ବିକାଶ ଦୁବେର ଦୁଇ ସହଯୋଗୀଙ୍କୁ ମହାରାଷ୍ଟ୍ରରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଲା ଉତ୍ତର ପ୍ରଦେଶ ପୋଲିସ

ଅଭିଯୁକ୍ତ ଦ୍ୱୟଙ୍କ ଓକିଲମାନେ ସେମାନଙ୍କୁ ସଡ଼କ ମାର୍ଗରେ ଉତ୍ତର ପ୍ରଦେଶ ନ ନେଇ ବିମାନ ଯୋଗେ ନେବାକୁ ଅନୁରୋଧ କରିଥିଲେ । ହେଲେ ସରକାରୀ ଓକିଲ ବିରୋଧ କରି କହିଥିଲେ ଏତେ କମ ସମୟରେ ବିମାନ ଟିକେଟ ମିଳିବ ନାହିଁ ।

ବିକାଶ ଦୁବେର ଦୁଇ ସହଯୋଗୀଙ୍କୁ ମହାରାଷ୍ଟ୍ରରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଲା ଉତ୍ତର ପ୍ରଦେଶ ପୋଲିସ
ବିକାଶ ଦୁବେର ଉତ୍ତର ପୋଲିସ ସହ ଏକ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା।
  • News18 Odia
  • Last Updated: July 13, 2020, 11:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଠାଣେ: ମହାରାଷ୍ଟ୍ରର ଠାଣେର ଏକ କୋର୍ଟ କୁଖ୍ୟାତ ଅପରାଧୀ ବିକାଶ ଦୁବେର ଦୁଇ ସହଯୋଗୀଙ୍କୁ ଉତ୍ତର ପ୍ରଦେଶ ପୋଲିସକୁ ଚାରି ଦିନିଆ ରିମାଣ୍ଡରେ ଦେଇଛି । ସେମାନଙ୍କୁ ନିକଟରେ ଗିରଫ କରାଯାଇଥିଲା । ଠାଣେର ଢୋକଲି ଅଞ୍ଚଳରେ ଥିବା ଏକ ଚାଲରୁ ମହାରାଷ୍ଟ୍ର ଆତଙ୍କବାଦ ବିରୋଧୀ ସ୍କ୍ୱାର୍ଡ ଦୁବେର ଅରବିନ୍ଦ ଓରଫ ଗୁଡ୍ଡନ ତ୍ରିବେଦୀ (୪୫) ଓ ତାଙ୍କ ଡ୍ରାଇଭର ସୁଶୀଲ କୁମାର ଓରଫ ସୋନୁ ତିୱାରୀ (୩୦) ନାମକ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା ।

ଉତ୍ତର ପ୍ରଦେଶ ପୋଲିସ ଏହି ଦୁଇ ଜଣଙ୍କୁ ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ ଏ.ବି. କଦିଆନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲା । ସେ ଜୁଲାଇ ୧୬ ପର୍ଯ୍ୟନ୍ତ ସେମାନଙ୍କ ଟ୍ରାଞ୍ଜି୍ଟ୍‌ ରିମାଣ୍ଡ ଉତ୍ତର ପ୍ରଦେଶ ପୋଲିସକୁ ଦେଇଥିଲେ । ଉଭୟଙ୍କୁ ମହାରାଷ୍ଟ୍ରରୁ ବାହାରକୁ ନେବା ପୂର୍ବରୁ ସେମାନଙ୍କ କୋଭିଡ୍ ପରୀକ୍ଷା କରାଇବାକୁ ବି ନିର୍ଦ୍ଦେଶ ଦେଇଥିଲେ ମାଜିଷ୍ଟ୍ରେଟ୍‌ ।

ମଧ୍ୟ ପ୍ରଦେଶର ଉଜ୍ଜୈନରୁ ଗିରଫ ହୋଇଥିବା ଦୁବେକୁ ଉତ୍ତର ପ୍ରଦେଶ ଆଣିବା ବେଳେ ସେ ଖସିଯିବାକୁ ଉଦ୍ୟମ କରୁଥିଲା ଓ ସେତିକି ବେଳେ ଏକ ଏନକାଉଣ୍ଟରରେ ତା’ର ମୃତ୍ୟୁ ହୋଇଥିଲା।

ଜୁଲାଇ ୩ ତାରିଖ ଦିନ କାନପୁରର ଚୌବେପୁର ଅଞ୍ଚଳର ବିକରୁ ଗାଁରେ କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଗିରଫ କରିବାକୁ ଯାଇଥିବା ପୋଲିସ ଦଳ ଉପରେ ହୋଇଥିବା ଆକ୍ରମଣରେ ଆଠ ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଥିଲା ।

ପରେ ମଧ୍ୟ ପ୍ରଦେଶର ଉଜ୍ଜୈନରୁ ଗିରଫ ହୋଇଥିବା ବିକାଶ ଦୁବେକୁ ଉତ୍ତର ପ୍ରଦେଶକୁ ଆଣିବା ବେଳେ ସେ ବସିଥିବା କାର୍‌ ଏକ ସଡ଼କ ଦୁର୍ଘଟଣାରେ ଓଲଟି ପଡିଥିବା ଅଭିଯୋଗ ହୋଇଥିଲା । ଏହି ସମୟରେ ଦୁବେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏନକାଉଣ୍ଟରରେ ତା’ର ମୃତ୍ୟୁ ହୋଇଥିଲା ।

ତ୍ରିବେଦୀ ଓ ତିୱାରୀଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଆଡଭୋକେଟ୍ ଅନିଲ ଯାଦବ ଓ ଜିଆ ଶେଖ କହିଛନ୍ତି ଯେ କାନପୁର ମାମଲା ସହିତ ଉଭୟଙ୍କର କୌଣସି ସମ୍ପର୍କ ନାହିଁ ଓ ସେ ଦୁଇ ଜଣଙ୍କୁ କେବଳ ଦୁବେଙ୍କ ସହଯୋଗୀ ହୋଇଥିବା ସନ୍ଦେହରେ ଉଭୟଙ୍କୁ ଗିରଫ କରାଯାଇଛି ।

ଏହା ବି ପଢ଼ନ୍ତୁ: ପଶ୍ଚିମ ବଙ୍ଗରେ ବିଜେପି MLAଙ୍କ ଝୁଲନ୍ତା ଶବ ଏକ ଦୋକାନ ସାମନାରେ ମିଳିଲା; ହତ୍ୟା ଅଭିଯୋଗ ଆସୁଛି

ଏହା ବି ପଢ଼ନ୍ତୁ: ରାଜସ୍ଥାନରେ ରାଜନୈତିକ ସଙ୍କଟ: ଅଶୋକ ଗେହଲୋତ କହିଲେ ସରକାରଙ୍କ ପାଖରେ ସଂଖ୍ୟା ବଳ ଅଛି

ଓକିଲମାନେ କୋର୍ଟରେ କହିଛନ୍ତି ଯେ ମହାରାଷ୍ଟ୍ର ପୋଲିସ ଇଣ୍ଟରନେଟରୁ ଉଭୟଙ୍କ ଫଟୋ ପାଇଥିଲା ଓ ତା’ପରେ ସେମାନଙ୍କୁ ଦୁବେଙ୍କ ସହଯୋଗୀ ଭାବି କିଗଫ କରିଥିଲା । ଅଭିଯୁକ୍ତ ଦ୍ୱୟଙ୍କ ଓକିଲମାନେ ଉଭୟ ତ୍ରିବେଦୀ ଓ ତିୱାରୀଙ୍କୁ ବିମାନ ଯୋଗେ ଉତ୍ତର ପ୍ରଦେଶକୁ ନେବାକୁ ଅନୁରୋଧ କରିଥିଲେ । ହେଲେ ଏହାକୁ ବିରୋଧ କରି ସରକାରୀ ଓକିଲ ଜୟଶ୍ରୀ କୋର୍ଦେ କହିଥିଲେ ଯେ ଏତେ କମ ସମୟ ମଧ୍ୟରେ ବିମାନ ଟିକେଟ ମିଳିବ ନାହିଁ ।
Published by: Anand Shankar Thankur Das
First published: July 13, 2020, 11:00 PM IST
corona virus btn
corona virus btn
Loading