ଏଭରେଷ୍ଟ ଚଢିଥିବା ପ୍ରଥମ ଭାରତୀୟ ମହିଳା
- News18 Odia
- Last Updated :
- Other, India
News 18 Odia Digital
ନୂଆଦିଲ୍ଲୀ: ୧୬ ଦିନରେ ମାଉଣ୍ଟ ଏଭରେଷ୍ଟ ଏବଂ ମାଉଣ୍ଟ ମକାଲୁ ଚଢିବା ପ୍ରଥମ ମହିଳା ସବିତା କଂସଓ୍ଵାଲ(୨୬)ଙ୍କ ହିମସ୍ଖଳନ ଯୋଗୁଁ ମୃତ୍ୟୁ ଘଟିଛି। ମଙ୍ଗଳବାର ଉତ୍ତରାଖଣ୍ଡର ଉତ୍ତରକାଶୀରେ ନେହେରୁ ପର୍ବତାରୋହୀ ସଂସ୍ଥା(ଏନଆଇଏମ)ର ପ୍ରଶିକ୍ଷଣପ୍ରାପ୍ତ ପର୍ବତାରୋହୀ ଏବଂ ପ୍ରଶିକ୍ଷକଙ୍କ ଏକ ଦଳ ହିମସ୍ଖଳନର ଶିକାର ହୋଇଥିଲେ। ସବିତା ମେ ୧୨ରେ ୧୬ତମ ଦିନରେ ବିଶ୍ଵର ସର୍ବୋଚ୍ଚ ଗିରିଶୃଙ୍ଗ(୮୮୪୮ ମିଟର) ଚଢିବାରେ ସଫଳ ହୋଇଥିଲେ। ପୁଣି ଅଳ୍ପଦିନରେ ମେ ୨୮ରେ ମାଉଣ୍ଟ ମକାଲୁ(୮୪୮୫ ମିଟର) ଚଢି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ।
ଉତ୍ତରକାଶୀର ଅତିରିକ୍ତ ଜିଲ୍ଲାପାଳ ତିରଥ ପଲ୍ ସିଂହଙ୍କ ସୂଚନା ଅନୁଯାୟୀ ବୁଧବାର ସକାଳେ ଜାରି ଉଦ୍ଧାରକାର୍ଯ୍ୟ ଅଭିଯାନରେ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଜାଇଛି। ରେସ୍କ୍ୟୁ ଅପରେସନରେ ଆର୍ମି ଏବଂ ଭାରତୀୟ ବାୟୁସେନାର ହେଲିକପ୍ଟର ନିୟୋଜିତ ଅଛନ୍ତି। ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ପ୍ରାୟ ୮ଟା ୪୫ରେ ହିମସ୍ଖଳନ ଘଟିଥିଲା। ଏହାର ତଳେ ୪୧ ପର୍ବତାରୋହୀ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରେ ୩୪ ପ୍ରଶିକ୍ଷଣପ୍ରାପ୍ତ ଏବଂ ସାତ ଜଣ ପ୍ରଶିକ୍ଷକ ସାମିଲ୍ ଥିଲେ।
ଉଦ୍ଧାର ହୋଇଥିବା ବ୍ୟକ୍ତିମାନେ ଦୀପ ସିଂ (ଗୁଜୁରାଟ), ରୋହିତ ଭଟ୍ଟ, ସୁରଜ ସିଂ, କାଞ୍ଚନ ସିଂ, ଅଙ୍କିତ ସିଂ, ଅଙ୍କୁର ଶର୍ମା, ରାଜେଶ ରାଣା, ବବିତା, ରେଖା ଉତ୍ତରାଖଣ୍ଡ), ସୁନୀଲ, ଆକାଶ (ମୁମ୍ବାଇ), ଅନିଲ କୁମାର (ରାଜସ୍ଥାନ), ମନୀଷ ବୋଲି ଜଣାପଡିଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।