ଭାଲେଣ୍ଟାଇନ୍ସ ଡେରେ ପାଳନ ହେବ' ଗୋ ଆଲିଙ୍ଗନ ଦିବସ'; ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ

ଗୋଟିଏ ପଟେ ବିଜେପି ନେତା ଏହାକୁ ସ୍ୱାଗତ କରୁଥିବା ବେଳେ ଅନ୍ୟପକ୍ଷରେ ବିରୋଧୀଦଳର ନେତାମାନେ କହିଛନ୍ତି, ଏହା ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ କରାଯାଉଛି ।

ଭାଲେଣ୍ଟାଇନ୍ସ ଡେରେ ପାଳନ ହେବ' ଗୋ ଆଲିଙ୍ଗନ ଦିବସ'; ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ

ଭାଲେଣ୍ଟାଇନ୍ସ ଡେରେ ପାଳନ ହେବ' ଗୋ ଆଲିଙ୍ଗନ ଦିବସ'; ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

Cow Hug Day: ପଶୁ କଲ୍ୟାଣ ବୋର୍ଡ ଅଫ୍ ଇଣ୍ଡିଆ ୧୪ ଫେବୃଆରୀ ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ'ରେ ଗୋ ଆଲିଙ୍ଗନ ଦିବସ ( Cow Hug Day) ପାଳନ କରିବାକୁ' ନିବେଦନ କରିଛି। AWBI ଅନୁଯାୟୀ ଗୋ ଆଲିଙ୍ଗନ ଦିବସ ଅର୍ଥାତ ଗାଇକୁ ଆଲିଙ୍ଗନ କରିବା । ଗୋଟିଏ ପଟେ ବିଜେପି ନେତା ଏହାକୁ ସ୍ୱାଗତ କରୁଥିବା ବେଳେ ଅନ୍ୟପକ୍ଷରେ ବିରୋଧୀଦଳର ନେତାମାନେ କହିଛନ୍ତି, ଏହା ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ କରାଯାଉଛି ।

ଗାଇ ଆଲିଙ୍ଗନ ଦିବସକୁ ସ୍ୱାଗତ କରି ବିଜେପି ସାଂସଦ ବିଜୟପାଲ ସିଂ ତୋମାର କହିଛନ୍ତି, ଗାଇକୁ ଆଲିଙ୍ଗନ କରିବା ଚାଷୀଙ୍କ ସହ ଜଡିତ। ସେଥିପାଇଁ ମୁଁ ଗାଇ ଆଲିଙ୍ଗନ ଦିବସ ପାଳନ କରିବାକୁ ପଶୁ କଲ୍ୟାଣ ବୋର୍ଡ ଅଫ୍ ଇଣ୍ଡିଆର ଆବେଦନକୁ ସ୍ୱାଗତ କରୁଛି।

ମୋଦି ସରକାରରେ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ କହିଛନ୍ତି, ଏଥିରେ ଅସୁବିଧା କ’ଣ? ଗାଇ ଆମର ମା, ଆମେ ତାଙ୍କର ସେବା କରିବା ଉଚିତ୍ । କୌଣସି ବି ଦିନ ହେବାର ଥିଲା, ଏବେ ହେଲା । ଏହା ପ୍ରେମର ଦିନ, ତେଣୁ ଗାଇକୁ ଭଲ ପାଆନ୍ତୁ।

ବିଜେପି ସାଂସଦ ବାଲକ ନାଥ କହିଛନ୍ତି, ଆମ ସଂସ୍କୃତିରେ ଗାଇଙ୍କୁ ପୂଜା କରିବାର ପରମ୍ପରା ରହିଛି। ଆମେ ମଧ୍ୟ ଗୋପାଷ୍ଟମୀ ପାଳନ କରୁ । ଭାଲେଣ୍ଟାଇନ୍ ଡେ କ’ଣ ତାହା ବିଷୟରେ ଆମର କୌଣସି ଧାରଣା ନାହିଁ ।

ଏହି ଖବର ପଢ଼ନ୍ତୁ - http://ସୁପ୍ରିମକୋର୍ଟ ଓ ହାଇକୋର୍ଟରେ କେତେ ମାମଲା ଅଛି ବିଚାରାଧୀନ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରସଙ୍ଗରୁ ଧ୍ୟାନକୁ ହଟେଇବା ରଖିବା ପାଇଁ ଗାଇ ଆଲିଙ୍ଗନ ଦିବସ: ବିରୋଧୀ

ଟିଏମସି ସାଂସଦ ସାନ୍ତନୁ ସେନ୍ ଅଭିଯୋଗ କରିଛନ୍ତି, ମୁଖ୍ୟ ସ୍ରୋତ ପ୍ରସଙ୍ଗରୁ ଧ୍ୟାନକୁ ଦୂରେଇ ରଖିବା ପାଇଁ ଛଦ୍ମ- ହିନ୍ଦୁବାଦୀ ଓ ଛଦ୍ମ-ଦେଶଭକ୍ତି ବ୍ୟବହାର କରାଯାଉଛି।

ସିପିଆଇ ସାଂସଦ ଏଲାରାମ କରିମ ଗାଇ ଆଲିଙ୍ଗନ ଦିବସକୁ ହାସ୍ୟାସ୍ପଦ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଏହା ଅକଳ୍ପନୀୟ ଓ ଦେଶ ପାଇଁ ଲଜ୍ଜାଜନକ ବିଷୟ।

କଂଗ୍ରେସ ସାଂସଦ ରଜନୀ ପାଟିଲ କହିଛନ୍ତି ଯେ, ମୁଁ କୃଷକ ଘରୁ ଆସିଛି। ମୁଁ କେବଳ ଗୋଟିଏ ଦିନ ନୁହେଁ ପ୍ରତ୍ୟେକ ଦିନ ମୋ ଗାଇକୁ ଆଲିଙ୍ଗନ କରେ । ଗୋ ଆଲିଙ୍ଗନ ଦିବସ ପାଳନ କରିବା ବିଷୟରେ ସେ କହିଛନ୍ତି ଯେ, ଏହା କେବଳ ବେକାରୀ, ଆଦାନୀ, ମୁଦ୍ରାସ୍ଫୀତି, ଆତଙ୍କବାଦ ଭଳି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କରାଯାଉଛି।

ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି, ଆମେ ଗାଇ କୁ ସମ୍ମାନ ଦେଉ ଓ ସମ୍ମାନର ସହ ତାଙ୍କୁ 'ଗୋ ମାତା' ବୋଲି କହିଥାଉ । ଗାଇ ସହିତ ଯୋଡ଼ି ହେବା ପାଇଁ ଆମକୁ କୌଣସି ନିର୍ଦ୍ଦିଷ୍ଟ ଦିନର ଆବଶ୍ୟକତା ନାହିଁ ।

ବୈଦିକ ପରମ୍ପରା ବିଲୁପ୍ତ ହେବାକୁ ଯାଉଛି

ଭାରତର ପଶୁ କଲ୍ୟାଣ ବୋର୍ଡ ଦ୍ୱାରା କରାଯାଇଥିବା ଆବେଦନରେ ଆହୁରି କୁହାଯାଇଛି ଯେ, ସମୟ ସହିତ ପାଶ୍ଚାତ୍ୟ ସଂସ୍କୃତିର ଅଗ୍ରଗତି ହେତୁ ବୈଦିକ ପରମ୍ପରା ବିଲୁପ୍ତ ହେବାକୁ ଯାଉଛି । ପାଶ୍ଚାତ୍ୟ ସଭ୍ୟତାର ଝଲକ ଆମର ଭୌତିକ ସଂସ୍କୃତି ଓ ଐତିହ୍ୟକୁ ପ୍ରାୟ ଭୁଲାଇଦେଇଛି ।

ପଶୁପାଳନ ଓ ଦୁଗ୍ଧ ବିଭାଗ, ମତ୍ସ୍ୟପାଳନ ବିଭାଗର ନିର୍ଦ୍ଦେଶରେ ଦକ୍ଷ ପ୍ରାଧିକରଣର ଅନୁମୋଦନ କ୍ରମେ ଏହା ଜାରି କରାଯାଇଛି। ଭାରତର ପଶୁ କଲ୍ୟାଣ ବୋର୍ଡ ତରଫରୁ ଏ ସମ୍ବନ୍ଧରେ ଏକ ଆବେଦନ କରାଯାଇଛି। ଏଥିରେ କୁହାଯାଇଛି ଯେ ଗାଇ ହେଉଛି ଭାରତୀୟ ସଂସ୍କୃତି ଓ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ।
Published by:Soubhagya Mishra
First published: