ମାର୍ଗାରେଟ ଆଲଭା ବିପକ୍ଷ ଉପରାଷ୍ଟ୍ରପତି ପ୍ରାର୍ଥୀ; ଘୋଷଣା କଲେ ଏନସିପି ମୁଖ୍ୟ

ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭାଙ୍କୁ ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଏନସିପି ନେତା ଶରଦ ପାୱାର ଏହି ଘୋଷଣା କରିଛନ୍ତି।

ମାର୍ଗାରେଟ ଆଲଭା (ପ୍ରତୀକାତ୍ମକ ଛବି)

ମାର୍ଗାରେଟ ଆଲଭା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କ ବିପକ୍ଷରେ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭାଙ୍କୁ ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଏନସିପି ନେତା ଶରଦ ପାୱାର ଏହି ଘୋଷଣା କରିଛନ୍ତି।

ମାର୍ଗାରେଟ ଆଲଭା ଗୋଆ, ଗୁଜୁରାଟ, ରାଜସ୍ଥାନ ଓ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ଥିଲେ ଓ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଯୁଗ୍ମ ସଚିବ ଥିଲେ।

କଂଗ୍ରେସ, ତୃଣମୂଳ କଂଗ୍ରେସ, ବାମଦଳ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ସମାଜବାଦୀ ପାର୍ଟି (ଏସପି) ସମେତ ସମସ୍ତ ପ୍ରମୁଖ ବିରୋଧୀ ଦଳର ନେତାମାନେ ଏକ ବୈଠକରେ ଆଲଭାଙ୍କୁ ମନୋନୀତ କରିଛନ୍ତି।

ବର୍ତ୍ତମାନ ଉପରା‌ଷ୍ଟ୍ରପତି ଥିବା ଏମ୍‌ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୧୦ ରେ ଶେଷ ହେଉଛି। ଏହା ପୂର୍ବରୁ ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ।
Published by:Soumya Das
First published: