ପଦ୍ମ ବିଭୂଷଣର ସମ୍ମାନିତ ଶାସ୍ତ୍ରୀୟ ସଂଗୀତଜ୍ଞ ଉସ୍ତାଦ୍ ଗୁଲାମ ମୁସ୍ତାଫା ଖାନଙ୍କ ମୁମ୍ବାଇରେ ଦେହାନ୍ତ
ଭାରତୀୟ ଶାସ୍ତ୍ରୀୟ ସଂଗୀତଜ୍ଞ ତଥା ପଦ୍ମବିଭୂଷଣ ସହ ସମ୍ମାନିତ ହୋଇଥିବା ଉସ୍ତାଦ୍ ଗୁଲାମ ମୁସ୍ତାଫା ଖାନଙ୍କ ମୁମ୍ବାଇରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁରେ ଲତା ମଙ୍ଗେଶକର, ଆର୍ ରହମାନ ଓ ବିଶାଲ ଡ଼ଡ଼ଲାନି ଶୋକ ପ୍ରକାଶ କରିଛନ୍ତି ।

ଶାସ୍ତ୍ରୀୟ ସଂଗୀତଜ୍ଞ ଉସ୍ତାଦ୍ ଗୁଲାମ ମୁସ୍ତାଫା ଖାନଙ୍କ ମୁମ୍ବାଇରେ ଦେହାନ୍ତ
- News18 Odia
- Last Updated: January 17, 2021, 6:16 PM IST
ମୁମ୍ବାଇ: ଭାରତୀୟ ଶାସ୍ତ୍ରୀୟ ସଂଗୀତଜ୍ଞ ତଥା ପଦ୍ମବିଭୂଷଣ ସହ ସମ୍ମାନିତ ହୋଇଥିବା ଉସ୍ତାଦ୍ ଗୁଲାମ ମୁସ୍ତାଫା ଖାନଙ୍କ ମୁମ୍ବାଇରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁରେ ଲତା ମଙ୍ଗେଶକର, ଆର୍ ରହମାନ ଓ ବିଶାଲ ଡ଼ଡ଼ଲାନି ଶୋକ ପ୍ରକାଶ କରିଛନ୍ତି ।
Mujhe abhi abhi ye dukhad khabar mili hai ki mahan shastriya gayak Ustad Ghulam Mustafa Khan Saheb is duniya mein nahi rahe. Ye sunke mujhe bahut dukh hua. Wo gayak to acche the hee par insaaan bhi bahut acche the. pic.twitter.com/l6NImKQ4J9
— Lata Mangeshkar (@mangeshkarlata) January 17, 2021
ଟ୍ୱିଟରରେ ତାଙ୍କର ଏକ ପ୍ରତିଛବି ସେୟାର କରି ଲତା ମଙ୍ଗେଶକର ଲେଖିଛନ୍ତି, 'ମୁଁ ବର୍ତ୍ତମାନ ଦୁଃଖଦ ଖବର ପାଇଛି ଯେ ମହାନ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଉସ୍ତାଦ୍ ଗୁଲାମ ମୁସ୍ତାଫା ଖାନ ସାହେବ ଏହି ଦୁନିଆରେ ଆଉ ନାହାଁନ୍ତି । ଏହା ଶୁଣି ମୁଁ ବହୁତ ଦୁଃଖିତ । ସେହି କେବଳ ଭଲ ଗାୟକ ନୁହଁନ୍ତି ବରଂ ସେ ଜଣେ ବହୁତ ଭଲ ମଣିଷ ଥିଲେ ।
Meri bhanji ne bhi Khan sahab se sangeet sikha hai, maine bhi unse thoda sangeet sikha tha. Unke jaane se sangeet ki bahut haani hui hai. Main unko vinamra shraddhanjali arpan karti hun.
— Lata Mangeshkar (@mangeshkarlata) January 17, 2021
ମଙ୍ଗେଶକର ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି ଯେ, 'ମୋ ଭାଣିଜୀ ମଧ୍ୟ ଖାନ ସାହେବଙ୍କ ଠାରୁ ସଙ୍ଗୀତ ଶିଖିଛି । ମୁଁ ତାଙ୍କଠାରୁ ଟିକିଏ ସଙ୍ଗୀତ ମଧ୍ୟ ଶିଖିଛି । ତାଙ୍କ ବିୟୋଗ ଯୋଗୁଁ ସଙ୍ଗୀତର ଅନେକ କ୍ଷତି ହୋଇଛି । ମୁଁ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।"
ସଙ୍ଗୀତ ରଚନାକାର ତଥା ଗାୟକ ଆର୍ ରହମାନ ନିଜ ଟ୍ୱିଟରରେ ଲେଖିଛନ୍ତି, 'ସମସ୍ତଙ୍କର ପ୍ରିୟ ଶିକ୍ଷକ । ଗଫୁର-ଉର-ରହୀମ ଆପଣଙ୍କୁ ପରବର୍ତ୍ତୀ ଦୁନିଆରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବ । ଭାରତ ସରକାର ତାଙ୍କୁ ୧୯୯୧ ରେ ପଦ୍ମଶ୍ରୀ, ୨୦୦୬ ରେ ପଦ୍ମ ଭୂଷଣ ଓ ୨୦୧୮ ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।"