News18 Odia Digital
ୱାଶିଂଟନ: ତିନି ଦିନ ପୂର୍ବେ ଆମେରିକାର କାଲିଫର୍ଣ୍ଣିଆରେ ଅପହରଣ ହୋଇଥିବା ପଞ୍ଜାବୀ ପରିବାରର ସମସ୍ତ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ମୃତଦେଗ ମଧ୍ୟରେ ଏକ ଆଠ ମାସର ଶିଶୁ କନ୍ୟାର ମୃତଦେହ ମଧ୍ୟ ଅଛି। ଏହି ଲୋକଙ୍କୁ ମର୍ସ୍ଡ କାଉଣ୍ଟିରୁ ଅପହରଣ କରାଯାଇଥିଲା। ବର୍ତ୍ତମାନ ଏହି ଘଟଣାକୁ ଭୟାନକ ବୋଲି କୁହାଯାଉଛି। ଅପହରଣ ହୋଇଥିବା ଚାରିଜଣଙ୍କୁ ହତ୍ୟା କରାଯାଇଛି।
ସୋମବାର ଦିନ ମର୍ସ୍ଡି କାଉଣ୍ଟି ସରିଫ୍ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ୩୯ ବର୍ଷୀୟ ଅମନଦୀପ ସିଂ, ୩୬ ବର୍ଷୀୟା ଜସଦୀପ ସିଂ, ୨୭ ବର୍ଷୀୟା ଜସଲିନ୍ କୌର, ସେମାନଙ୍କର ଆଠ ମାସର ଶିଶୁ ଆରୋହି ଢେରୀଙ୍କୁ ଅପହରଣ କରାଯାଇଥିଲା। ସନ୍ଦିଗ୍ଧ ଅପହରଣକାରୀଙ୍କୁ ସଶସ୍ତ୍ର ତଥା ବିପଜ୍ଜନକ ବୋଲି ପୋଲିସ କହିଛି।
ପରିବାର ପଞ୍ଜାବର ଥିଲେଖବର ଅନୁଯାୟୀ ପୋଲିସ ଅଟକ ରଖିଥିବା ବ୍ୟକ୍ତିଙ୍କୁ ସିସିଟିଭି ଭିଡିଓରେ ଦେଖିବାକୁ ମିଳିଥିଲା। ଭିଡିଓରେ ଏହା ଦେଖିବାକୁ ମିଳିଛୁ ଯେ ଅଭିଯୁକ୍ତ ଜଣକ ପରିବାରକୁ ଜବରଦସ୍ତି ଏକ ଟ୍ରକ ଭିତରକୁ ଠେଲୁଥିବାର। ହତ୍ୟା ହୋଇଥିବା ପରିବାର ପଞ୍ଜାବର ହୋଶିଆରପୁର ଜିଲ୍ଲାର ତାଣ୍ଡାର ହରସି ଗାଁର ବାସିନ୍ଦା ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।