ବେକାର ଯୁବକଙ୍କୁ ମାସିକ ୫୦୦୦ ଟଙ୍କା ଦେଇ ଗୋ ସୁରକ୍ଷା କାମରେ ଲଗାଇବେ ସରକାର

ଗ୍ରାମ ଗୋ-ସୁରକ୍ଷା କମିଟି’ ଗଠନ କରି ତା’ର ସଦସ୍ୟମାନଙ୍କୁ ମାସିକ ୫୦୦୦ ଟଙ୍କା ଲେଖାଏଁ ଦେବା ଲାଗି ଉତ୍ତରାଖଣ୍ଡ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଗୋ ମାତା ସୁରକ୍ଷା(ପ୍ରତିକାତ୍ମକ ଛବି)

ଗୋ ମାତା ସୁରକ୍ଷା(ପ୍ରତିକାତ୍ମକ ଛବି)

  • Share this:
News 18 digital

ଡେରାଡୁନ୍: ଉତ୍ତାରଖଣ୍ଡ ସରକାର ଗୋ ସୁରକ୍ଷା କମିଟି ଗଠନ କରିବାକୁ ଓ ଗୋ ସୁରକ୍ଷା ଓ ପାଳିବା ପାଇଁ ଏକ ନୂତନ ଅଭିଯାନ ଆରମ୍ଭ କରିଛନ୍ତି । ପାଳନକାରୀ ସଦସ୍ୟମାନଙ୍କୁ ମାସକୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପ ପ୍ରାୟ ୫୦ଟି ଗାଁର ବାସିନ୍ଦାଙ୍କୁ ଚାକିରି ଯୋଗାଇବ ବୋଲି ଆଶା କରାଯାଉଛି ଓ ଏହି ଉଦ୍ୟୋଗର  ଆସନ୍ତା ମାସ ମଧ୍ୟରେ ୧ କୋଟି ଟଙ୍କା ବିନିଯୋଗ ହେବ।

ଶନିବାର ପଶୁପାଳନ ମନ୍ତ୍ରୀ ସୌରଭ ବହୁଗୁଣାଙ୍କ ଅଧ୍ୟକ୍ଷତାରେ ଉତ୍ତରପ୍ରଦେଶ ପ୍ରାଣୀ କଲ୍ୟାଣ ବୋର୍ଡର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବହୁଗୁଣା କହିଛନ୍ତି, ବୁଲା ଗୋରୁଙ୍କ ସୁରକ୍ଷା ନିମନ୍ତେ ଥିବା ବା‌ର୍ଷିକ ବଜେଟ୍‌କୁ ୨.୫ କୋଟି ଟଙ୍କାରୁ ୧୫ କୋଟି ଟଙ୍କାକୁ ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପ୍ରଦେଶ ଧାରାରେ ଆମେ ମଧ୍ୟ ଗୋଖାଦ୍ୟ ବଜେଟ୍‌କୁ ଦୈନିକ ୬ ଟଙ୍କାରୁ ୩୦ ଟଙ୍କାକୁ ବୃଦ୍ଧି କରିଛୁ।

"ଗାଁର ଅଣକୁଶଳୀ, ଅଶିକ୍ଷିତ ଓ ବେକାର ଲୋକଙ୍କୁ ଗୋ ସେବକ ଭାବରେ ନିଯୁକ୍ତ କରାଯିବ ଓ ସେମାନଙ୍କ ସୁରକ୍ଷା ପାଇଁ ମାସିକ ୪୦୦୦ ରୁ ୫୦୦୦ ଟଙ୍କା ଦିଆଯିବ। ଜଣେ ବ୍ୟକ୍ତିଙ୍କୁ ଅତି କମରେ ଚାରି ରୁ ପାଞ୍ଚଟି ଗୋ ମାତାଙ୍କ ଦାୟିତ୍ଵ ଗ୍ରହଣ କରିବାକୁ ପଡିବ ଓ ପଶୁପାଳନ ପାଇଁ ଅତି କମରେ ୯୦୦ ଟଙ୍କା ପ୍ରଦାନ କରାଯିବ। ଏହି ପ୍ରକଳ୍ପ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଯୋଗାଇବ ଓ ଗୋରୁଙ୍କ ରକ୍ଷା କରିବ ବୋଲି ପଶୁପାଳନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଅଶୂତ ଯୋଶୀ କହିଛନ୍ତି।

ଯୋଶୀ ଆହୁରି କହିଛନ୍ତି ଯଦି ଯୋଜନା ଅନୁଯାୟୀ ସବୁ ରୂପାୟନ ହୁଏ, ତେବେ ଯୁବକମାନେ ପଶୁ କଲ୍ୟାଣ ବିଭାଗର ଅନ୍ୟାନ୍ୟ କାର୍ଯ୍ୟ ତୁଲାଇବେ। ଆମେ ସେମାନଙ୍କୁ ଗୋରୁମାନଙ୍କୁ ଟୀକାକରଣ ପାଇଁ ତାଲିମ ଦେବୁ, ଯେଉଁଥିପାଇଁ ସେମାନଙ୍କୁ ଅତିରିକ୍ତ ୧୨ ଟଙ୍କା ଦିଆଯିବ।ସେମାନେ ପଶୁମାନଙ୍କୁ ଟ୍ୟାଗ୍ କଲେ ଯେଉଁଥିପାଇଁ ସେମାନଙ୍କୁ ପ୍ରତି ଗୋମାତାଙ୍କ  ୨୦ ଟଙ୍କା ଦିଆଯିବ। ବିଭାଗର ମାନବ ଶକ୍ତି ନାହିଁ ତେଣୁ ଏହି ଯୁବକମାନେ ଏକ ସମର୍ଥନ ବ୍ୟବସ୍ଥା ଭାବରେ କାର୍ଯ୍ୟ କରିପାରିବେ ବୋଲି ସେ କହିଛନ୍ତି।
Published by:Soumya Das
First published: