ଗୋଟିଏ ବାଇକରେ ୭ ଜଣ; ହାତ ଯୋଡ଼ିଲା ପୋଲିସ; ଦେଖନ୍ତୁ ଭିଡ଼ିଓ

ଗୋଟିଏ ବାଇକରେ ଏକ ସାଙ୍ଗରେ ୭ଜଣ ବୁଲୁଥିବାର ନଜର ଆସିଥିଲା। ଏପରିକି ବାଇକ୍ ଚଳାଉଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିଲେ।

ଭାଇରାଲ ଭିଡ଼ିଓ (ପ୍ରତୀକାତ୍ମକ ଛବି)

ଭାଇରାଲ ଭିଡ଼ିଓ (ପ୍ରତୀକାତ୍ମକ ଛବି)

  • Share this:

News18 Odia Digital


ଉତ୍ତରପ୍ରଦେଶର ଅରାୟା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାଲୁ ଆସିଛି। ଗୋଟିଏ ବାଇକରେ ଏକ ସାଙ୍ଗରେ ୭ଜଣ ବୁଲୁଥିବାର ନଜର ଆସିଥିଲା। ଏପରିକି ବାଇକ୍ ଚଳାଉଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିଲେ। ପ୍ରତ୍ୟେକ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପୋଲିସ ବାଇକକୁ ଅଟକାଇ ଚାଲାଣ କାଟିଛି।


 ଉତ୍ତରପ୍ରଦେଶର ଅରୟାର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ଆସୁଛି ଯେ ସରକାର ପ୍ରଶାସନ ଟ୍ରାଫିକ ନିୟମ ବୁଝାଇବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ଲୋକ ଏତେ ଟଙ୍କାର ଚାଲାଣ କାଟୁଛନ୍ତି, ଏହା ପରେ ମଧ୍ୟ କାହିଁକି ନିୟମକୁ ଅଣଦେଖା କରୁଛନ୍ତି?




ଏହି ଯୁବକଙ୍କର ବାଇକ୍ ଦେଖି କ୍ରସର ଛକରେ ଠିଆ ହୋଇଥିବା ଟ୍ରାଫିକ୍ ପୋଲିସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ବାଇକକୁ ଅଟକାଇ ଏକ ଚାଲାଣ କାଟି ଥିଲେ ସମସ୍ତଙ୍କୁ ଏକତ୍ର ବାଇକରେ ଯିବାକୁ କହିଥିଲେ।  ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ସବୁଆଡେ ଆଲୋଚନା କରାଯାଉଛି।  ଏହି ଘଟଣା ପରେ ଏସପି ଏକ ସଚେତନତା ଅଭିଯାନ ଚଳାଇବାକୁ କହିଛନ୍ତି। ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଏପରି ସ୍ଥିତିରେ ଚାଲାଣ ନକାଟି ସେମାନଙ୍କୁ ସଚେତନ କରିବାର ଅଧିକ ଆବଶ୍ୟକତା ରହିଛି। ଏହି ସମସ୍ୟା କେବଳ ଗୋଟିଏ ନୁହେଁ। ସମଗ୍ର ଜିଲ୍ଲାରେ ଏଭଳି ସମସ୍ୟା ଯେପରି ନହୁଏ ସେଥିପାଇଁ ଏକ ସଚେତନତା ଅଭିଯାନ ଆରମ୍ଭ କରାଯିବ।
Published by:Soumya Das
First published: