ବିଦାୟ ଦିଲୀପ କୁମାର! ଚାଲିଗଲେ ବଲିଉଡ୍‌ର ଟ୍ରାଜେଡି କିଙ୍ଗ୍; ୯୮ ବର୍ଷ ବୟସରେ ପରଲୋକ ହେଲା

Veteran Bollywood actor Dilip Kumar dies | ଦୀର୍ଘ ଛଅ ଦଶନ୍ଧି ଧରି ବଲିଉଡ୍ ଫିଲ୍ମରେ ଅଭିନୟ କରି କୋଟି କୋଟି ଦର୍ଶକଙ୍କ ହୃଦୟରେ ରହିଥିବା ଦିଲୀପ କୁମାର ୧୯୪୪ ମସିହାରେ ‘ଜ୍ୱାର୍ ଭଟ୍ଟା’ ଫିଲ୍ମରୁ ନିଜ ସଫଳତାରେ ପରିପୂର୍ଣ୍ଣ ଅଭିନୟ କରିଅର୍ ଆରମ୍ଭ କରିଥିଲେ ।

ବିଦାୟ ଦିଲୀପ କୁମାର! ଚାଲିଗଲେ ବଲିଉଡ୍‌ର ଟ୍ରାଜେଡି କିଙ୍ଗ୍; ୯୮ ବର୍ଷ ବୟସରେ ପରଲୋକ ହେଲା
୯୮ ବର୍ଷ ବୟସରେ ଏହି ମହାନ ଅଭିନେତା ଶେଷ ବିଦାୟ ନେଇଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡର ମହାନ ଅଭିନେତା ଦିଲୀପ କୁମାରଙ୍କର (Dilip Kumar dies) ବୁଧବାର (ଜୁଲାଇ ୭) ସକାଳେ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗତ ଆଠ ଦିନ ଧରି ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ୯୮ ବର୍ଷ ବୟସରେ ସେ ଦୁନିଆକୁ ସବୁ ଦିନ ପାଇଁ ବିଦାୟ କହିଛନ୍ତି । ତାଙ୍କ ମୃତ୍ୟୁ ଖବର ଆସିବା ପରେ କେବଳ ବଲିଉଡ ନୁହେଁ, ସାରା ଦେଶ ସମେତ ବିଶ୍ୱ ସାରା ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ଦିଲୀପ କୁମାର ବୁଧବାର ସକାଳ ୭ଟା ୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ଦିଲୀପ କୁମାରଙ୍କୁ ଜୁନ୍ ୨୯ରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାର ଆଇସିୟୁ ୱାର୍ଡ଼ରେ ରଖି ଚିକିତ୍ସା କରାଯାଉଥିଲା ।

ଏହା ବି ପଢ଼ନ୍ତୁ | ଆଜି ସନ୍ଧ୍ୟାରେ ହେବ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ; ଓଡ଼ିଶାକୁ ମିଳିପାରେ ଆଉ ଜଣେ କେନ୍ଦ୍ର ମନ୍ତ୍ରୀ

ଦିଲୀପ କୁମାରଙ୍କ (Dilip Kumar) ଡାକ୍ତର ଜଲିଲ୍‌ ପାର୍କର୍‌ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି । ମୁମ୍ବାଇର ସାନ୍ତାକୃଜ୍ ଶ୍ମଶାନରେ ଦିଲୀପ କୁମାରଙ୍କ ଶବଦାହ କରାଯିବ । ଦିଲୀପ କୁମାର ଡାକ୍ତରଖାନାରେ ଭର୍ତ୍ତି ହେବା ପରଠାରୁ ତାଙ୍କ ପତ୍ନୀ ସାଇରା ବାନୁ (Saira Banu) ତାଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତର ଅପଡେଟ୍‌ ପ୍ରଶଂସକମାନଙ୍କ ନିକଟରେ ଶେୟାର୍‌ କରୁଥିଲେ । ଦିନକ ପୂର୍ବରୁ ସେ କହିଥିଲେ ଯେ ବର୍ତ୍ତମାନ ଦିଲୀପ କୁମାର ପୁଣି ଥରେ ସମସ୍ତଙ୍କ ପ୍ରାର୍ଥନା ଆବଶ୍ୟକ କରୁଛନ୍ତି ।



ଦିଲୀପ କୁମାରଙ୍କ ପାରିବାରିକ ବନ୍ଧୁ ଫାଜଲ୍‌ ଫାରୁକି ଟ୍ୱିଟରରେ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘‘ଏକ ଓଜନିଆ ହୃଦୟ ସହିତ କହିବାକୁ ପଡ଼ୁଛି ଯେ ଦିଲୀପ ସାବ୍‌ ଆଉ ଆମ ଗହଣରେ ନାହାଁନ୍ତି… ଆମେ ସମସ୍ତେ ଈଶ୍ବରଙ୍କ ଉପହାର, ଆଉ ଆମେ ତାଙ୍କ ନିକଟକୁ ଫେରିଯାଉ ।’’

ଏହା ବି ପଢ଼ନ୍ତୁ | ଦିନେ କୁଲି ମଜୁରିଆ ଥିଲେ, ଏବେ YouTubeରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସମ୍ବଲପୁରର ଆଦିବାସୀ ଯୁବକ

ଦିଲୀପ କୁମାରଙ୍କ ପ୍ରକୃତ ନାମ ଥିଲା ମହମ୍ମଦ ୟୁସୁଫ ଖାନ୍‌ (Mohammed Yusuf Khan) । ସେ ୧୧ ଡିସେମ୍ବର ୧୯୨୨ରେ ଜନ୍ମ ଗ୍ରହଣ କରିଥିଲେ । ସେ ହିନ୍ଦୀ ସିନେମାରେ ‘ପ୍ରଥମ ଖାନ୍‌’ ଓ ‘ଟ୍ରାଜେଡି କିଙ୍ଗ୍‌’ ଭାବରେ ଜଣାଶୁଣା ଥିଲେ । ହିନ୍ଦୀ ସିନେମାରେ ପଦ୍ଧତି ଅଭିନୟ (method acting) କରିବାର ଶ୍ରେୟ ତାଙ୍କୁ ଦିଆଯାଏ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଅଣସର: ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗିବା ପରେ ଧୀରେ ଧୀରେ ଜ୍ୱରରୁ ସୁସ୍ଥ ହେଉଛନ୍ତି ଶ୍ରୀଜଗନ୍ନାଥ

ଦୀର୍ଘ ଛଅ ଦଶନ୍ଧି ଧରି ବଲିଉଡ୍‌ ଫିଲ୍ମରେ ଅଭିନୟ କରି କୋଟି କୋଟି ଦର୍ଶକଙ୍କ ହୃଦୟରେ ରହିଥିଲେ ଦିଲିପ କୁମାର । ସେ ୧୯୪୪ ମସିହାରେ ବମ୍ବେ ଟକିଜ୍ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ଜ୍ୱାର୍‌ ଭଟ୍ଟା‘ରୁ ନିଜ ସଫଳତାରେ ପରିପୂର୍ଣ୍ଣ ଅଭିନୟ କରିଅର୍‌ ଆରମ୍ଭ କରିଥିଲେ । ନିଜ ଲମ୍ବା ଅଭିନୟ କରିୟରରେ ସେ ‘ଦେବଦାସ୍‌’, ‘ନୟା ଦୌର୍‌’, ‘ମୋଗଲ-ଏ-ଆଜମ୍‌’, ‘ଗଙ୍ଗା-ଜମୁନା’, ‘କ୍ରାନ୍ତି’ ଓ ‘କର୍ମା’ ଭଳି ୬୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଦିଲୀପ କୁମାରଙ୍କୁ ଶେଷ ଥର ପାଇଁ ୧୯୯୮ ମସିହାର ଫିଲ୍ମ ‘କିଲା’ରେ ଦେଖିବାକୁ ମିଳିଥିଲା ।
Published by: Anand ST Das
First published: July 7, 2021, 10:15 AM IST