News18 Odia Digital
ଜଣେ ମହିଳା ଓ ତାଙ୍କ ୬ ବର୍ଷ ଝିଅକୁ ଚଳନ୍ତା କାରରେ ଜଣେ ପୁରୁଷ ଓ ତାଙ୍କ ବନ୍ଧୁମାନେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଉତ୍ତରାଖଣ୍ଡର ହରିଦ୍ୱାରରେ ଘଟିଛି।
ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ, ମୁସଲିମ ଧାର୍ମିକ ସ୍ଥାନ ପିରାନ କାଳିଆର ୬ ବର୍ଷର ଝିଅ ସହିତ ଯାତ୍ରା କରୁଥିବା ମହିଳା ଜଣକ ରାତିରେ ଫେରୁଥିଲେ। ଏହି ସମୟରେ ସୋନୁ ନାମକ ଜଣେ ବ୍ୟକ୍ତିଙ୍କ ଲିଫ୍ଟ ଦେବେ କଗିବାରୁ ରାଜି ହୋଇଥିଲେ ମହିଳା ଜଣଙ୍କ। ଏହି ସମୟରେ ସେହି କାରରେ ଉକ୍ତ ବ୍ୟକ୍ତିଙ୍କ କିଛି ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ।
ଆକ୍ରମଣକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅନୁଯାୟୀ ସୋନୁ ଓ ତାଙ୍କ ସହଯୋଗୀମାନେ ଚଳନ୍ତା କାରରେ ମହିଳା ଓ ତାଙ୍କ ଝିଅକୁ ବଳାତ୍କାର କରି କେନାଲ ନିକଟରେ ଫିଙ୍ଗି ଦେଇଥିଲେ। ତେବେ ମହିଳା ଜଣକ ତାଙ୍କ ଦୁଃଖଦ ଘଟଣା ବିଷୟରେ ଜଣାଇବା ପାଇଁ ରାତି ଅଧରେ ପୋଲିସ ଷ୍ଟେସନରେ ପହଞ୍ଚିବାରେ ସଫଳ ହୋଇଥିଲେ।
ପୋଲିସର ସୂଚନାନୁସାରେ, ମହିଳା ଜଣକ କାରରେ କେତେ ପୁରୁଷ ଅଛନ୍ତି ତାହା କହି କରିପାରିନଥିବା ବେଳେ ଡ୍ରାଇଭରଙ୍କ ନାମ ସୋନୁ ବୋଲି ସେ କହିଛନ୍ତି। ପୋଲିସ କହିଛି ଯେ ଉଭୟଙ୍କୁ ରୁଡ଼କି ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ସେମାନଙ୍କ ଡାକ୍ତରୀ ପରୀକ୍ଷା ବଳାତ୍କାରକୁ ନିଶ୍ଚିତ କରିଛି।
ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଓ ସେମାନଙ୍କୁ ଟ୍ରାକିଂ ପ୍ରକ୍ରିୟା ଆରମ୍ଭ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଧରାଯାଇ ନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।