Viral: ଗରମ ଚା'ରୁ ଆଇସ୍କ୍ରିମ ରୋଲ ତିଆରି କଲେ ଦୋକାନୀ

ଆଇସକ୍ରିମ ତିଆରି ପାଇଁ ଚାହା ବି ଏକ ଫ୍ଲେବର ଭଳି କାମ କରିପାରେ। ନିକଟରେ ଏକ ଭିଡ଼ିଓ ବେଶ ଭାଇରାଲ ହେଉଛି।

ଗରମ ଚା'ରୁ ଆଇସ୍କ୍ରିମ ରୋଲ

ଗରମ ଚା'ରୁ ଆଇସ୍କ୍ରିମ ରୋଲ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Viral Video: ଆପଣ ଭାନିଲା, ଵଟରସ୍କଚ, ଚକୋଲେଟ ଓ ଅନ୍ୟାନ୍ୟ ଫ୍ଲେବରର ଆଇସକ୍ରିମ ଖାଇଥିବେ। କିନ୍ତୁ ଆପଣ ଜାଣିଛନ୍ତିକି ଆଇସକ୍ରିମ ତିଆରି ପାଇଁ ଚାହା ବି ଏକ ଫ୍ଲେବର ଭଳି କାମ କରିପାରେ। ନିକଟରେ ଏକ ଭିଡ଼ିଓ ବେଶ ଭାଇରାଲ ହେଉଛି।

ଆଜି କାଲି ବିଭିନ୍ନ ଖାଦ୍ୟ ଭିନ୍ନ ଭିନ୍ନ ଢ଼ଙ୍ଗରେ ଗ୍ରାହକଙ୍କୁ ଚଖାଇବାରେ ଚେଷ୍ଟା କରୁଛନ୍ତି ଦୋକାନମାନେ। ଅନେକ ଥର ଏହି ଧାରଣା ସଫଳ ହୁଏ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଦେଖିବାକୁ ମିଳେ। ଯାହାକୁ ଦେଖିବାକୁ ଉପଭୋକ୍ତାମାନେ ବେଶ ପସନ୍ଦ କରନ୍ତି। କେହି କେହି ଏଭଳି ଖାଦ୍ଯକୁ ପସନ୍ଦ ମଧ୍ଯ କରନ୍ତି ନାହିଁ ।

ଆଜିକାଲି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ଷ୍ଟ୍ରିଟ ଫୁଡ଼ ଦୋକାନୀ ଜଣେ ଲୋକଙ୍କୁ ରୋଲ ଦେଉଛନ୍ତି। ଦୋକାନୀ ଜଣଙ୍କ ଚା ସହିତ ନୂଆ କିଛି କରୁଥିବାର ଦେଖାଯାଉଛି। ଶେଷକୁ ସେ ଗରମ ଚାହାକୁ ଆଇସକ୍ରିମରେ ପରିଣତ କରିଦେଉଛି।



ବର୍ତ୍ତମାନ, ସୋସିଆଲ ମିଡିଆରେ ଏହି ପରୀକ୍ଷଣକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରାଯାଇଛି। ଭାଇରାଲ ହେଉଥିବା ଭିଡିଓ ଫେସବୁକରେ 'ମି ନାଶିକର' ନାମକ ଏକ ପୃଷ୍ଠାରେ ସେୟାର କରାଯାଇଛି। ଏଥିରେ ଏକ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତା ଚା ’ଆଇସକ୍ରିମ୍ ତିଆରି କରି ଚକୋଲେଟ୍ ସହିତ ପରସିବାର ଦେଖାଯାଉଛି।

ଭିଡିଓରେ, ଜଣେ ଷ୍ଟ୍ରିଟ୍ ଦୋକାନୀ ଜଣଙ୍କ ଏକ ବରଫ ପ୍ୟାନ ଉପରେ ଗରମ ଚା ଢ଼ାଳୁଛନ୍ତି ଓ ଏଥିରେ କ୍ଷୀର ଏବଂ ଚକୋଲେଟ୍ ସିରପ୍ ମିଶାଇ ଆଇସ୍କ୍ରିମ୍ ତିଆରି କରୁଛନ୍ତି। ଏହା ପରେ ସେ ଆଇସକ୍ରିମ କାଟି ସେଥିରୁ ରୋଲ ତିଆରି କରୁଛନ୍ତି। ବର୍ତ୍ତମାନ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ଉପଭୋକ୍ତାମାନେ ଏହି ଚା ଆଇସକ୍ରିମକୁ ନାପସନ୍ଦ କରୁଛନ୍ତି।
Published by:Soumya Das
First published: