ଅତି ସତର୍କ ବ୍ୟାଟିଂ ଯୋଗୁଁ ଭାରତ ହାତରୁ ଖସିଯାଇପାରେ ୨୦୨୩ର ବିଶ୍ୱ କପ୍, କହିଲେ ମାଇକେଲ୍ ଭଉଗାନ୍

ଟିମ୍ ଇଣ୍ଡିଆ ଶେଷ ୧୦ ଓଭରରେ ତ୍ୱରିତ ରନ୍ ସଂଗ୍ରହ କରିବାର ଏକ ଶୈଳୀ ଅନୁସରଣ କରିଆସିଛି । ଏହା ଅଧିକାଂଶ ସମୟରେ କାମ କରିଛି, କିନ୍ତୁ ଏବେ ଇଂଲଣ୍ଡ ଦେଖାଇ ଦେଇଛି ଯେ ବ୍ୟାଟିଂରେ ଆରମ୍ଭରୁ ଆକ୍ରାମକ ଖେଳିବା ହିଁ ମ୍ୟାଚ୍ ଜିତିବାର ଉତ୍ତମ ଉପାୟ ।

ଅତି ସତର୍କ ବ୍ୟାଟିଂ ଯୋଗୁଁ ଭାରତ ହାତରୁ ଖସିଯାଇପାରେ ୨୦୨୩ର ବିଶ୍ୱ କପ୍, କହିଲେ ମାଇକେଲ୍ ଭଉଗାନ୍
ବିରାଟ କୋହଲି (ଫାଇଲ୍ ଫଟୋ)
  • News18 Odia
  • Last Updated: March 28, 2021, 5:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଥମ ୪୦ ଓଭରରେ ବ୍ୟାଟିଂରେ ବେଶୀ ସତର୍କତା ଅବଲମ୍ବନ କରିବା କାରଣରୁ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱ କପ୍‌ ଟୁର୍ଣ୍ଣାମେଣ୍ଟ୍‌ (ODI World Cup) ଟିମ୍‌ ଇଣ୍ଡିଆ ହାତରୁ ଖସିଯାଇପାରେ ବୋଲି କହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍‌ ଭଉଗାନ୍‌ (Michael Vaughan) ।

ଭାରତ ସର୍ବଦା ଅନ୍ତିମ ୧୦ ଓଭରରେ ତ୍ୱରିତ ରନ୍‌ ସଂଗ୍ରହ କରିବାର ଏକ ଶୈଳୀ ଅନୁସରଣ କରିଆସିଛି । ଏହା ଅଧିକାଂଶ ସମୟରେ କାମ କରିଛି, କିନ୍ତୁ ଏବେ ବିଶ୍ୱ ଟାଇଟଲ୍ ପାଇଥବା ଇଂଲଣ୍ଡ ଦେଖାଇ ଦେଇଛି ଯେ ବ୍ୟାଟିଂରେ ଆରମ୍ଭରୁ ଆକ୍ରାମକ ଖେଳିବା ହିଁ ମ୍ୟାଚ୍‌ ଜିତିବାର ଉତ୍ତମ ଉପାୟ । ନିକଟରେ ପ୍ରଥମ ଦୁଇଟି ODIରେ ଭାରତ (Team India) ନିଜ ପୁରୁଣା ଆଭିମୁଖ୍ୟ ଗ୍ରହଣ କରି ଖେଳିଥିଲା ଓ ଏକ ଧୀର ଆରମ୍ଭ ପରେ ଶେଷ ୧୦ ଓଭରରେ ଗୋଟିଏ ମ୍ୟାଚରେ ୧୧୨ ଓ ଅନ୍ୟଟିରେ ୧୨୬ ରନ୍ ସ୍କୋର କରିଥିଲା ବୋଲି କହିଛନ୍ତି ଭଉଗାନ୍‌ (India Vs England)।

ଏହା ବି ପଢ଼ନ୍ତୁ | ଏପ୍ରିଲରେ ପଡ଼ୁଥିବା ପର୍ବପର୍ବାଣି ଉପରେ କଟକଣା ଲଗାଇଲେ ଓଡ଼ିଶା ସରକାର; କାରଣ ବେକାବୁ କରୋନା

ଭଉଗାନ୍‌ ଅନୁଭବ କରିଛନ୍ତି ଯେ ବିରାଟ କୋହଲି (Virat Kohli) ଓ ତାଙ୍କ ଟିମ୍‌ ପାଖରେ ଫ୍ଲାଟ୍‌ ୱିକେଟ୍ ଉପରେ ୩୭୫ ପ୍ଲସ୍ ସ୍କୋର୍‌ କରିବାର ପ୍ରଚୁର ଶକ୍ତି ରହିଛି, ହେଲେ ସେମାନେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିବା ଉଚିତ୍ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଦିନକୁ ୩୬୭ଟି ଅପରାଧ ଘଟୁଛି; ସେଥିରୁ ୮ଟି ଦୁଷ୍କର୍ମ, ୪ଟି ହତ୍ୟା: ଗୃହ ବିଭାଗର ଶ୍ବେତପତ୍ର

‘‘ଭାରତ ପାଇଁ ଏହା ଏକ ଶିକ୍ଷା ହେବା ଉଚିତ୍... ପ୍ରଥମ ୪୦ ଓଭରରେ ଅତି ସତର୍କ ହୋଇ ଖେଳିବା କାରଣରୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ଦେଶରେ ହେବାକୁ ଥିବା ବିଶ୍ୱ କପ୍‌ ଭାରତ ହାତରୁ ଯାଇପାରେ ।ଭାରତ ପାଖରେ ଫ୍ଲାଟ ୱିକେଟରେ ୩୭୫+ ରନ୍‌ ସ୍କୋର୍‌ କରିବା ପାଇଁ ପର୍ଯ୍ୟାପ୍ତ ଶକ୍ତି ଓ ଗଭୀରତା ଅଛି । ଏହି ଉପାୟ ଯୋଗୁଁ ଇଂଲଣ୍ଡ ଆଗୁଆ ରହିଛି,’’ ଭଉଗାନ୍‌ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ।

ଏହା ବି ପଢ଼ନ୍ତୁ | ପ୍ରେମରେ ଭଲ ସମ୍ପର୍କ ଖରାପ ସମ୍ପର୍କ ଭିତରେ ପାର୍ଥକ୍ୟ ରହିଛି? ଜାଣନ୍ତୁ

ଯଦିଓ ପ୍ରଥମ ODIରେ ୪୨.୧ ଓଭରରେ ୨୫୧ ରନ୍ କରିଥିବା ଇଂଲଣ୍ଡକୁ ଭାରତ ୬୬ ରନରେ ହରାଇବାରେ ସଫଳ ହୋଇଥିଲା, ଦ୍ୱିତୀୟ ODIରେ ଇଂଲଣ୍ଡ୍‌ ୩୯ଟି ବଲ୍‌ ବାକି ଥାଇ ୩୩୬ ରନ୍‌ ସ୍କୋର୍‌ କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତ

ପ୍ରଥମ ODIରେ ଇଂଲଣ୍ଡ୍‌ ଟାର୍ଗେଟ୍‌ ପିଛା କରିବାରେ ବିଫଳ ହେଲା କାରଣ ଜେସନ ରୟ ଓ ଜନି ବେୟାରଷ୍ଟୋ ଓପନିଂ ୱିକେଟ୍ ପାଇଁ ୧୩୫ ରନ୍ ସ୍କୋର୍‌ କରିବା ପରେ ଇଂଲଣ୍ଡର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଷ୍ଟ୍ରୋକ ପ୍ଲେ ଜାରି ରଖିପାରି ନ ଥିଲେ ।



ଦ୍ୱିତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡ ଜେସନ୍‌ ରୟ ଆଉଟ୍‌ ହେବା ପରେ ବ୍ୟାଟିଂରେ କୋହଳତା କରି ନ ଥିଲା । ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍ସ ଛକ୍କା ପରେ ଛକ୍କା ପିଟି ଭାରତକୁ ଭାରତକୁ ଛଅ ୱିକେଟରେ ହରାଇଥିଲେ । ତିନିଟି ମ୍ୟାଚର ଏହି ODI ସିରିଜର ଶେଷ ଫଳ ରବିବାର ଦିନର ମ୍ୟାଚରୁ ଜଣାପଡ଼ିବ ।
Published by: Anand Shankar Thankur Das
First published: March 28, 2021, 5:49 PM IST