ଏହି ଉପାୟରେ ଆଲୋଭେରା ଲଗାନ୍ତୁ: ଆପଣଙ୍କ ବେକରୁ କଳା ଦାଗ ହୋଇଯିବ ସଫା

ବେକ କଳା ପଡ଼ିଲେ ଦେଖିବାକୁ ଯେତିକି ଖରାପ ଲାଗେ ତାକୁ ସଫା କରିବା ମଧ୍ୟ ଭାରି କଷ୍ଟକର । ଯଦି ଆପଣ ରାସାୟନିକ ଚିକିତ୍ସା କିମ୍ବା ବ୍ଲିଚ୍ ଇତ୍ୟାଦି ବଦଳରେ ଆଲୋଭେରା ଜେଲ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ବେକ ଚର୍ମ ସଫା ହେବା ସହିତ ଚମକିବା ସହ ନରମ ମଧ୍ୟ ହେବ ।

ଆପଣଙ୍କ ତ୍ୱଚାରେ ଚମକ ଆଣିବ ଆଲୋଭେରା ।

ଆପଣଙ୍କ ତ୍ୱଚାରେ ଚମକ ଆଣିବ ଆଲୋଭେରା ।

  • Share this:
News 18 Odia Digital

Skin Care Tips : ସାଧାରଣତଃ ଅନେକ ଲୋକ ଚେହେରା, ହାତ ଓ ପାଦର ଯତ୍ନ ନେଇଥାନ୍ତି କିନ୍ତୁ ବେକକୁ ଅଣଦେଖା କରିଥାନ୍ତି। ଯେଉଁଥିପାଇଁ ଧୀରେ ଧୀରେ ବେକ କଳା ପଡ଼ିଯାଏ। ଯେତେବେଳେ ଆମର ସଫା କରିବା ପାଇଁ ଧ୍ୟାନ ଯାଏ, ସେତେବେଳକୁ ଟ୍ୟାନ୍ ଏତେ ହୋଇଯାଇଥାଏ ଯେ ଆଉ କଳାପଣ ହଟେନାହିଁ । ଏହାକୁ ସଫା କରିବା ପାଇଁ ଲୋକମାନେ ଅନେକ ପ୍ରକାରର ଚିକିତ୍ସା କରନ୍ତି । ଯାହା ଚର୍ମକୁ ଅଧିକ କ୍ଷତି ପହଞ୍ଚାଇପାରେ । କିନ୍ତୁ ଯଦି ଆପଣ ସ୍ୱତନ୍ତ୍ର ଘରୋଇ ଉପଚାର ବ୍ୟବହାର କରନ୍ତି, ତେବେ ଆପଣ ଏହି ସମସ୍ୟାକୁ ସହଜରେ ଦୂର କରିପାରିବେ ।

ଏଥିପାଇଁ ଆପଣଙ୍କୁ ଆଲୋଭେରା ଜେଲ୍ ଆବଶ୍ୟକ ହେବ ଯାହା ଚର୍ମ ପାଇଁ ବହୁତ ଲାଭଦାୟକ । ଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣ କିପରି ଆଲୋଭେରା ସାହାଯ୍ୟରେ ନିଜ ବେକକୁ ସୁନ୍ଦର ଏବଂ ଦାଗମୁକ୍ତ କରିପାରିବେ ।

ଆଲୋଭେରା ସହିତ ଲେମ୍ୱୁ ବ୍ୟବହାର କରନ୍ତୁ, ସର୍ବପ୍ରଥମେ ଏକ ଚାମଚ ଆଲୋଭେରା ଜେଲ୍ ନେଇ ସେଥିରେ ଫାଳେ ଲେମ୍ବୁ ଚିପୁଡିଦିଅନ୍ତୁ । ଯଦି ଚାହିଁବେ ଏଥିରେ ଆପଣ  ମହୁ ଏବଂ ଗୋଲାପ ଜଳ ମିଶାଇ ପାରିବେ । ଏବେ ଏହାକୁ ବେକରେ ଭଲ ଭାବରେ ଲଗାନ୍ତୁ ୧୫ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ । ଯଦି ଆପଣ ଏହାକୁ ସପ୍ତାହରେ ୨-୩ ଥର ପ୍ରୟୋଗ କରନ୍ତି ତେବେ ନିଶ୍ଚୟ ପାର୍ଥକ ଦେଖିବେ ।
Published by:Soubhagya Mishra
First published: