ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ଶ୍ମଶାନରୁ କଟା ହାତ ଆଣି ନିଜ ସ୍ତ୍ରୀକୁ ରାନ୍ଧିବା ପାଇଁ କହିଲେ

ପ୍ରଥମେ ମହିଳା ଜଣକ ଚେତାଶୂନ୍ୟ ହୋଇଗଲେ । ତା’ପରେ ସ୍ୱାମୀଙ୍କୁ ଏକ କୋଠରୀରେ ବନ୍ଦ କରି ଘରୁ ଦୌଡ଼ି ବାହାରକୁ ପଳାଇ ଆସିଥିଲେ ଓ ପୋଲିସକୁ ଖବର ଦେଇଥିଲେ ।

ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତି ଶ୍ମଶାନରୁ କଟା ହାତ ଆଣି ନିଜ ସ୍ତ୍ରୀକୁ ରାନ୍ଧିବା ପାଇଁ କହିଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 13, 2020, 10:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜନୋରର ଟିକ୍କୋପୁର ଗ୍ରାମରେ ଏକ ବିଚିତ୍ର ଘଟଣା ଦେଖିବାକୁ ମଳିଛି । ଜଣେ ବ୍ୟକ୍ତି ନିକଟସ୍ଥ ଏକ ଶ୍ମଶାନରୁ ଏକ ମଣିଷ ହାତ ଆଣି ତାଙ୍କ ପତ୍ନୀକୁ ରାତ୍ରି ଭୋଜନରେ ରାନ୍ଧିବା ପାଇଁ କହିଥିଲେ । କଟା ହୋଇଥିବା ହାତ ଦେଖି ମହିଳା ଜଣକ ଚେତାଶୂନ୍ୟ ହୋଇପଡ଼ିଥିଲେ ଓ ପରେ ପୋଲିସକୁ ଫୋନ୍‌ କରି ଘଟଣା ସମ୍ବନ୍ଧରେ ଜଣାଇଥିଲେ ।

ଘଟଣା ବିଷୟରେ ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ମହିଳା ଜଣକ ଚେତା ଫେରିପାଇ ଉଠିଥିଲେ ଓ ନିଜ ସ୍ବାମୀ ସଞ୍ଜୟ ସେହି କଟା ହାତଟିକୁ ନିଜେ ରାନ୍ଧିବା ପାଇଁ ପ୍ରସ୍ତୁତି କରୁଥିଲେ । ଏହା ଦେଖିବା ପରେ ମହିଳା ସଞ୍ଜୟଙ୍କୁ ଏକ କୋଠରୀ ଭିତରେ ବନ୍ଦ କରି ଦୌଡ଼ି ଘରୁ ବାହାରକୁ ପଳାଇ ଆସିଥିଲେ । ସେ ଏହି ଘଟଣା ବିଷୟରେ ପ୍ରଥମେ ନିଜ ପଡ଼ୋଶୀଙ୍କୁ ଓ ପରେ ପୋଲିସକୁ ଖବର ଦେଇଥିଲେ ।

ପ୍ରାଥମିକ ଅନୁସନ୍ଧାନରୁ ପୋଲିସ୍‌ ଜାଣିବାକୁ ପାଇଛି ଯେ ସେହି ବ୍ୟକ୍ତି ଜଣକ ମଦ୍ୟପ ଓ ମାନସିକ ସ୍ତରରେ ଅସନ୍ତୁଳିତ । ପୋଲିସ ତାଙ୍କୁ ଗିରଫ କରି ହାଜତରେ ପଚରାଉଚରା କରୁଛି ।

ଥାନା ମୁଖ୍ୟ ଆର୍‌.ସି. ଶର୍ମା କହିଛନ୍ତି, ‘‘ପ୍ରଥମ ଦୃଷ୍ଟିରେ ଏଇଆ ଜଣାଯାଇଛି ଯେ ସେ ଲୋକଟି ଗଙ୍ଗା ନଦୀ ପାଖରେ ଥିବା ଏକ ଶ୍ମଶାନରୁ ସେହି କଟା ହାତକୁ ଆଣିଥିଲା ।’’

‘‘ଏହି ଅଭିଯୁକ୍ତ ପୂର୍ବରୁ ନିଜ ପିତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଜେଲ ଯାଇଥିଲା । ସେ ଜଣେ ମାନସିକ ଭାବେ ଅସ୍ଥିର ବ୍ୟକ୍ତି । ତଥାପି ତଦନ୍ତ ଜାରି ରହିଛି,’’ ବିଜନୋର୍‌ ଏସ୍‌.ପି. ସଞ୍ଜୀବ ତ୍ୟାଗି କହିଛନ୍ତି ।
First published: March 13, 2020, 10:19 PM IST
corona virus btn
corona virus btn
Loading