US Violence: ଆମେରିକାର ହିଂସା ଉପରେ ପ୍ରଧାନ ମନ୍ତ୍ରୀ ମୋଦୀ କହିଲେ; 'ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର ହେବା ଉଚିତ୍'
ଶାନ୍ତି ପାଇଁ ଡୋନାଲ୍ଡ ଟ୍ରମ୍ପ ନିଜ ସମର୍ଥକଙ୍କୁ ନିବେଦନ କରିଛନ୍ତି । ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଆମେରିକାର କ୍ୟାପିଟାଲ ହିଲରେ ଟ୍ରମ୍ପ ସମର୍ଥକଙ୍କ ବିଦ୍ରୋହକୁ ଦେଶଦ୍ରୋହରେ ବୋଲି କହିଛନ୍ତି । ଏହି ହିଂସାକୁ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି ।

ଆମେରିକାର ହିଂସାକୁ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି
- News18 Odia
- Last Updated: January 7, 2021, 10:40 AM IST
ନୂଆ ଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ୨୦୨୦ ର ଫଳାଫଳକୁ ନେଇ ଗତ କିଛି ମାସ ମଧ୍ୟରେ ରାଜନୈତିକ ହିଂସା ମଧ୍ୟରେ ଟ୍ରମ୍ପ ସମର୍ଥକଙ୍କ ଭିଡ ଆମେରିକାର କ୍ୟାପିଟାଲ ହିଲ ବିଲଡିଂ ବାହାରେ ଏକ ଉତ୍ତେଜନା ସୃଷ୍ଟି କରିଥିଲା । ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଆମେରିକାର କ୍ୟାପିଟାଲ ହିଲରେ ଟ୍ରମ୍ପ ସମର୍ଥକଙ୍କ ବିଦ୍ରୋହକୁ ଦେଶଦ୍ରୋହରେ ବୋଲି କହିଛନ୍ତି । ଏହି ହିଂସାକୁ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି ।
"Distressed to see news about rioting & violence in Washington DC. Orderly and peaceful transfer of power must continue. The democratic process cannot be allowed to be subverted through unlawful protests," says Prime Minister Narendra Modi pic.twitter.com/BVlzOouFyo
— ANI (@ANI) January 7, 2021
ଏହି ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ଶାନ୍ତି ପାଇଁ ନିବେଦନ କରିଛନ୍ତି । ଏହି ଉତ୍ତେଜନା ଦେଖି ନ୍ୟାସନାଲ ଗାର୍ଡ ପଠାଯାଇଛି । ହ୍ୱାଇଟ ହାଉସର ପ୍ରେସ ସଚିବ ଟ୍ୱିଟ କରି କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶରେ ନ୍ୟାସନାଲ ଗାର୍ଡ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସୁରକ୍ଷା ବାହିନୀ କର୍ମଚାରୀଙ୍କୁ ପଠାଯାଇଛି । ହିଂସା ବିରୋଧରେ ଶାନ୍ତି ବଜାୟ ରଖିବା ପାଇଁ ଆମେ ରାଷ୍ଟ୍ରପତିଙ୍କ ଆବେଦନକୁ ଦୋହରାଉଛୁ ।
ଜୋ ବିଡେନ କହିଛନ୍ତି - ଏହା ଦେଶଦ୍ରୋହ
ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ବିଡେନ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ବିଡେନ ଟ୍ୱିଟ୍ କରି କହିଛନ୍ତି, 'ମୁଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ଶପଥ ପୂରଣ କରିବାକୁ ଓ ସମ୍ବିଧାନର ସୁରକ୍ଷା ପାଇଁ ଆହ୍ୱାନ କରୁଛି ଓ ଏହି ଅବରୋଧକୁ ରଦ୍ଦ କରିବାକୁ ଦାବି କରୁଛି' । ଅନ୍ୟ ଏକ ଟୁଇଟ୍ରେ ବିଡେନ କହିଛନ୍ତି, ମୋତେ ସ୍ପଷ୍ଟ କରିବାକୁ ଦିଅନ୍ତୁ ଯେ କ୍ୟାପିଟାଲ ବିଲଡିଂରେ ଆମେ ଦେଖୁଥିବା ଗଣ୍ଡଗୋଳ ଆମ ଭଳି ନୁହେଁ । ଏମାନେ ଅଳ୍ପ ସଂଖ୍ୟକ ଆଇନ ମାନୁଥିବା ଉଗ୍ରବାଦୀ । ଏହା ଦେଶଦ୍ରୋହ ।