ଆଜି ଭାଲେଣ୍ଟାଇନ୍ ଡେ; ଜାଣନ୍ତୁ ପ୍ରେମ ଦିବସର ପ୍ରକୃତ କାହାଣୀ

Valentine's Day: ଆଜି ପ୍ରେମର ଦିବସ ଭାଲେଣ୍ଟାଇନ୍ ଡେ। ଦୁନିଆର ସବୁ ବନ୍ଧନ ପ୍ରେମରୁ ଆରମ୍ଭ। ପ୍ରେମ ଥିଲେ ଜୀବନରେ ଖୁସି ଥାଏ।

ଆଜି ଭାଲେଣ୍ଟାଇନ୍ ଡେ

ଆଜି ଭାଲେଣ୍ଟାଇନ୍ ଡେ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଆଜି ପ୍ରେମର ଦିବସ ଭାଲେଣ୍ଟାଇନ୍ ଡେ (Valentine Day) । ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଭେଟିବା, ବୁଲିବାକୁ ଯିବା ସହ ଉପହାର ଦେଇ ଭାଲେଣ୍ଟାଇନ୍ସ ଡେ ପାଳନ କରିଥାନ୍ତି…..

ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ। ପ୍ରେମ ମାନେ’ନା ବାଧା ବିଘ୍ନ। ମାନେ’ନା ସୀମା ସରହଦ। ଜାତି ଧର୍ମ ବର୍ଣ୍ଣ ସବୁର ଉପରେ ଭଲ ପାଇବାର ପରିଭାଷା। ପ୍ରେମ ପାଇବାରେ ଥାଏ, ଥାଏବି ହରାଇବାରେ । ସାଥୀ ପାଇଁ କେବଳ ଉତ୍ସର୍ଗ ହିଁ ପ୍ରେମ ।

ଭାଲେଣ୍ଟାଇନଙ୍କୁ (Valentine) ମନେ ପକାଇବା ପାଇଁ ଆଜି ପରି ଦିନଟିଏ ପାଳନ କରାଯାଏ। ସମସ୍ତଙ୍କୁ ଭଲ ପାଇବାର ଦିନଟିଏ। ପ୍ରେମର ଅନେକ ଭାଷା ରହିଛି ଆଉ ତାକୁ କିଏ କେଉଁ ପ୍ରକାରରେ ପ୍ରକାଶ କରିଥାଏ। ଏହା ହିଁ ସର୍ମ୍ପକର ମୁଳତତ୍ୱ , ପ୍ରେମ ବିନା ଜୀବନ ରଙ୍ଗ ହୀନ। ଏହା ଆଖିରେ ଆଖିରେ ହୁଏ ତ କେବେ ଇସାରାରେ ମଧ୍ୟ ହୁଏ।

ପ୍ରେମୀ ଯୁଗଳଙ୍କ ପାଇଁ ଦିନଟିଏ। ଭାଲେଣ୍ଟାଇନ୍ ସପ୍ତାହ ପାଳନ ପରେ ଆଜି ପ୍ରେମ ଦିବସ ପାଳନ ପାଇଁ ପ୍ରେମୀ ଯୁଗଳଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ଏହି ସ୍ବତନ୍ତ୍ର ଦିନଟିକୁ ଖାସ୍ କରିବା ପାଇଁ ପ୍ରେମୀ ଯୁଗଳମାନେ ନାନା ପ୍ରକାରର ଆୟୋଜନ କରିଥାନ୍ତି। କେହି କେହି ଏକାନ୍ତରେ ସମୟ ବିତାଇଥାନ୍ତି ତ କେହି କେହି ବାହାରକୁ ବୁଲି ଯିବାକୁ ପସନ୍ଦ କରିଥାନ୍ତି। ଏପରିକି ପାର୍କ, ମଲ୍, ରେଷ୍ଟୁରାଣ୍ଟରେ ଲାଇଫ୍ ପାର୍ଟନର ସହ କିଛି ମୂହୁର୍ତ୍ତ କଟାଇବା ପାଇଁ ପ୍ରେମୀ ଯୁଗଳଙ୍କ ଭିଡ ଦେଖିବାକୁ ମିଳିବ।

ଭାଲେଣ୍ଟାଇନ ଡେ'ର କାହାଣୀ

ଭାଲେଣ୍ଟାଇନ (Valentine) କୌଣସି ଦିବସର ନାଁ ନୁହେଁ। ଏହା ରୋମର ଜଣେ ପାଦ୍ରିଙ୍କର ନାମ। ସେତେବେଳେ କ୍ଲାଉଡିସ୍ (Claudius) ନାମକ ଜଣେ ଶାସକ ରୋମ ଉପରେ ରାଜୁତି କରୁଥିଲେ। ସେ ନିଜକୁ ଜଣେ ଶକ୍ତିଶାଳୀ ଶାସକ ରୂପେ ଦେଖିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କୁ ଅଧିକ ସଂଖ୍ୟାରେ ସୈନ୍ୟ ବଳ ଆବଶ୍ୟକତା ଥିଲା। ହେଲେ ସେ ଜାଣିବାକୁ ପାଇଲେ ଯେ ସ୍ତ୍ରୀ, ପିଲା ପରିବାର ଥିବା ଲୋକ ସୈନ୍ୟ ବିଭାଗରେ ପଶିବାକୁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି।

ଏଥିପାଇଁ କ୍ଲାଉଡିସ୍ (Claudius) ଭବିଷ୍ୟତରେ କିଛି ଦିନ ପାଇଁ ରାଜ୍ୟରେ ବିବାହ ଉପରେ ପ୍ରତି ବନ୍ଧକ ଲଗାଇ ଦେଲେ। ଅନେକ ଏହାକୁ ନାପସନ୍ଦ କଲେ ମଧ୍ୟ ଶାସକଙ୍କ ବିରୋଧରେ ବିଦ୍ରୋହ କରିବାକୁ କାହାର ସାହସ ହେଲା ନାହିଁ। ସେପଟେ ଏକ ପ୍ରେମୀ ଯୁଗଳ ବିବାହ କରିବାକୁ ଲୁଚି ଚାଲି ଆସିଥିଲେ। ପାଦ୍ରି ଭାଲେଣ୍ଟାଇନ ଗୁପ୍ତରେ ସେମାନଙ୍କର ବିବାହ କରାଇ ଦେଲେ। କିନ୍ତୁ ଏକଥା ଶାସକ ଜାଣିବାକୁ ପାଇଲେ। ଏହି ଅଭିଯୋଗରେ ଭାଲେଣ୍ଟାଇନଙ୍କୁ ବନ୍ଦୀ କରାଗଲା।

ଖ୍ରୀଷ୍ଟାବ୍ଦ ୨୬୯ ଫେବୃଆରୀ ୧୪ରେ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଗଲା। ଆଉ ଭାଲେଣ୍ଟାଇନଙ୍କ ସ୍ମୁତି ଉଦ୍ଦେଶ୍ୟରେ ସେବେଠାରୁ ପାଳନ ହେଉଛି ଭାଲେଣ୍ଟାଇନ ଡେ'।
Published by:Lipina Das
First published: