ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Taliban: USA ରାଷ୍ଟ୍ରପତି ବାଇଡେନ କହିଲେ ଆଫଗାନିସ୍ତାନ ଛାଡ଼ିବା ବିନା ଆମେ ପାଖରେ ଅନ୍ୟ ବିକଳ୍ପ ନଥିଲା

Taliban: USA ରାଷ୍ଟ୍ରପତି ବାଇଡେନ କହିଲେ ଆଫଗାନିସ୍ତାନ ଛାଡ଼ିବା ବିନା ଆମେ ପାଖରେ ଅନ୍ୟ ବିକଳ୍ପ ନଥିଲା

ଆମେରିକାର ରାଷ୍ଟ୍ରପତି କହିଛନ୍ତି, ‘‘ମୁଁ ବିଶ୍ୱାସ କରେ ଯେ ଏହା ହେଉଛି ସଠିକ୍, ବୁଦ୍ଧିମାନ ଓ ସର୍ବୋତ୍ତମ ନିଷ୍ପତ୍ତି । ଆଫଗାନିସ୍ତାନରେ ଯୁଦ୍ଧ ବର୍ତ୍ତମାନ ଶେଷ ହୋଇଛି । ଯୁଦ୍ଧର ସମାପ୍ତି ପ୍ରସଙ୍ଗରେ ମୁଁ ଚତୁର୍ଥ ରାଷ୍ଟ୍ରପତି ।’’

Taliban: USA ରାଷ୍ଟ୍ରପତି ବାଇଡେନ କହିଲେ ଆଫଗାନିସ୍ତାନ ଛାଡ଼ିବା ବିନା ଆମେ ପାଖରେ ଅନ୍ୟ ବିକଳ୍ପ ନଥିଲା
ଆଫଗାନିସ୍ତାନ ଛାଡ଼ିବା ବିଷୟରେ କହିଲେ ଆମେରିକା ରାଷ୍ଟ୍ରପତି
  • News18 Odia
  • Last Updated: September 1, 2021, 9:14 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ: ଆଫଗାନିସ୍ତାନରୁ ଆମେରିକାର ଅଶାନ୍ତ ପ୍ରତ୍ୟାବର୍ତ୍ତନ ନେଇ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇ ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ସମ୍ବୋଧିତ କରିଛନ୍ତି । ଶେଷ ଆମେରିକୀୟ ସି-୧୭ ବିମାନ କାବୁଲରୁ ଫେରିବା ୨୪ ଘଣ୍ଟା ପରେ ବାଇଡେନ ଆମେରିକାର ଦୀର୍ଘତମ ଯୁଦ୍ଧକୁ ବନ୍ଦ କରିବା ଓ ଅଗଷ୍ଟ ୩୧ ତାରିଖ ପୂର୍ବରୁ ସମସ୍ତ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରିବା ନିଷ୍ପତ୍ତିକୁ ଦୃଢ଼ ଭାବରେ ରକ୍ଷା କରିଥିଲେ ।

ଭାରତୀୟ ସମୟ ଅନୁଯାୟୀ ମଙ୍ଗଳବାର ମଧ୍ୟରାତ୍ରିରେ ଦିଆଯାଇଥିବା ସମୋଧନ ଆମେରିକାର ରାଷ୍ଟ୍ରପତି କହିଛନ୍ତି, ‘‘ମୁଁ ବିଶ୍ୱାସ କରେ ଯେ ଏହା ହେଉଛି ସଠିକ୍, ବୁଦ୍ଧିମାନ ଓ ସର୍ବୋତ୍ତମ ନିଷ୍ପତ୍ତି । ଆଫଗାନିସ୍ତାନରେ ଯୁଦ୍ଧ ବର୍ତ୍ତମାନ ଶେଷ ହୋଇଛି । ଯୁଦ୍ଧର ସମାପ୍ତି ପ୍ରସଙ୍ଗରେ ମୁଁ ଚତୁର୍ଥ ରାଷ୍ଟ୍ରପତି । ମୁଁ ଏହାକୁ ଆମେରିକୀୟମାନଙ୍କୁ ପ୍ରତିଶୃତି ଦେଇଥିଲି ଓ ମୋର ପ୍ରତିଜ୍ଞାକୁ ସମ୍ମାନିତ କରିଥିଲି ।’’

ହ୍ବାଇଟ ହାଉସର ଭାଷଣରେ ସେ କହିଛନ୍ତି, ‘‘ମୁଁ ଏହି ଯୁଦ୍ଧକୁ ସବୁଦିନ ପାଇଁ ଜାରି ରଖିବି ନାହିଁ । ମୁଁ ଏହି ନିଷ୍ପତ୍ତି ପାଇଁ ଦାୟୀ ରହିବି । ଲୋକେ କହୁଛନ୍ତି ଯେ ଆମେ ପୂର୍ବରୁ ଏହି ନିଷ୍ପତ୍ତି ନେବା ଉଚିତ୍ ଥିଲା । ମୁଁ ଏହି କଥାରେ ସହମତ ନୁହେଁ କାରଣ ଯଦି ଏହା ପୂର୍ବରୁ ହୋଇଥାନ୍ତା, ତେବେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ଓ ଗୃହଯୁଦ୍ଧର ପରିସ୍ଥିତି ହୋଇଥାନ୍ତା । ଏଭଳି ପରିସ୍ଥିତିରେ ଚ୍ୟାଲେଞ୍ଜ ଓ ବିପଦ ବିନା ସେଠାରୁ ବାହାରି ହୋଇନଥାଆନ୍ତା ।’’

ସେ ଆହୁରି କହିଛନ୍ତି, “ଆଫଗାନିସ୍ତାନ ସମ୍ବନ୍ଧୀୟ ଏହି ନିଷ୍ପତ୍ତି କେବଳ ଆଫଗାନିସ୍ତାନରେ ସୀମିତ ନୁହେଁ । ଏହା ଅନ୍ୟ ଦେଶଗୁଡ଼ିକୁ ପୁନଃ ନିର୍ମାଣ କରିବା ପାଇଁ ସାମରିକ ଅଭିଯାନର ଏକ ଯୁଗର ସମାପ୍ତିକୁ ମଧ୍ୟ ଚିହ୍ନିତ କରୁଛି । ଆଫଗାନିସ୍ତାନରେ ଆମେରିକା ଯାହା କରିଛି ତାହା ଭୁଲିପାରିବ ନାହିଁ।’’

ଆମେରିକୀୟ ବିମାନରୁ ଲୋକଙ୍କ ବିମାନ ଉଡ଼ାଣକୁ ପ୍ରଶଂସା କରି ବାଇଡେନ କହିଛନ୍ତି ଯେ ଲୋକଙ୍କୁ ବୃତ୍ତିଗତ ଭାବେ ସ୍ଥାନାନ୍ତର କରାଯାଇଛି ଓ ଆମେ ଯାହା କରିଛୁ ତାହା ଭୁଲିପାରିବ ନାହିଁ । ସେ ଦାବି କରିଛନ୍ତି ଯେ ୧ ଲକ୍ଷ ୨୫ ହଜାରରୁ ଅଧିକ ଲୋକଙ୍କୁ ବିମାନ ଉଡ଼ାଣ କରାଯାଇଛି ।

ସବୁବେଳେ ଆଫଗାନିସ୍ତାନର ଲୋକଙ୍କ ଲଢ଼େଇ ଲଢିବେ ବାଇଡେନ

ବାଇଡେନ କହିଛନ୍ତି ଯେ କାବୁଲ ଛାଡ଼ିବା ଛଡ଼ା ଆମର ଅନ୍ୟ କୌଣସି ବିକଳ୍ପ ନଥିଲା । ଆମେରିକାର ସ୍ୱାର୍ଥ ପାଇଁ ଆମେ କାବୁଲ ଛାଡ଼ିଛୁ । ରାଷ୍ଟ୍ରପତି କହିଛନ୍ତି ଯେ ଆତଙ୍କବାଦ ପାଇଁ ଆଫଗାନିସ୍ତାନ ଜମି ବ୍ୟବହାର କରାଯିବା ଉଚିତ ନୁହେଁ । ବିଶ୍ୱ ନୀତି ପ୍ରସଙ୍ଗରେ ବାଇଡେନ କହିଛନ୍ତି ଯେ ଚୀନ୍ ଠାରୁ ଆମେ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହେଉଛୁ । ଋଷ ମଧ୍ୟ ଆମକୁ ଚ୍ୟାଲେଞ୍ଜ କରୁଛି । ଆମେ ଆଫଗାନିସ୍ତାନରେ ସେମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁନାହୁଁ । ଆମେ ନୂଆ ପଥରେ ଆଗକୁ ବଢ଼ିବାକୁ ଚାହୁଁଛୁ । ଆମର ବୈଦେଶିକ ନୀତି ଦେଶର ସ୍ୱାର୍ଥରେ ରହିବା ଉଚିତ୍ ।

ବାଇଡେନ କହିଛନ୍ତି ଯେ ଆମେ ସବୁବେଳେ ଆଫଗାନିସ୍ତାନର ଲୋକଙ୍କ ଅଧିକାର ଓ ମାନବିକ ଅଧିକାର ପାଇଁ ଲଢ଼ିବୁ । ଆମର ୨୦ ବର୍ଷର ସଂଗ୍ରାମ ବହୁତ କଷ୍ଟସାଧ୍ୟ ଥିଲା । ଏହା ଆମେରିକା ପାଇଁ ବହୁତ ମହଙ୍ଗା ପ୍ରମାଣିତ ହୋଇଥିଲା ।
Published by: Lipina Das
First published: September 1, 2021, 9:14 AM IST