍କୁ ପୁରସ୍କୃତ କରାଯିବା ଉଚିତ୍ ।