ପୁଣି ଥରେ କରୋନା ସଂକ୍ରମିତ ହେଲେ ଜୋ ବାଇଡେନ
News18 Odia Digital
Coronavirus: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ କରୋନା ପଜିଟିଭ୍ ବାହାରିଛନ୍ତି। ଏଥି ସହିତ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ପୁଣି ଆଇସୋଲେନସରେ ରହିବେ। ଏହା ପୂର୍ବରୁ ମଧ୍ୟ ସେ କରୋନାରେ ସଂକ୍ରମିତ ହୋଇଥିଲେ।
ରାଷ୍ଟ୍ରପତିଙ୍କ ଚିକିତ୍ସକ କେଭିନ ଓ’କନୋର କହିଛନ୍ତି ଯେ ଶନିବାର ଦିନ ଆଣ୍ଟିଜେନ ପରୀକ୍ଷା ସମୟରେ ୭୯ ବର୍ଷୀୟ ଜୋ ବାଇଡେନ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲେ।
ହ୍ବାଇଟ ହାଉସ କହିଛି ଯେ ଆମେରିକାର ରାଷ୍ଟ୍ରପତି ହୋମ ଆଇସୋଲେସନ ପ୍ରକ୍ରିୟା ଜାରି ରଖିବେ। ଏହି ସମୟରେ ଚିକିତ୍ସା ପୁନଃ ଆରମ୍ଭ କରିବାର କୌଣସି କାରଣ ନାହିଁ, କିନ୍ତୁ ଆମେ ସ୍ପଷ୍ଟ ଭାବରେ ଯାଞ୍ଚ ଜାରି ରଖିବୁ।
ଜୋ ବାଇଡେନ ଏହା ପୂର୍ବରୁ ଥରେ କରୋନା ସଂକ୍ରମିତ ହୋଇସାରିଛନ୍ତି। ଜୁଲାଇ ୨୧ରେ ହ୍ବାଇଟ ହାଉସ ଦ୍ୱାରା ଏହା ନିଶ୍ଚିତ କରାଯାଇଥିଲା। ଆମେରିକାର ରାଷ୍ଟ୍ରପତି ଭାବରେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ବାଇଡେନ ପିଫାଇଜରର ଆଣ୍ଟି-କୋଭିଡ ଟିକା ଗ୍ରହଣ କରିଥିଲେ।
ଏହା ପରେ ବାଇଡେନ ୨୦୨୧ ସେପ୍ଟେମ୍ବରରେ ପ୍ରଥମ ବୁଷ୍ଟର ଡୋଜ ଓ ୨୦୨୨ ମାର୍ଚ୍ଚରେ ଟିକାର ଅତିରିକ୍ତ ମାତ୍ରା ନେଇଥିଲେ। ବାଇଡେନଙ୍କ ପୂର୍ବରୁ ଉପ-ରାଷ୍ଟ୍ରପତି କମଲା ହାରିସଙ୍କ ସମେତ ଅନେକ ହ୍ବାଇଟ ହାଉସର ଅଧିକାରୀ କରୋନା ସଂକ୍ରମିତ ହୋଇଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।