ଆମେରିକାର ମିଜୌରୀରେ ବଡ଼ ଟ୍ରେନ ଦୁର୍ଘଟଣା; ଏଯାବତ ଗଲାଣି ୪୬ ଜଣଙ୍କ ଜୀବନ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଏସ୍, ଲସ୍ ଆଞ୍ଜେଲସରୁ ଚିକାଗୋ ଅଭିମୁଖେ ଯାତ୍ରା କରୁଥିବା ଦକ୍ଷିଣ ପଶ୍ଚିମ ଚିଫ୍ ଟ୍ରେନ୍ ୪ ବିଏନ୍ଏସ୍ଏଫ୍ ଟ୍ରାକରେ ପୂର୍ବ ଦିଗକୁ ଯାଉଥିବାବେଳେ ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ପରେ ଟ୍ରେନର ୮ଟି କୋଚ୍ ଓ ୨ଟି ଇଞ୍ଜିନ୍ ଖସିଯାଇଥିଲା।

ଆମେରିକାର ମିଜୌରୀରେ ବଡ଼ ଟ୍ରେନ ଦୁର୍ଘଟଣା

ଆମେରିକାର ମିଜୌରୀରେ ବଡ଼ ଟ୍ରେନ ଦୁର୍ଘଟଣା

  • Share this:
News18 Odia Digital

ଆମେରିକା: ଯୁକ୍ତରାଷ୍ଟ୍ରର ମିଜୌରୀରେ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଟ୍ରେନଟି ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋମବାର ରାତି ଅପରାହ୍ନ ୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଏସ୍, ଲସ୍ ଆଞ୍ଜେଲସରୁ ଚିକାଗୋ ଅଭିମୁଖେ ଯାତ୍ରା କରୁଥିବା ଦକ୍ଷିଣ ପଶ୍ଚିମ ଚିଫ୍ ଟ୍ରେନ୍ ୪ ବିଏନ୍ଏସ୍ଏଫ୍ ଟ୍ରାକରେ ପୂର୍ବ ଦିଗକୁ ଯାଉଥିବାବେଳେ ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ପରେ ଟ୍ରେନର ୮ଟି କୋଚ୍ ଓ ୨ଟି ଇଞ୍ଜିନ୍ ଖସିଯାଇଥିଲା।

ଟ୍ରେନରେ ୨୪୩ ଜଣ ଯାତ୍ରୀ ଲସ ଏଞ୍ଜେଲସରୁ ଚିକାଗୋ ଯାଉଥିଲେ। ମେଣ୍ଡେନ୍ ସହରର କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଛି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିରନ୍ତର ଉଦ୍ଧାର କାର୍ଯ୍ୟ ଚାଲିଛି।

ଚାରିଟୋନ୍ କାଉଣ୍ଟି ଆମ୍ବୁଲାନ୍ସ ସେବା ଅଧୀକ୍ଷକ ଏରିକ୍ ମ୍ୟାକେଙ୍କି ସିଏନ୍ଏନ୍ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି ଯେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ମିଜୌରୀ ଷ୍ଟେଟ ହାଇୱେ ପାଟ୍ରୋଲିଂ ଟ୍ରୁପ ବି ମୁଖପାତ୍ର କହିଛନ୍ତି ଯେ ଅଧିକାରୀଙ୍କ ମୃତ୍ୟୁ ସଂଖ୍ୟା ଜାଣିବାକୁ ଚେଷ୍ଟା ଜାରି ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ରେନ୍ ଏକ ଡମ୍ପର ଟ୍ରକ ସହିତ ଧକ୍କା ହୋଇଥିଲା। ସାମାନ୍ୟ ଆହତଙ୍କ ଚିକିତ୍ସା ପାଇଁ ଏକ ବିଦ୍ୟାଳୟକୁ ଟ୍ରାଇଏଜ୍ ସେଣ୍ଟରରେ ପରିଣତ କରାଯାଇଛି।
Published by:Lipina Das
First published: