News18 Odia Digital
ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆସିଥିବା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ସୋମବାର ଏକ ଭିନ୍ନ ଭିନ୍ନ ରୂପରେ ନଜର ଆସିଛନ୍ତି । ରାହୁଲ ଗାନ୍ଧୀ ସୋମବାର ଦିନ କନ୍ୟାକୁମାରୀରେ ପୁସ୍ଅପ୍ସ କରୁଥିବା ଦେଖିବାକୁ ମିଳିଛି । ରାହୁଲ ଗାନ୍ଧୀ କନ୍ୟାକୁମାରୀ ଏକ ବିଦ୍ୟାଳୟକୁ ଛାତ୍ର ଛାତ୍ରୀଙ୍କ ସହ କଥାବାର୍ତ୍ତା କରିବାକୁ ପହଞ୍ଚିଥିଲେ । ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀ ପ୍ରଥମେ ଜଣେ ଛାତ୍ରଙ୍କ ସହ ଆଇକିଡୋ ପ୍ରଦର୍ଶନ କରିଥିଲେ । ଏହା ପରେ ଯେତେବେଳେ ଅନ୍ୟ ଜଣେ ଛାତ୍ରୀ ତାଙ୍କୁ ପୁସ୍ଅପ୍ କରିବାକୁ ନିବେଦନ କଲେ ଓ ରାହୁଲ ସେହି ଛାତ୍ରୀଙ୍କ ସହ ମଞ୍ଚରେ ପୁସ୍ଅପ୍ ମଧ୍ୟ କରିଥିଲେ ।
କନ୍ୟାକୁମାରୀର ମୁଲଗୁମୁଦୁଡୁ ସେଣ୍ଟ ଜୋସେଫ୍ ମ୍ୟାଟ୍ରିକ୍ ସ୍କୁଲରେ ପହଞ୍ଚିଥିବା ରାହୁଲ ଗାନ୍ଧୀ ଏହି ଅନନ୍ୟ ଚ୍ୟାଲେଞ୍ଜର ଭିଡିଓ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭିଡିଓରେ ରାହୁଲ ଛାତ୍ରୀଙ୍କ ସହ ଜଲ୍ଦି ଜଲ୍ଦି ପୁସ୍ଅପ୍ କରୁଥିବାର ନଜର ଆସିଛନ୍ତି । କେବଳ ଏତିକି ନୁହେଁ ସେ ଏହା ସହ ଗୋଟିଏ ହାତରେ ଏକ ପୁସ୍ଅପ୍ ମଧ୍ୟ କରିଥିଲେ । ଭିଡିଓରେ ରାହୁଲ ୯ ସେକେଣ୍ଡରେ ୧୩ ଥର ପୁସ୍ଅପ୍ କରୁଥିବା ନଜର ଆସିଛନ୍ତି । ରାହୁଲଙ୍କୁ ଏହି ଚ୍ୟାଲେଞ୍ଜକୁ ମେରୋଲିନ ଶେନିଗା ନାମକ ଜଣେ ଛାତ୍ରୀ ପ୍ରଦାନ କରିଥିଲେ । ଶେନିଗା ଦଶମ ଶ୍ରେଣୀରେ ଅଧ୍ୟୟନ କରନ୍ତି ଓ ଜୁଡୋ ଶିଖୁଛନ୍ତି ।
ସମ୍ପ୍ରତି ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲ ପ୍ରଥମ ଥର ନୁହେଁ ଯେ ଏଭଳି ଭିନ୍ନ ରୂପରେ ଦେଖାଦେଇଛନ୍ତି । ଏହାପୂର୍ବରୁ ରାହୁଲ ଗାନ୍ଧୀ ପୁଡୁଚେରୀରେ ପହଞ୍ଚିଥିଲେ ଯେଉଁଠାରେ ସେ ନାବିକମାନଙ୍କ ସହ ସମୁଦ୍ରକୁ ଯାଇଥିଲେ ଓ ସେଠାରେ ସେମାନଙ୍କ ସହ ଗାଧୋଉଥିବାର ମଧ୍ୟ ନଜର ଆସିଥିଲେ । ଏହା ପରେ ରାହୁଲ ଗାନ୍ଧୀଙ୍କ ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଓଦା ଶରୀରରେ ନିଜର ଆସିଥିଲେ ଓ ତାଙ୍କର ସିକ୍ସ ପ୍ୟାକ୍ ଅବସ୍ ଦୃଶ୍ୟମାନ ହୋଇଥିଲା । ଏହି ଫଟୋ ଦେଖିବା ପରେ ଲୋକମାନେ ତାଙ୍କ ଫିଟନେସକୁ ଖୁବ ପ୍ରଶଂସା କରିଥିଲେ ।
ଆଜିକାଲି କଂଗ୍ରେସର ପୂର୍ବତନ ଅଧକ୍ଷ ରାହୁଲ ଗାନ୍ଧୀ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ପ୍ରସଙ୍ଗରେ ତାମିଲନାଡୁ, ପୁଡୁଚେରୀ ଓ କେରଳ ଗସ୍ତରେ ଅଛନ୍ତି । ଏହାପୂର୍ବରୁ ରାହୁଲ ଗାନ୍ଧୀ କେରଳ ଓ ପୁଡୁଚେରୀ ଗସ୍ତ କରିଛନ୍ତି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।