Oh No....ବର ହେବା ପୂର୍ବରୁ ବରୁଣ ଧାୱନଙ୍କ ଗାଡ଼ିର ଆକ୍ସିଡେଣ୍ଟ ହେଲା; ଅଳ୍ପକେ ବଞ୍ଚିଲେ
ବରୁଣ ଧାୱନଙ୍କ କାର ଶନିବାର ଦିନ ସେହି ସମୟରେ ଦୁର୍ଘଟଣା ହୋଇଥିଲା ଯେତେବେଳ ସେ ଜୁହୁରୁ ଆଲିବାଗକୁ ଯାଉଥିଲେ । ଭଲ କଥା ଏହା ଯେ ବିବାହ ପୂର୍ବରୁ ହୋଇଥିବା ଏହି କାର ଦୁର୍ଘଟଣାରେ ବରୁଣ ଧାୱନ ଅଳ୍ପକେ ବଞ୍ଚି ଯାଇଛନ୍ତି ।

ବର ହେବା ପୂର୍ବରୁ ବରୁଣ ଧାୱନଙ୍କ ଗାଡ଼ିର ଆକ୍ସିଡେଣ୍ଟ ହେଲା
- News18 Odia
- Last Updated: January 24, 2021, 10:37 AM IST
ମୁମ୍ବାଇ: ବରୁଣ ଧାୱନ (Varun Dhawan) ଆଜି ବରବେଶ ହୋଇ ନିଜ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ (Natasha Dalal) ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିନ୍ତୁ ବିବାହର ଠିକ୍ ପୂର୍ବରୁ ଏଭଳି ଏକ ଖବର ଆସିଛି । ଯାହାଶୁଣି ସମସ୍ତଙ୍କ ଲୋମ ଟାଙ୍କୁରୀ ଉଠିବ । ବରୁଣ ଓ ନତାଶାଙ୍କ ବିବାହ ପାଇଁ ଉଭୟ ପରିବାର ସଦସ୍ୟ ଓ କିଛି ବନ୍ଧୁବାନ୍ଧବ ଶୁକ୍ରବାର ଦିନ ଆଲିବାଗରେ ପହଞ୍ଚିଥିଲେ । ଏହା ପରେ ବରୁଣ ଧାୱନ ଶନିବାର ଅପରାହ୍ନରେ ଆଲିବାଗରେ ପହଞ୍ଚିଥିଲେ । ଖବର ମୁତାବକ ତାଙ୍କ କାର ଶନିବାର ଦିନ ଜୁହୁରୁ ଆଲିବାଗ ଯାଉଥିବାବେଳେ ଆକ୍ସିଡେଣ୍ଟ ହୋଇଥିଲା । ଭଲ କଥା ଏହା କି ବିବାହ ପୂର୍ବରୁ ଏହି ଦୁର୍ଘଟଣାରେ ବରୁଣ ଧାୱନ ଅଳ୍ପକେ ବଞ୍ଚି ଯାଇଥିଲେ ।
ଭଲ କଥା ଏହା ଯେ ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି । ବରୁଣଙ୍କ ପିତା ତଥା ଫିଲ୍ମ ନିର୍ମାତା ଡେଭିଡ ଧାୱନ, ମାତା ଲାଲୀ, ଭାଇ ରୋହିତ ଓ ତାଙ୍କ ପରିବାର, ମାମୁଁ ତଥା ପୂର୍ବତନ ଅଭିନେତା ଅନିଲ ଧାୱନ ଓ ତାଙ୍କ ପରିବାର ତଥା ଦଲାଲଙ୍କ ପରିବାର ଶୁକ୍ରବାର ଦିନ ବିବାହ ସ୍ଥଳରେ ପହଞ୍ଚିଥିଲେ ।
ଆଜି ହେଉଛି ବରୁଣ-ନତାଶାଙ୍କ ବିବାହ । ଏହି ବିବାହରେ ପ୍ରାୟ ୫୦ ଜଣ ଲୋକ ଯୋଗଦେବାକୁ ଯାଉଛନ୍ତି । ବରୁଣ-ନତାଶାଙ୍କ ବିବାହ ପାଇଁ ଡେଭିଡ ଧାୱନ ବିଶେଷ ବ୍ୟବସ୍ଥା କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ବ୍ୟତୀତ ଅତିଥିମାନଙ୍କ ଗୋପନୀୟତା ମଧ୍ୟ ଯତ୍ନ ନିଆଯାଉଛି ।
ଏହି ବିବାହ ସମାରୋହରେ କେବଳ ଅଳ୍ପ କିଛି ବିଶେଷ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିରେ ସଲମାନ ଖାନ, ଶାହରୁଖ ଖାନ ଓ ଅର୍ଜୁନ କପୁରଙ୍କ ଭଳି ଅଭିନେତାଙ୍କ ନାମ ସାମିଲ ରହିଛନ୍ତି । ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନଙ୍କ ପାଇଁ କରୋନା ଭାଇରସ୍ ଟେଷ୍ଟ ମଧ୍ୟ କରାଯିବ । ବିବାହ ପରେ ୨୬ ଜାନୁଆରୀରେ ଏକ ରିସେପ୍ସନ୍ ଆୟୋଜନ ରହିଛି । ଯେଉଁଥିରେ ବଡ ବଡ଼ ବଲିଉଡ ସୁପରଷ୍ଟାରମାନେ ଯୋଗଦେବେ ବୋଲି ଆଶା କରାଯାଉଛି ।