ମୋ ଝିଅର ଯତ୍ନ ନେବ..ଦୁର୍ଘଟଣା ପୂର୍ବରୁ ପତ୍ନୀଙ୍କୁ ଏମିତି କିଛି କହିଥିଲେ କ୍ଯାପଟେନ

ମୋ ଝିଅର ଯତ୍ନ ନେବ.. ପୂର୍ବ ଦିନ ପତ୍ନୀ ସହ ଫୋନ ଯୋଗେ ଏପରି କଥା ହୋଇଥିବା କ୍ୟାପଟେନ ଅନୀଲ ସିଂଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ଉତ୍ତରପ୍ରଦେଶ ହେଲିକପ୍ଟର ଦୁର୍ଘଟଣା (ପ୍ରତୀକାତ୍ମକ ଛବି)

ଉତ୍ତରପ୍ରଦେଶ ହେଲିକପ୍ଟର ଦୁର୍ଘଟଣା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମୋ ଝିଅର ଯତ୍ନ ନେବ.. ପୂର୍ବ ଦିନ ପତ୍ନୀ ସହ ଫୋନ ଯୋଗେ ଏପରି କଥା ହୋଇଥିବା କ୍ୟାପଟେନ ଅନୀଲ ସିଂଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସ୍ୱାମୀଙ୍କ ଏହି କଥାକୁ ମନେ ପକାଇ ସ୍ତ୍ରୀ ଭାବବିହ୍ଵଳ ହୋଇପଡିଛନ୍ତି।

ଖରାପ ପାଗ ଯୋଗୁଁ ମଙ୍ଗଳବାର ଉତ୍ତରପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ ଅନୀଲ ସିଂଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ହେଲିକପ୍ଟରଟି ଯାତ୍ରୀମାନଙ୍କ ସହିତ କେଦାରନାଥ ମନ୍ଦିରରୁ ଗୁପ୍ତକାଶୀ ଅଭିମୁଖେ ଯାତ୍ରା କଲା। ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ଅନୀଲ ସିଂ ତାଙ୍କ ପତ୍ନୀଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ ପତ୍ନୀଙ୍କୁ ଝିଅର ଯତ୍ନ ନେବାକୁ କହିଥିଲେ।

ଅନୀଲ ସିଂ (୫୭) ତାଙ୍କ ପତ୍ନୀ ଶିରିନ ଆନନ୍ଦିତା ଓ ଝିଅ ଫିରୋଜା ସିଂଙ୍କ ସହ ମୁମ୍ବାଇର ଅନ୍ଧେରିରେ ଥିବା ଏକ ଘରୋଇ ସୋସାଇଟିରେ ରହୁଥିଲେ। ଆନନ୍ଦିତା ଜଣେ ଚଳଚ୍ଚିତ୍ର ଲେଖକ। ଅନୀଲ ସିଂଙ୍କ ଶେଷ ରୀତିନୀତି ଦିଲ୍ଲୀରେ ଅନୁଷ୍ଠିତ ହେବ। ତାଙ୍କ ପତ୍ନୀ ଓ ଫିରୋଜା ମଧ୍ୟ ମୁମ୍ବାଇରୁ ଦିଲ୍ଲୀ ଆସିଛନ୍ତି।

ବାର୍ତ୍ତାଳାପରେ ଆନନ୍ଦିତା ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଅନୀଲ ସୋମବାର ଶେଷ କଲ୍ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଝିଅ ସ୍ୱାସ୍ଥ୍ୟ ଭଲ ନାହିଁ।  ତାର ଯତ୍ନ ନେବ। ଅନୀଲ ସିଂ ଗତ ୧୫ ବର୍ଷ ଧରି ମୁମ୍ବାଇରେ ରହୁଥିଲେ।  ଆନନ୍ଦିତା କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ କାହା ବିରୋଧରେ କୌଣସି ଅଭିଯୋଗ କରିନାହାଁନ୍ତି। ସେ କହିଛନ୍ତି ଯେ ଉତ୍ତରାଖଣ୍ଡରେ ପାଗ ସବୁବେଳେ ଖରାପ ରହେ।
Published by:Soumya Das
First published: