ଇରାକ୍‌ରେ ଆମେରିକାର ଏୟାର ଷ୍ଟ୍ରାଇକ୍‌: ଇରାନ୍‌ର ମିଲିଟାରୀ ଜେନେରାଲ୍‌ଙ୍କ ସମେତ ୮ ଜଣଙ୍କର ମୃତ୍ୟୁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆମେରୀକୀୟ ସେନା ବାଗଦାଦ୍‌ ବିମାନ ବନ୍ଦର ଉପରେ ଏୟାର ଷ୍ଟ୍ରାଇକ କରିଛି । ଇରାନର ଅନ୍ୟତମ ସମ୍ମାନିତ ନେତାଙ୍କ ମୃତ୍ୟୁ ପରେ ସଂଯୁକ୍ତ ରାଷ୍ଟ୍ର ଆମେରିକା ଓ ଇରାନ୍‌ ମଧ୍ୟରେ ତିକ୍ତତାରେ ହଠାତ୍ ବୃଦ୍ଧି ହେବାର ସମ୍ଭାବନା ଅଛି ।

ଇରାକ୍‌ରେ ଆମେରିକାର ଏୟାର ଷ୍ଟ୍ରାଇକ୍‌: ଇରାନ୍‌ର ମିଲିଟାରୀ ଜେନେରାଲ୍‌ଙ୍କ ସମେତ ୮ ଜଣଙ୍କର ମୃତ୍ୟୁ
କାସିମ୍‌ ସୁଲେମାନୀ
  • News18 Odia
  • Last Updated: January 3, 2020, 12:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ୍‌: ଇରାନ୍‌ର ରାଜଧାନୀ ତେହରାନ ଉପରେ ଆମେରିକା ଆକଶ ମାର୍ଗରୁ ଆକ୍ରମଣ କରିଛି । ଏହି ଏୟାର ଷ୍ଟ୍ରାଇକରେ ଇରାନ୍‌ର ସ୍ଥଳ ସେନା ମୁଖ୍ୟ ମେଜର ଜେନେରାଲ କମାଣ୍ଡର୍‌ କାସୀମ୍‌ ସୁଲେମାନି ନିହତ ହୋଇଛନ୍ତି ।

ଗୁରୁବାର ବିଳମ୍ବିତ ରାତିର ଏହି ଆକ୍ରମଣ ବେଳେ କାସିମ ସୁଲେମାନୀଙ୍କ ଏକ ଟିମ୍‌ ସହିତ ଇରାକ୍‌ର ରାଜଧାନୀ ବାଗଦାଦ୍‌ ଅଭିମୁଖେ ଯାଉଥିଲେ । ଏହି ଆକ୍ରମଣରେ ମୋବିଲାଇଜେସନ ଫୋର୍ସର ଡେପୁଟି କମାଣ୍ଡର ଅବୁ ମେହଦୀ ଅଲ୍‌ ମୁହାଦିସଙ୍କର ବି ମତ୍ୟୁ ହୋଇଥିବା ଜଣାପଡିଛି । ଇରାକର ସରକାରୀ ଟିଭି ଚ୍ୟାନେଲ ସୁଲେମାନୀଙ୍କ ମୃତ୍ୟୁ ତଥ୍ୟ ସ୍ପଷ୍ଟ କରିଛି ।

‘‘କାସୀମ୍‌ ସୁଲେମାନି ଗୁରବାର ରାତିରେ ଆମେରିକାର ସେନା କ୍ୟାମ୍ପ୍‌ ଓ ରାଜନୈତିକ ଲୋକଙ୍କ ପରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିଲା । ଏହାକୁ ପ୍ରତିହତ କରିବାକୁ ଯାଇ ଆମେରିକୀୟ ସେନା ଏୟାର ଷ୍ଟ୍ରାଇକ୍‌ ଲଞ୍ଚ କରିଥିଲା,’’ କହିଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ।

ସୁଲେମାନୀ ଇରାନ ବୈଦେଶିକ ମନ୍ତ୍ରାଳୟ ସହ ଯୋଡ଼ି ହୋଇ ରହିଥିଲେ । ଦେଶରେ ସିହା ଓ ମିଲିସିଆ ପ୍ରାଦୁର୍ଭାବକୁ ନିୟନ୍ତ୍ରଣ କରିବାରେ ତାଙ୍କର ବହୁତ ବଡ଼ ଭୂମିକା ରହିଥିଲା ।

ସୁଲେମାନୀ ଆମେରିକା ଓ ଇରାକର ରାଜନେତାଙ୍କୁ ହତ୍ୟା କରିବା ପାଇଁ ଲଗାତାର ଯୋଜନା କରୁଥିଲା ବୋଲି ଆମେରିକା କହିଛି । ବିଦେଶରେ ଆମେରିକୀୟ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏପରି କରାଯାଇଥିବା ଆମେରିକାର ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ କୁହାଯାଇଛି ।

ବାଗଦାଦ ବିମାନ ବନ୍ଦର ନିକଟରେ ଆକ୍ରମଣ ହୋଇଥିବା ବେଳେ QUDS ଫୋର୍ସ କମାଣ୍ଡର ସୁଲେମାନିଙ୍କ ସହ କିଛି ବରିଷ୍ଠ ନାଗରିକଙ୍କର ବି ମୃତ୍ୟୁ ହୋଇଛି । ମୃତ୍ୟୁର ନିର୍ଦ୍ଦିଷ୍ଟ ସଂଖ୍ୟା ଆକଳନ କରାଯାଇ ପାରି ନାହିଁ ବୋଲି ଇରାକର ଏକ ଟିଭି ନ୍ୟୁଜ୍‌ ଚ଼୍ୟାନେଲ୍‌ ତା’ର ରିପୋର୍ଟରେ ଦର୍ଶାଇଛି ।

ଏହି ନ୍ୟୁଜ୍‌ ଚ଼୍ୟାନେଲ୍‌ ଆହୁରି ମଧ୍ୟ କହିଛି ଯେ ଆକ୍ରମଣ ପରେ ତୁରନ୍ତ କାହାକୁ ଗିରଫ କରାଯାଇ ପାରିନାହିଁ । ନ୍ୟୁଜ୍‌ ଚ଼୍ୟାନେଲ୍‌ କହିଛି ଯେ ଆମେରିକାର ଆକ୍ରମଣରେ ଜଣେ ମିଲିସିଆ କମାଣ୍ଡର ଅବୁ ମାହାଦି ଅଲ୍‌-ମୁହାଣ୍ଡିସର ମୃତ୍ୟୁ ହୋଇଛି । କିନ୍ତୁ ଇରାନର ଏହି ସମ୍ମାନିତ ନେତାଙ୍କ ମୃତ୍ୟୁ ପରେ ସଂଯୁକ୍ତ ରାଷ୍ଟ୍ର ଆମେରିକା ଓ ଇରାନ୍‌ ମଧ୍ୟରେ ତିକ୍ତତାରେ ହଠାତ୍ ବୃଦ୍ଧିର ସମ୍ଭାବନା ଆସିଛି ।

ସେପଟେ ପେଣ୍ଟାଗନ୍‌ ପକ୍ଷରୁ ସରକାରୀ ଭାବେ ଏହି ଆକ୍ରମଣ ସମ୍ପର୍କରେ କୌଣସି ସୂଚନା ଦେବାକୁ ମନା କରିଦିଆ ଯାଇଛି । ଆମେରିକା କହିଛି, ‘‘ଆମେରିକା ସରକାରୀ ଅଧିକାରୀ ଓ ସହଯୋଗୀଙ୍କ ବିରୋଧରେ ଇରାନ ନିରନ୍ତର ଷଡ଼ଯନ୍ତ୍ର ରଚୁଛି’’ ।

ଆମେରିକାର ବୈଦେଶିକ ସଚିବ ମାର୍କ ଟି. ଏସ୍ପର୍‌ ଗୁରୁବାର ତାଙ୍କ ବୟାନରେ କହିଥିଲେ: ‘‘ଇରାନ ଓ ତା’ର ସହଯୋଗୀ ଇରାକରେ ଥିବା ଆମେରିକା ସେନା ଉପରେ ନୂଆ ଉପାୟରେ ଆକ୍ରମଣ କରିବାକୁ ଯୋଜନା କରୁଛି । ଏଥି ସହ ସୀମାରେ ସୈନ୍ୟ ସଂଖ୍ୟାକୁ ବୃଦ୍ଧି କରାଉଛି।’’

‘‘ଏମିତି ବି ହୋଇପାରେ ଇରାନ କୌଣସି ମୁହୂର୍ତ୍ତରେ ଅତର୍କିତ ଆକ୍ରମଣ କରିପାରେ । ଇରାନ ସହ ସମ୍ପର୍କ ଥିବା ମିଲିସିଆ ସଦସ୍ୟ କଟିବ୍ ହିଜବୁଲ୍ଲା ବାଗଦାଦରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ ପାଇଁ ଯୋଜନା କରୁଛି,’’ ଏସ୍ପର୍‌ କହିଥିଲେ ।

‘‘ତେଣୁ ମୋତେ ଲାଗୁଛି ସେ କୌଣସି ମୁହୂର୍ତ୍ତରେ କିଛି ବି ଅଘଟଣ ଘଟାଇପାରେ । ଏପରି ହେଲେ ଆମେ ଦୃଢ଼ ଜବାବ ଦେବୁ,’’ କହିଥିଲେ ଏସ୍ପର୍‌ ।
First published: January 3, 2020, 12:14 PM IST