ଛାତିରେ ଦୁଇଟି ଗୁଳି, ଗଳାରେ ଗୋଟେ: ଏନକାଉଣ୍ଟରରେ ଟଳିଲା UPର କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେ

UP gangster Vikas Dubey killed in police encounter | ଗିରଫ ହେବାର ମାତ୍ର ୧୨ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ୮ ଜଣ ପୋଲିସ କର୍ମୀଙ୍କ ହତ୍ୟାର ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି । ସେ ଖସି ପଳେଇବାକୁ ଉଦ୍ୟମ କରୁଥିଲା ବୋଲି ପୋଲିସ କହିଛି ।

ଛାତିରେ ଦୁଇଟି ଗୁଳି, ଗଳାରେ ଗୋଟେ: ଏନକାଉଣ୍ଟରରେ ଟଳିଲା UPର କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେ
ଦୁର୍ଘଟଣା ସ୍ଥଳର ଦୃଶ୍ୟ; (ଡାହାଣ) ପୋଲିସ ବିକାଶକୁ ଗିରଫ କରି ଆଣୁଥିବା ସମୟର ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: ଆଠ ଜଣ ପୋଲିସ୍‌ କର୍ମୀଙ୍କୁ ହତ୍ୟା କରିଥିବା ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ (UP gangster Vikas Dubey) ଗିରଫ ହେବାର କିଛି ଘଣ୍ଟା ପରେ ଏକ ପୋଲିସର ଏନକାଉଣ୍ଟରରେ ପ୍ରାଣ ହରାଇଛି । ସେ ପୋଲିସ ହେଫାଜତରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏହି ଏନକାଉଣ୍ଟର୍‌ ହୋଇଥିଲା ।

ଗ୍ୟାଙ୍ଗଷ୍ଟର୍ ବିକାଶ ଦୁବେଙ୍କୁ ଗତ କାଲି ସନ୍ଧ୍ୟା ସାଢ଼େ ସାତଟା ବେଳେ ମଧ୍ୟ ପ୍ରଦେଶର (Madhya Pradesh) ଉଜ୍ଜୈନରେ ଗିରଫ କରିବା ପରେ ଉତ୍ତର ପ୍ରଦେଶ (Uttar Pradesh) ପୋଲିସର ସ୍ପେସାଲ୍ ଟାସ୍କ୍‌ ଫୋର୍ସ ତାଙ୍କୁ ସେଠାରୁ କାନପୁର (Kanpur) ଆଣୁଥିଲା । ବାଟରେ ବରା ଅଞ୍ଚଳରେ ତାଙ୍କୁ ଅଣାଯାଉଥିବା ଗାଡ଼ିଟି ଆଜି ସକାଳ ପ୍ରାୟ ୭ଟା ବେଳେ ଓଲଟି ପଡ଼ିଥିଲା । ଆଉ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା । ଏପରିକି ପୋଲିସ ନିକଟରୁ ବନ୍ଧୁକ ଛଡ଼ାଇ ପଳାଇବାକୁ ଉଦ୍ୟମ କରିଥିଲା ବିକାଶ । ହେଲେ ପୋଲିସ ଆତ୍ମରକ୍ଷା ପାଇଁ ଗୁଳି ଚାଳନା କରିଥିଲା । ଏହି ଏନ୍‌କାଉଣ୍ଟର୍ ଯୋଗୁଁ ଦୁବେର ଶରୀରରେ ଗୁଳି ଲାଗିବାରୁ ସେ ଆହତ ହୋଇଥିଲେ ।

ଘଟଣା ସ୍ଥଳରୁ ତୁରନ୍ତ ଦୁବେଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂତ୍ରଙ୍କ ଅନୁସାରେ ଦୁବେଙ୍କ ଛାତିରେ ଦୁଇଟି ଗୁଳି ଓ ତାଙ୍କ ଗଳାରେ ଗୋଟିଏ ଗୁଳି ଲାଗିଥିଲା । ଏହି ଏନକାଉଣ୍ଟରରେ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍‌ ଫୋର୍ସର ଜଣେ ସବ୍‌-ଇନ୍ସପେକ୍ଟର୍ ଓ ଦୁଇ ଜଣ କନେଷ୍ଟବଳ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସେମାନେ ବିକାଶ ଦୁବେଙ୍କୁ ଅଣାଯାଉଥିବା ଗାଡ଼ିରେ ଥିଲେ ।

ଗିରଫ ହେବା ପରେ ବିକାଶ ଦୁବେ


‘‘ଗାଡ଼ି (ଦୁବେକୁ ଆଣୁଥିବା ଗାଡ଼ି) ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ଚାରି ଜଣ ପୋଲିସ୍‌ କର୍ମୀ ଆହତ ହୋଇଥିଲେ । ତା’ ପରେ ଏନକାଉଣ୍ଟର୍‌ ଆରମ୍ଭ ହୋଇଥିଲା କାରଣ ସେ (ଦୁବେ) ଆମ ନବାବଗଞ୍ଜ ଥାନା ଇନସ୍ପେକ୍ଟରଙ୍କ ପିସ୍ତଲ ନେଇ ଖସି ପଳାଉଥିଲା । ଏନକାଉଣ୍ଟରରେ ତା’ର (ଦୁବେର) ମୃତ୍ୟୁ ହୋଇଛି । ଦୁଇ ଜଣ ପୋଲିସ୍‌ କର୍ମୀ ଆହତ ହୋଇଛନ୍ତି,’’ ଏନକାଉଣ୍ଟର ସ୍ଥଳରେ ପହଞ୍ଚି କହିଛନ୍ତି କାନପୁର ଆଇଜି ମୋହିତ ଅଗ୍ରୱାଲ ।

ଏହା ବି ପଢ଼ନ୍ତୁ: ପୁଣି ଯାଜପୁର, ପୁଣି ହତ୍ୟା: ରାସ୍ତା ଉପରେ ଆଉ ଜଣେ ଶିକ୍ଷୟତ୍ରୀଙ୍କୁ ହାଣି ହତ୍ୟା; ପତି ଉପରେ ସନ୍ଦେହ

ଗତ କାଲି ସନ୍ଧ୍ୟାରେ ମଧ୍ୟ ପ୍ରଦେଶର ଉଜ୍ଜୟନୀରୁ ବିକାଶକୁ ପୋଲିସ ଗିରଫ କରିଥିଲା । କିଛି ଦିନ ତଳେ କାନପୁରରେ ଏକ ଘର ଉପରେ ପୋଲିସର ରେ଼ଡ ବେଳେ ଆଠ ଜଣ ପୋଲିସ କର୍ମୀଙ୍କର ଗୁଳି ମାଡ଼ରେ ପ୍ରାଣ ଯାଇଥିଲା । ଏହି ଘଟଣାରେ ବିକାଶର ହାତ ଥିଲା ବୋଲି ଜଣା ପଡ଼ିଥିଲା । ଏହି ଘଟଣା ପରେ ୟୁପି ପୋଲିସର ଏନକାଉଣ୍ଟରରେ ବିକାଶର ତିନି ଜଣ ସହଯୋଗୀ ନିହତ ହୋଇ ସାରିଛନ୍ତି ।
Published by: Anand Shankar Thankur Das
First published: July 10, 2020, 1:50 PM IST
corona virus btn
corona virus btn
Loading