News 18 Odia Digital
Valentines Week; ଫେବୃଆରୀକୁ ପ୍ରେମର ମାସ କୁହାଯାଏ ବୋଲି ସମସ୍ତେ ଜାଣନ୍ତି। ଫେବୃଆରୀ ୧୪ରେ ଭାଲେଣ୍ଟାଇନ୍ସ ଡେ (Valentines Day) ପାଳନ କରାଯାଏ । ଏହାପୂର୍ବରୁ ଭାଲେଣ୍ଟାଇନ୍ ସପ୍ତାହ ୭ ଫେବୃଆରୀରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ପାଳନ କରାଯାଇଥାଏ।
ଫେବୃଆରୀ ମାସ ଆରମ୍ଭ ହୋଇସାରିଛି । ଏହି ମାସକୁ ପ୍ରେମ ମାସ ମଧ୍ୟ କୁହାଯାଏ । ଏହି ମାସରେ, ଫେବୃଆରୀ ୧୪ ରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଏ । ଦମ୍ପତିମାନଙ୍କ ପାଇଁ ଭାଲେଣ୍ଟାଇନ୍ ଡେ ବହୁତ ସ୍ୱତନ୍ତ୍ର । କିନ୍ତୁ ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଭାଲେଣ୍ଟାଇନ୍ସ ସପ୍ତାହ ପାଳନର କିଛି ସ୍ୱତନ୍ତ୍ରତା ରହିଛି । ଭାଲେଣ୍ଟାଇନ୍ ସପ୍ତାହ ୭ ଫେବୃଆରୀରୁ ପାଳନ କରାଯାଏ । ଏହା ରୋଜ ଡେ'ରୁ ଆରମ୍ଭ ହୋଇଥାଏ।
ଏହି ଖବର ପଢ଼ନ୍ତୁ -
http://ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଭେଟିଲେ ନିଶା ମହାରଣା; ବଢାଇଲେ ସହଯୋଗର ହାତଭାଲେଣ୍ଟାଇନ୍ ଡେ କ୍ୟାଲେଣ୍ଡରଫେବୃଆରୀ ୭ - ରୋଜ ଡେ (Rose Day)
ଫେବୃଆରୀ ୮ - ପ୍ରପୋଜ ଡେ (Propose Day)
ଫେବୃଆରୀ ୯ - ଚକୋଲେଟ୍ ଡେ (Chokolate Day)
ଫେବୃଆରୀ ୧୦ - ଟେଡି ଡେ (Teddy Day)
ଫେବୃଆରୀ ୧୧ - ପ୍ରମିଜ ଡେ (Promise Day)
ଫେବୃଆରୀ ୧୨ - ହଗ୍ ଡେ (Hug Day)
ଫେବୃଆରୀ ୧୩ - କିସ୍ ଡେ (Kiss Day)
ଫେବୃଆରୀ ୧୪- ଭାଲେଣ୍ଟାଇନ୍ସ ଡେ (Valentines Day)
ରୋଜ ଡେରୋଜ ଡେ'ରେ, ସାଥୀକୁ ଗୋଲାପ ଦେଇ ପ୍ରେମ ବ୍ୟକ୍ତ କରାଯାଏ । ଏହି ଅବସରରେ, ଆପଣ ନିଜ ସାଥୀଙ୍କୁ ନାଲି ଗୋଲାପ ଦେଇପାରିବେ । ନାଲି ଗୋଲାପ ପ୍ରେମର ପ୍ରତୀକ ଭାବରେ ବିବେଚନା କରାଯାଏ ।
ପ୍ରପୋଜ ଡେଯଦି ଆପଣ କାହାକୁ ପସନ୍ଦ କରନ୍ତି ଓ ତାଙ୍କୁ ପ୍ରସ୍ତାବ ଦେବାକୁ ଚାହାଁନ୍ତି, ତେବେ ଏହି ଦିନଟି ସର୍ବୋତ୍ତମ ଅଟେ । ଏହି ଦିନ ଆପଣ ନିଜର ସାଥୀକୁ ପ୍ରସ୍ତାବ ଦେଇ ପାରିବ । ହୃଦୟର କଥା ଜଣାଇବା ପାଇଁ ଏହି ଦିନ ବହୁତ ଭଲ । ଅଭିବ୍ୟକ୍ତି ସମୟରେ ଆପଣ ଅନେକ କଥା କହିପାରିବେ ।
ଚକୋଲେଟ୍ ଡେଚକୋଲେଟ୍ ଡେ'ରେ ଆପଣ ନିଜ ସାଥୀଙ୍କୁ ଚକୋଲେଟ୍ ଦେଇପାରିବେ । ଏହା ଆପଣଙ୍କର ସମ୍ପର୍କରେ ମଧୁରତା ଆଣିଥାଏ । ଆପଣ ତାଙ୍କ ପସନ୍ଦର ଚକୋଲେଟ୍ ଉପହାର ଦେଇ ପାରିବେ । ଆପଣ ବଜାରରୁ ଅନେକ ପ୍ରକାରର ସୁସ୍ୱାଦୁ ଚକୋଲେଟ୍ ପାଇପାରିବେ ।
ଟେଡି ଡେଏହି ଦିନ ୧୦ ଫେବୃଆରୀରେ ପାଳନ କରାଯାଏ । ଆପଣ ନିଜର ସାଥୀକୁ ସେମାନଙ୍କ ପସନ୍ଦର ଏକ ଟେଡି ବିଅର୍ ଉପହାର ଦେଇ ପାରିବେ। ଏହା ପ୍ରେମର ସଙ୍କେତ ଭାବରେ ବିବେଚନା କରାଯାଏ । ଝିଅମାନେ ଟେଡି ବିଅର ବହୁତ ପସନ୍ଦ କରନ୍ତି ।
ପ୍ରମିଜ ଡେଏହି ଦିନ ଦମ୍ପତିମାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦିନ ପ୍ରେମିଯୁଗଳ ପରସ୍ପର ସହିତ ସବୁଦିନ ପାଇଁ ରହିବାକୁ ପ୍ରତିଜ୍ଞା କରନ୍ତି । ଆପଣ ମଧ୍ୟ ନିଜ ସାଥୀଙ୍କ ସହିତ ରହିବାକୁ ପ୍ରତିଜ୍ଞା କରନ୍ତୁ ।
ହଗ୍ ଡେଆଲିଙ୍ଗନ ଦିବସରେ ଦମ୍ପତିମାନେ ପରସ୍ପରକୁ ଆଲିଙ୍ଗନ କରି ନିଜର ପ୍ରେମ ବ୍ୟକ୍ତ କରନ୍ତି । ଏହି ଦିନଟି ପ୍ରେମ ଭରା ଆଲିଙ୍ଗନର ଦିନ।
କିସ ଡେକିସ୍ ଡେ ୧୩ ଫେବୃଆରୀ ଅର୍ଥାତ୍ ଭାଲେଣ୍ଟାଇନ୍ ଡେ ର ଗୋଟିଏ ଦିନ ପୂର୍ବରୁ ପାଳନ କରାଯାଏ । ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ଚୁମ୍ବନ ଦିଅନ୍ତି ଓ ନିଜର ପ୍ରେମ ବ୍ୟକ୍ତ କରନ୍ତି ।
ଭାଲେଣ୍ଟାଇନ୍ ଡେଭାଲେଣ୍ଟାଇନ୍ସ ଡେ ୧୪ ଫେବୃଆରୀରେ ପାଳନ କରାଯାଏ । ଏହି ଦିନ ଆପଣ ନିଜ ସାଥୀଙ୍କ ସହିତ ବୁଲିବାକୁ ଯୋଜନା କରିପାରିବେ । ଆପଣ ନିଜ ସାଥୀଙ୍କ ସହିତ ଡେଟରେ ମଧ୍ୟ ଯାଇପାରିବେ । ଆପଣଙ୍କ ସାଥୀଙ୍କ ସହିତ କ୍ୱାଲିଟି ସମୟ ବିତାଇ ପାରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।