ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଝାଡ଼ଖଣ୍ଡ ପରେ UP? ଜଜ୍‌ଙ୍କ କାର୍‌କୁ ପଛରୁ ପିଟିଲା ଆଉ ଏକ କାର୍; ହତ୍ୟା ଉଦ୍ୟମ ମାମଲା ରୁଜୁ ହେଲା

ଝାଡ଼ଖଣ୍ଡ ପରେ UP? ଜଜ୍‌ଙ୍କ କାର୍‌କୁ ପଛରୁ ପିଟିଲା ଆଉ ଏକ କାର୍; ହତ୍ୟା ଉଦ୍ୟମ ମାମଲା ରୁଜୁ ହେଲା

Fatehpur judge car accident of murder attempt? | ପଛରୁ ଆସୁଥିବା ଏକ କାର୍ ଜଜଙ୍କ କାରକୁ ଧକ୍କା ଦେଇଥିଲା । ନିଜ ଏତାଲାରେ ଜଜ୍ କହିଛନ୍ତି ଯେ ସେ ବରେଲିରେ ବିଚାରପତି ଭାବରେ କାର୍ଯ୍ୟ କରୁଥିବା ବେଳେ ଗୋଟିଏ ମାମଲାରେ ଜାମିନ ନାମଞ୍ଜୁର କରିବା ପରେ ତାଙ୍କୁ ଜଣେ ଯୁବକ ହତ୍ୟା ଧମକ ଦେଇଥିଲା ।

ଝାଡ଼ଖଣ୍ଡ ପରେ UP? ଜଜ୍‌ଙ୍କ କାର୍‌କୁ ପଛରୁ ପିଟିଲା ଆଉ ଏକ କାର୍; ହତ୍ୟା ଉଦ୍ୟମ ମାମଲା ରୁଜୁ ହେଲା
ଜଜ୍ ମହମ୍ମଦ ଅହମ୍ମଦ ଖାନ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଫତେହପୁର (ଉତ୍ତର ପ୍ରଦେଶ): ଝାଡ଼ଖଣ୍ଡରେ ଜଣେ ଜଜଙ୍କୁ ରାସ୍ତା ଉପରେ ଏକ ଅଟୋରିକ୍ସାରେ ଧକ୍କା ମାରି ହତ୍ୟା କରାଯିବା ପରେ ସେମିତି ଏକ ପ୍ରୟାସ ଉତ୍ତର ପ୍ରଦେଶର ଫତେହପୁରରେ ଘଟିଛି । ପ୍ରୟାଗରାଜରୁ ଫତେହପୁର ଅଭିମୁଖେ ଯାତ୍ରା କରୁଥିବା ଜଣେ ଜଜଙ୍କ କାରକୁ ପଛ ପଟୁ ଅନ୍ୟ ଏକ ଗାଡି଼ ଧକ୍କା ଦେବା ପରେ କୌଶାମ୍ବି ଜିଲ୍ଲା ପୋଲିସ ଏହାର ଯାଞ୍ଚ ଆରମ୍ଭ କରିଛି ।

ଫତେହପୁର ଆଡିସିନାଲ୍‌ ଡିଷ୍ଟ୍ରିକ୍ଟ ଜଜ୍‌ (ଏଡିଜେ - ପୋକସୋ) ମହମ୍ମଦ ଅହମ୍ମଦ ଖାନ୍ ପୋଲିସ୍ ନିକଟରେ ଦେଇଥିବା ନିଜ ଅଭିଯୋଗରେ କହିଛନ୍ତି ଯେ ସେ ଡିସେମ୍ବର ୨୦୨୦ରେ ବରେଲିରେ ବିଚାରପତି ଭାବରେ କାର୍ଯ୍ୟ କରୁଥିବା ବେଳେ ଗୋଟିଏ ମାମଲାରେ ଜାମିନ ନାମଞ୍ଜୁର କରିବା ପରେ ତାଙ୍କୁ ଜଣେ ଯୁବକଙ୍କ ଠାରୁ ହତ୍ୟା ଧମକ ମିଳିଥିଲା ।

ଏହା ବି ପଢ଼ନ୍ତୁ | ଜଳି ମରିଥିବା ପ୍ରେମିକା ମିଛ କହିଲା ନା ଅଭିଯୁକ୍ତ ପ୍ରେମିକ ମିଛ କହୁଛି? ଗଞ୍ଜାମରେ ବଢ଼ିଲା ରହସ୍ୟ

ଶୁକ୍ରବାର ଦିନ କୌଶାମ୍ବି ପୋଲିସ କହିଛି ଯେ ବିଚାରପତି ମହମ୍ମଦ ଅହମ୍ମଦ ଖାନ୍‌ ଜୁଲାଇ ୨୯ ତାରିଖରେ ପ୍ରୟାଗରାଜରୁ ଫତେହପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ କୋଖରାଜ ପୋଲିସ ଷ୍ଟେସନ ନିକଟରେ ପଛରୁ ଆସୁଥିବା ଗୋଟିଏ କାର୍‌ ତାଙ୍କ କାରକୁ ଧକ୍କା ଦେଇଥିଲା । ବିଚାରପତିଙ୍କ କାର୍‌ ଏହା ଦ୍ୱାରା କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା, କିନ୍ତୁ ସେ, ତାଙ୍କ ଡ୍ରାଇଭର୍‌ ଓ ଜଣେ ବନ୍ଧୁକଧାରୀ ଗାର୍ଡ଼ଙ୍କୁ କୌଣସି ଆଘାତ ଲାଗି ନ ଥିଲ । ସେମାନେ ନିଜର ସେହି କାରରେ ବାକି ଯାତ୍ରା ଶେଷ କରିଥିଲେ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟାପୁଛି ଡେଙ୍ଗୁ, ହେଲେ BMC ହାତ ବାନ୍ଧି ବସିଥିବାରୁ ଜନ ଅସନ୍ତୋଷ ବଢୁଛି

‘ଦି ହିନ୍ଦୁ’ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପ୍ରୟାଗରାଜର ଏଡିଜିପି ପ୍ରେମ୍‌ ପ୍ରକାଶ୍‌ ଏହି ଘଟଣାକୁ ଏକ ଦୁର୍ଘଟଣା ବୋଲି ବର୍ଣ୍ଣନା କରିଛନ୍ତି । ‘‘ଯେତେବେଳେ ପଛରୁ ଆସୁଥିବା କାରଟି ଜଜ୍‌ ଖାନଙ୍କ କାରକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲା, ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାକୁ ହତ୍ୟା ଉଦ୍ୟମ ସହ ଯୋଡୁଥିବା କୌଣସି ତଥ୍ୟ ଓ ପ୍ରମାଣ ସାମନାକୁ ଆସିନାହିଁ । ତଦନ୍ତ ଚାଲିଛି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ OSSC ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌: ମିଳିଲା ₹୨୫ ଲକ୍ଷ ନଗଦ; ପୁଳା ପୁଳା ସୁନା



ଏହି କଥିତ ଦୁର୍ଘଟଣା ବିଷୟରେ ଏକ ଏଫ୍‌.ଆଇ.ଆର୍‌. ରୁଜୁ କରାଯାଇଛି ଓ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ଏଡିଜିପି ପ୍ରେମ ପ୍ରକାଶ । ପଛରୁ ଆସି ଧକ୍କା ଦେଇଥିବା କାରର ଡ୍ରାଇଭରକୁ ଅଟକ ରଖାଯାଇଛି ଓ ତା’ ସହ ପଚରାଉଚରା କରାଯାଉଛି ।



“ଦୁର୍ଘଟଣା ପରେ ଉଭୟ ପକ୍ଷ ରାସ୍ତାରେ ଅଟକିଥିଲେ ଓ କ୍ଷତିପୂରଣ ଦେବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ କ୍ଷତିପୂରଣକୁ ନେଇ କୌଣସି ବୁଝାମଣା ହୋଇପାରି ନ ଥିଲା । ତା’ ପରେ ବିଚାରପତି ମହମ୍ମଦ ଅହମ୍ମଦ ଖାନ୍‌ ଦଫା ୩୦୭ (ହତ୍ୟା ଉଦ୍ୟମ ପାଇଁ ଆଇପିସି ଦଫା) ଅଧୀନରେ ଏକ ମାମଲା ଥାନାରେ ରୁଜୁ କରାଇଥିଲେ,’’ କହିଛନ୍ତି ପ୍ରେମ ପ୍ରକାଶ ।
Published by: Anand ST Das
First published: July 30, 2021, 11:57 PM IST