ମୃତ୍ଯୁ ପରେ ବି ପତ୍ନୀଙ୍କ ସହ ବିତାଉଛନ୍ତି ସମୟ; ଗିନିଜ ବୁକରେ ସ୍ଥାନ ପାଇଲା ପ୍ରେମ କାହାଣୀ

ତୁମେ ପୃଥିବୀରେ ଏକମାତ୍ର କିନ୍ତୁ ମୋ ପାଇଁ ତୁମେ ଏକମାତ୍ର ପୃଥିବୀ । ଏ ବାର୍ତ୍ତାର କେତେ ମହତ୍ତ୍ୱ, ଏକଥା ଆଉ କେହି ନ ହେଲେ ବି ବୁଝିଛନ୍ତି ପରିଣତ ବୟସରେ ପାଦ ଥାପିଥିବା ଏହି ବ୍ୟକ୍ତି ।

Valentine day special

Valentine day special

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Valentine Day Special: You are one in the world but You are my one world । ତୁମେ ପୃଥିବୀରେ ଏକମାତ୍ର କିନ୍ତୁ ମୋ ପାଇଁ ତୁମେ ଏକମାତ୍ର ପୃଥିବୀ । ପ୍ରେମ ଦିବସରେ ଏ ବାର୍ତ୍ତାର କେତେ ମହତ୍ତ୍ୱ, ଏକଥା ଆଉ କେହି ନ ହେଲେ ବି ବୁଝିଛନ୍ତି ପରିଣତ ବୟସରେ ପାଦ ଥାପିଥିବା ଏହି ବ୍ୟକ୍ତି । ନିଜ ଘରେ ସ୍ଥାପନ କରିଛନ୍ତି ସ୍ବର୍ଗୀୟା ପତ୍ନୀଙ୍କ ପ୍ରତିମୂର୍ତ୍ତି । ଶେଷରେ

ପତ୍ନୀଙ୍କୁ ପର ନ କରିବା ପାଇଁ ପ୍ରତିମୂର୍ତ୍ତି ତିଆରି କରି ତାଙ୍କ ସହ ସମୟ ବିତାଉଛନ୍ତି । ପ୍ରେମ ଦିବସରେ ଆଜିର ସମାଜ ପାଇଁ ଉଦାହରଣ ସାଜିଛନ୍ତି ଚଣ୍ଡୀଗଡ଼ର ୭୫ ବର୍ଷୀୟ ବିଜୟ କୁମାର। ବ୍ଲଡ୍‌ କ୍ୟାନ୍ସରରେ ପୀଡ଼ିତ ଥିବା ପତ୍ନୀ ୨୦୧୯ରେ ଆଖି ବୁଜି ଦେଲେ। ସେତେବେଳେ ପତ୍ନୀଙ୍କୁ ହୋଇଥିଲା ୬୮ ବର୍ଷ। ପତ୍ନୀଙ୍କୁ ଜୀବନଠୁ ଅଧିକ ଭଲ ପାଉଥିବା ବିଜୟ କୁମାର ସ୍ଥିର କଲେ ନିଜ ଘରେ ପତ୍ନୀଙ୍କ ଅବିକଳ ଥିବା ପ୍ରତିମୂର୍ତ୍ତି ସ୍ଥାପନ କରିବେ । ଘରେ ପତ୍ନୀଙ୍କ ମାର୍ବଲ ପ୍ରତିମୂର୍ତ୍ତି ସ୍ଥାପନ କରି ତାଙ୍କୁ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛନ୍ତି ବିଜୟ।

ବିଜୟ କୁହନ୍ତି, ପତ୍ନୀ ବୀଣାଙ୍କୁ ସେ କୌଣସି ମୁହୂର୍ତ୍ତରେ ପାଖରୁ ଅନ୍ତର କରିବାକୁ ଚାହୁଁ ନଥିଲେ। ପତ୍ନୀ ଶାରୀରିକ ଭାବେ ତାଙ୍କଠାରୁ ଦୂରକୁ ଚାଲିଯାଇଛନ୍ତି ସତ କିନ୍ତୁ ପତ୍ନୀଙ୍କ ଆତ୍ମା ତାଙ୍କ ସହ ରହିଛି। ପତ୍ନୀଙ୍କ ପ୍ରତିମୂର୍ତ୍ତି ସହ ସୁଖଦୁଃଖ ବାଣ୍ଟୁଛନ୍ତି ବିଜୟ । ନିଜ ମନ କଥା କହୁଛନ୍ତି । ବିଜୟ ଅନୁଭବ କରୁଛନ୍ତି, ପତ୍ନୀ ତାଙ୍କୁ ଛାଡ଼ି କୁଆଡେ ଯାଇନାହାନ୍ତି ବରଂ ତାଙ୍କ ପାଖରେ ରହିଛନ୍ତି । ଏକ ହଜାର କିଲୋଗ୍ରାମରୁ ଅଧିକ ଓଜନର ପତ୍ନୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ବିଜୟ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ନାଁ ସ୍ଥାନିତ କରିଛନ୍ତି।
Published by:Soumya Das
First published: