News18 Odia Digital
Vastu Tips: ସମସ୍ତେ ଜୀବନରେ ପ୍ରଗତି, ସୁଖ ଏବଂ ସମୃଦ୍ଧତା ଚାହାଁନ୍ତି। ଲୋକମାନେ ଏଥିପାଇଁ ମଧ୍ୟ କଠିନ ପରିଶ୍ରମ କରନ୍ତି, କିନ୍ତୁ ଏହା ପରେ ମଧ୍ୟ ସେମାନେ ଚାହୁଁଥିବା ଫଳାଫଳ ପାଆନ୍ତି ନାହିଁ। ଅନେକ ଥର, ସବୁକିଛି ଭଲ ଥିବା ସତ୍ତ୍ବେ, କାର୍ଯ୍ୟରେ ବାଧା ବା କିଛି ସମସ୍ୟା ସୃଷ୍ଟି ହୋଇଥାଏ।
ଦିନରାତି କଠିନ ପରିଶ୍ରମ କରିବା ପରେ ମଧ୍ୟ ଆୟ ସଠିକ ଭାବରେ ହୁଏ ନାହିଁ। ତେବେ ଏହି ସବୁ ପଛରେ ଵାସ୍ତୁ ଦୋଷ ରହିଥାଏ। ଶାସ୍ତ୍ରରେ ଅନେକ ପ୍ରକାରର ପ୍ରତିକାର କୁହାଯାଇଛି, ଯାହା ସୁଖମୟ ଜୀବନ ପାଇଁ ଲାଭଦାୟକ।
ଆଜି ଆସନ୍ତୁ ଜାଣିବା ଏମିତି ଏକ ପ୍ରତିକାର ବିଷୟରେ...ଜ୍ୟୋତିଷ ଶାସ୍ତ୍ରରେ ଲାଲ୍ ସିନ୍ଦୂର ସମ୍ବନ୍ଧୀୟ ଏକ ପ୍ରତିକାର ବିଷୟରେ କୁହାଯାଇଛି, ଯେଉଁଥିପାଇଁ ଵାସ୍ତୁ ଦୋଷ ଦୂର ହେବା ସହିତ ଘରେ ସୁଖ ଏବଂ ସମୃଦ୍ଧତା ମିଳିବ। ତେବେ ଆସନ୍ତୁ ଜାଣିବା ଲାଲ୍ ସିନ୍ଦୂର ସହିତ ଜଡିତ କିଛି ଚମତ୍କାର ପ୍ରତିକାର ବିଷୟରେ।
ବାସ୍ତୁ ଦୃଷ୍ଟିରୁ ସିନ୍ଦୂରର ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକ ବିବାହିତ ସ୍ତ୍ରୀ ପାଇଁ ସିନ୍ଦୂର ହେଉଛି ମୁଖ୍ୟ କିନ୍ତୁ ଏହି ସିନ୍ଦୂର ସଧବା ନାରୀର ମଥାରେ ଲାଗିବା ବ୍ୟତୀତ ଘରେ ସୁଖ ଶାନ୍ତି ମଧ୍ୟ ବୃଦ୍ଧି କରିଥାଏ।
୧. ହିନ୍ଦୁ ଧର୍ମ ଅନୁଯାୟୀ ଦେବତାମାନଙ୍କର ପୂଜା ମଧ୍ୟ ବିନା ସିନ୍ଦୂରରେ ଅସମ୍ପୂର୍ଣ୍ଣ ହୋଇଥାଏ। ତେଣୁ ଘରେ ସୁଖ, ଶାନ୍ତି ସମୃଦ୍ଧି ବୃଦ୍ଧି ପାଇବା ସହ ଅର୍ଥ ହାନୀ ହେଉଥିଲେ ରୋଜଗାର ଓ ବ୍ୟବସାୟରେ ଅଗ୍ରଗତି ପାଇଁ ବୁଧବାର ଦିନ ପୂଜା ସମୟରେ ଗଣେଶଙ୍କୁ ସିନ୍ଦୁର ଅର୍ପଣ କରିବା ଉଚିତ୍।
୨. ପ୍ରତ୍ୟେକ ଦିନ ଗାଧୋଇବା ପରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ଅଳ୍ପ କିଛି ସିନ୍ଦୂର ପାଣିରେ ମିଶାନ୍ତୁ। ଏହା ସହ ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁରରେ ସ୍ୱସ୍ତିକ୍ ଚିହ୍ନ ତିଆରି କରନ୍ତୁ। ଏହା କରିବା ଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ। ଆହୁରି କୁହାଯାଏ, ଘରର ମୁଖ୍ୟ ଦ୍ୱାରରେ ତେଲରେ ସିନ୍ଦୂର ମିଶାଇ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ।
ପଢ଼ନ୍ତୁ ଏହି ଖବର: ଏହି ୫ଟି ରାଶି ଉପରେ କେବେ ବି ପଡ଼େନି ଶନି ଦେବଙ୍କ ବକ୍ର ଦୃଷ୍ଟି; ଅଛି କି ଏଥିରେ ଆପଣଙ୍କ ରାଶି୩. ରୋଗୀ ଉପରେ ସିନ୍ଦୁରକୁ ବୁଲାଇ ଏହାକୁ ଜଳରେ ପ୍ରବାହିତ କରିବା ଦ୍ୱାରା ରୋଗରୁ ଶୀଘ୍ର ମୁକ୍ତି ମିଳିଥାଏ । ଘରର ମୁଖ୍ୟ ଦ୍ୱାରରେ ସିନ୍ଦୂର ଚଢା ହୋଇଥିବା ପ୍ରଭୁ ଶ୍ରୀଗଣେଶଙ୍କର ମୂର୍ତ୍ତି ରଖିବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ରହିଥାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।