ଘର ସାମ୍ନାରେ ଜମା ରଖନ୍ତୁନି ଏହି ୩ଟି ଜିନିଷ; ରାଗି ଯିବେ ମାତା ଲକ୍ଷ୍ମୀ; ମାଡ଼ି ବସେ ଦରିଦ୍ରତା

Vastu Tips: ମାତା ଲକ୍ଷ୍ମୀଙ୍କୁ ଆପଣଙ୍କ ଘରକୁ ଆସିବା ପାଇଁ ଆପଣଙ୍କ ନୀତି ନିୟମ ଏବଂ କାର୍ଯ୍ୟ ସହିତ ଆପଣଙ୍କ ଘରର କିଛି ଜିନିଷ ଆକର୍ଷିତ କରିଥାଏ।

ଘର ସାମ୍ନାରେ ଜମା ରଖନ୍ତୁନି ଏହି ୩ଟି ଜିନିଷ

ଘର ସାମ୍ନାରେ ଜମା ରଖନ୍ତୁନି ଏହି ୩ଟି ଜିନିଷ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Vastu Tips: ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ କେବେ ବି ଆପେ ଆପେ ଆସିନଥାନ୍ତି। ଯଦି ଆପଣ ଏହା ଭାବୁଛନ୍ତି ତେବେ ଭୁଲ ଭାବୁଛନ୍ତି। ମାତା ଲକ୍ଷ୍ମୀଙ୍କୁ ଆପଣଙ୍କ ଘରକୁ ଆସିବା ପାଇଁ ଆପଣଙ୍କ ନୀତି ନିୟମ ଏବଂ କାର୍ଯ୍ୟ ସହିତ ଆପଣଙ୍କ ଘରର କିଛି ଜିନିଷ ଆକର୍ଷିତ କରିଥାଏ।

ଆଉ ଯଦି ଆପଣ ଏସବୁ ଧ୍ୟାନ ନରଖିବେ ଆଉ ଘର ପ୍ରବେଶ ଦ୍ଵାରାରେ ରଖି ଦେବେ ଏହି ତିନୋଟି ଜିନିଷ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରର ଦ୍ଵାର ସମ୍ମୁଖକୁ ଆସି ହିଁ ଫେରିଯିବେ। ତେବେ ଆସନ୍ତୁ ଜାଣିବା ଏହି ୩ଟି ଜିନିଷ ବିଷୟରେ...

୧- ଘର ସାମ୍ନାରେ କେବେ ମଧ୍ୟ ଅସନା ପାଣିର ଜମି ରହିବା ଉଚିତ୍ ନୁହେଁ । ଯଦି ଆପଣଙ୍କ ଘରର ପ୍ରମୁଖ ଦ୍ଵାର ସାମ୍ନାରେ ଅପବିତ୍ର ରହିବ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ କେମିତି। ତେଣୁ କେବେ ମଧ୍ୟ ଘରର ପ୍ରମୁଖ ଦ୍ଵାର ସାମ୍ନାରେ ପାଣି ଜମିବା ପାଇଁ ଦିଅନ୍ତୁ ନାହିଁ।

୨- କଣ୍ଟାଜାତୀୟ ଗଛକୁ ଆପଣଙ୍କ ଘର ଠାରୁ ସାତ କୋଷ ଦୂରରେ ରଖିବା ଉଚିତ୍। ଆଉ ଘର ଭିତରେ ତ ବିଲକୁଲ ମଧ୍ୟ ରଖନ୍ତୁ ନାହିଁ। ଯଦି ରଖିଛନ୍ତି ତେବେ ତାହାକୁ ତୁରନ୍ତ ଘରୁ ବାହାର କରନ୍ତୁ। ନଚେତ୍ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ କେବେବି ପ୍ରବେଶ କରିବେ ନାହିଁ। ଘର ସାମ୍ନାରେ ତୁଳସୀ ଏବଂ ସୁଗନ୍ଧିତ ଫୁଲ ଗଛ ରଖିବା ଉଚିତ୍।

୩- ଅଳିଆ ପକାଇବା ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ ଭାବି କିଛି ଲୋକ ଡଷ୍ଟବିନକୁ ମୁଖ୍ୟ ଦ୍ଵାରା ପାଖରେ ରଖିଦେଇଥାନ୍ତି। ଯାହା ଏକ ବଡ଼ ଭୁଲ। ସିଧା ସଳଖ ଭାବରେ ଲକ୍ଷ୍ମୀଙ୍କୁ ଅଟକାଇବା ଭଳି କାର୍ଯ୍ୟ। ତେଣୁ ଘରର ପ୍ରମୁଖ ଦ୍ଵାରା ସାମ୍ନାରେ ଡଷ୍ଟବିନ ରଖନ୍ତୁ ନାହିଁ।

ପଢ଼ନ୍ତୁ ଏହି ଖବର:  ମୃତ୍ୟୁ ପୂର୍ବରୁ କେଉଁ ୨ଟି ଶବ୍ଦ କୁହନ୍ତି ଅଧିକାଂଶ ଲୋକ? ଖୁଲାସା କଲେ ଡାକ୍ତର

୪- ବହୁତ ଲୋକଙ୍କ ଘର ଆଗରେ ବିଜୁଳି ଖୁଣ୍ଟ ରହିଥାଏ। ଏହାକୁ କେହି ମଧ୍ୟ ଧ୍ୟାନ ଦେଇନଥାନ୍ତି। କିନ୍ତୁ ଆଜି ପରଠୁ ଧ୍ୟାନ ଦିଅନ୍ତୁ। କାରଣ ସେହି ବିଜୁଳି ଖମ୍ବ ହିଁ ଆପଣଙ୍କ ଭାଗ୍ୟକୁ ଚମକାଇବା ଠାରୁ ଦୂରେଇ ରଖୁଛି। ତେଣୁ ଚେଷ୍ଟା କରନ୍ତୁ ଆପଣ ମୁଖ୍ୟଦ୍ଵାର ସାମ୍ନାରେ ବିଜୁଳି ଖମ୍ବ ବା ଖୁଣ୍ଟି ନ ରଖିବା ପାଇଁ।

୫- ଯେଉଁ ବୃକ୍ଷକୁ କ୍ଷୀର ଭଳି ଧଳା ତରଳ ପଦାର୍ଥ ବାହାରିଥାଏ ସେହି ଗଛକୁ କେବେ ମଧ୍ୟ ଘରର ମୁଖ୍ୟଦ୍ଵାର ସମ୍ମୁଖରେ ଲଗାଇବା ଉଚିତ୍ ନୁହେଁ।

୬- ଶେଷରେ କିନ୍ତୁ ସବୁଠାରୁ ମୁଖ୍ୟ ଘର ସାମ୍ନାରେ ଜୋତା କିମ୍ବା ଚପଲ ଆଣି ଏଣେ ତେଣେ ଫୋପାଡ଼ି ରଖିବା ଏକ ବହୁତ ବଡ଼ ଭୁଳ। ତେଣୁ ଘର ସାମ୍ନାରେ ଜୋତା ଚପଲକୁ ସାଇଜ କରି ଏକ କଡ଼ରେ ରଖନ୍ତୁ।
Published by:Lipina Das
First published: