ଫରୁଖାବାଦ ପଣବନ୍ଦୀ ଘଟଣାରେ ମୃତ ଦମ୍ପତିଙ୍କ ବର୍ଷକର ଝିଅକୁ ଲାଳନପାଳନ କରିବ ୟୁ.ପି. ପୋଲିସ୍

୨୩ ଜଣ ପିଲାଙ୍କୁ ଏକ ଜନ୍ମଦିନ ସମାରୋହର ବାହାନାରେ ଡାକି ଆଣିବା ପରେ ବନ୍ଧକ ବନେଇ ରଖିଥିବା ସୁବାସ ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିଲା । ତା‘ ସ୍ତ୍ରୀ ରୁବିକୁ ସ୍ଥାନୀୟ ଲୋକେ ପିଟି ପିଟି ମାରିଦେଇଥିଲେ । ଶୌଚ଼ାଳୟ ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଏକ ଘରରୁ ବଞ୍ଚିତ ହୋଇ ସୁବାସ ଏ କାଣ୍ଡ କରିଥିଲା ବୋଲି କହିଥିଲା ।

ଫରୁଖାବାଦ ପଣବନ୍ଦୀ ଘଟଣାରେ ମୃତ ଦମ୍ପତିଙ୍କ ବର୍ଷକର ଝିଅକୁ ଲାଳନପାଳନ କରିବ ୟୁ.ପି. ପୋଲିସ୍
ଫରୁଖାବାଦରେ ଘଟିଥିବା ପଣବନ୍ଦୀ ଘଟଣା ସମୟର ଏକ ଦୃଶ୍ୟ
  • News18 Odia
  • Last Updated: February 4, 2020, 1:37 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୋଲିସ ବିଭାଗ ଫରୁଖାବାଦରେ ଘଟିଥିବା ପଣବନ୍ଦୀ ନାଟକର କେନ୍ଦ୍ରରେ ରହି ମୃତ୍ୟୁ ବରଣ କରିଥିବା ଦମ୍ପତି ସୁବାସ ଓ ରୁବି ବାଥମଙ୍କ ବର୍ଷକର ଶିଶୁ କନ୍ୟାର ଲାଳନ ପାଳନର ଦାୟିତ୍ୱ ନେବାକୁ ନିର୍ଣ୍ଣୟ କରିଛି । ଏହି ପଣବନ୍ଦୀ ଘଟଣାରେ ୨୩ ଜଣ ପିଲାଙ୍କୁ ବନ୍ଧୁକ ମୁନରେ ଡ଼ରାଇ ରଖାଯାଇଥିଲା ।

‘‘ଏଇ ଶିଶୁ କନ୍ୟାଟି ଭଲ ଶିକ୍ଷା ଗ୍ରହଣ କରି ଦିନେ ଜଣେ ବଡ଼ ଅଫିସର ହୋଇ ବାହାରିବା ଆମେ ସୁନିଶ୍ଚିତ କରିବୁ । ଝିଅଟି ବର୍ତ୍ତମାନ ମାତ୍ର ବର୍ଷ ବୟସର । ତା’ ନାଁ ଗୌରୀ,’’ କାନପୁର ରେଞ୍ଜ ଆଇଜି ମୋହିତ ଅଗ୍ରୱାଲ୍ ସାମ୍ବାଦିକମାନଙ୍କୁ କହିଛନ୍ତି ।

ମୃତ ଦମ୍ପତ୍ତିଙ୍କର କୌଣସି ସମ୍ପର୍କୀୟ ଏହି ବର୍ଷକର ଝିଅଟିର ଲାଳନପାଳନ କରିବା ପାଇଁ ଆଗକୁ ନ ଆସିବାରୁ ପୋଲିସ୍ ଏହି ପଦକ୍ଷେପ ନେଇଛି । ସୁବାସ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥଲା, ଆଉ ରୁବି ସ୍ଥାନୀୟ ଲୋକଙ୍କ ହିଂସାର ଶିକାର ହୋଇ ମୃତ୍ୟୁ ବରଣ କରିଥଲା ।

‘‘ସୁବାଷ ତରଫରୁ ବା ରୁବିଙ୍କ ତରଫରୁ ତାଙ୍କର କୌଣସି ସମ୍ପର୍କୀୟ ତାଙ୍କ ମୃତ ଶରୀରକୁ ଦାହ କରିବା ପାଇଁ ନେବାକୁ ଆସିନଥିଲେ । ଯଦି ଆଉ କିଛି ଦିନ ମଧ୍ୟରେ ଶବକୁ କେହି ନେବାକୁ ନ ଆସନ୍ତି, ତା’ହେଲେ ଅନ୍ତିମ ସଂସ୍କାର କରିଦିଆଯିବ,’’ ଅଗ୍ରୱାଲ୍ କହିଛନ୍ତି ।

ଗୁରୁବାର ଦ୍ବିପ୍ରହରରେ ଫରୁଖାବାଦର କାସରିୟା ଗାଁରେ ପଣବନ୍ଦୀ ନାଟକର ଆରମ୍ଭ ହୋଇଥଲା ଓ ଦଶ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରହିଥିଲା । ଅଭିଯୁକ୍ତ ସୁବାସ ବାଥମକୁ ମାରି ଦିଆଯାଇଥିଲା ଓ ପାଖାପାଖି ୨୩ ଜଣ ପିଲାଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଥିଲା । ସୁବାଷର ପତ୍ନୀ ରୁବିକୁ ପଣବନ୍ଦୀ ନାଟକରେ ତାର ଭୂମିକା ପାଇଁ ସ୍ଥାନୀୟ ଲୋକେ ପିଟି ପିଟି ମାରି ଦେଇଥିଲେ । ୨୩ ଜଣ ପିଲାଙ୍କୁ ଏକ ଜନ୍ମଦିନ ସମାରୋହର ବାହାନାରେ ଡାକି ଆଣିବା ପରେ ବନ୍ଧକ ବନେଇ ରଖାଯାଇଥିଲା ।

ପୋଲିସ ଗୁଳିରେ ପ୍ରାଣ ହରେଇଥିବା ଅଭିଯୁକ୍ତ ସୁବାସ ବାଥମ


ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ପିଲାମାନେ ରଖାଯାଇଥିବା ସେହି ଘର ବାହାରେ ଏକ ଅଶାନ୍ତ ଭିଡ଼ ଜମିଥଲା ଓ କିଛି ମହିଳାଙ୍କ ସେହି ପିଲାମାନଙ୍କ ସୁରକ୍ଷିତ ଉଦ୍ଧାର ନିମନ୍ତେ କାନ୍ଦି କାନ୍ଦି ପ୍ରାର୍ଥନା କରୁଥଲେ । ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ଲୋକେ ଘରର ଦ୍ବାରକୁ ଭାଙ୍ଗିଦେବାରୁ ଅଭିଯୁକ୍ତ ସୁବାସ ଫାଙ୍କା ଗୁଳି ଚାଳନା କରିଥଲା । ପ୍ରତିକ୍ରିୟାରେ ପୋଲିସ୍ ଗୁଳି ଚ଼ାଳନା କରି ତାକୁ ସେଇଠି ହତ୍ୟା କରିଥିଲା । ଏ ଘଟଣାରେ ଜଣେ ବ୍ୟକ୍ତି ଓ ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି ଲାଗିଥିଲା ।

ତାଙ୍କ ଦାବୀ ବିଷୟରେ ତାଙ୍କୁ ପଚାରିବାରୁ ଅଭିଯୁକ୍ତ ସୁବାସ ବାଥମ୍ ଏକ ପତ୍ର ହସ୍ତାନ୍ତର କରିଥଲେ, ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ ତାଙ୍କର ବାରମ୍ବାର ପ୍ରୟାସ କରିବା ସତ୍ବେ ବି ତାଙ୍କୁ ସରକାରଙ୍କ ଠାରୁ ଏକ ଶୌଚ଼ାଳୟ ଓ ଘର ମିଳୁ ନାହିଁ । ଗ୍ରାମର ମୁଖିଆ ତାଙ୍କୁ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ଏକ ମଫତ ଶୌଚ଼ାଳୟ ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଏକ ବାସଗୃହରୁ ବଞ୍ଚିତ କରିଥିଲେ ବୋଲି ସେ କହିଥିଲେ । ବରିଷ୍ଠ ଅଧିକାରୀମାନେ ବି ତାଙ୍କ ଅନୁରୋଧ ପ୍ରତି କୌଣସି ଧ୍ୟାନ ଦେଇ ନ ଥଲେ ବୋଲି କହିଥିଲା ସୁବାସ ବାଥମ୍‌ ।

ନ୍ୟୁଜ୍ ୧୮ ପାଖରେ ଥିବା ବାଥମଙ୍କ ପତ୍ର ଜିଲ୍ଲାଧିକାରୀଙ୍କୁ ସମ୍ବୋଧିତ ହୋଇଛି । ସେଥିରେ ସୁବାସ ତାଙ୍କୁ ସରକାରୀ ଯୋଜନା ଅନୁଯାୟୀ ଘର ଓ ଶୌଚ଼ାଳୟରୁ କେମିତି ବଞ୍ଚିତ କରାଉଥିଲା ତା’ର ବର୍ଣ୍ଣନା କରିଛନ୍ତି ।
First published: February 4, 2020, 1:37 AM IST
corona virus btn
corona virus btn
Loading