ଗଞ୍ଜେଇ ରଖୁଥିବା ଲୋକଙ୍କୁ ଜେଲ ଦଣ୍ଡ ଦେବ ଉଚିତ୍ ନୁହେଁ: ଜୋ ବାଇଡେନ

Marijuana In US: ଆମେରିକାରେ ଗଞ୍ଜେଇ ରଖୁଥିବା ଲୋକ ଓ ବ୍ୟବହାର ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ଅଭିଯୋଗରେ ଜେଲରେ ଥିବା ସମସ୍ତ ବନ୍ଦୀଙ୍କୁ ମୁକ୍ତ କରାଯିବା ଉଚିତ୍ ବୋଲି ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ୱାଶିଂଟନ: ଗଞ୍ଜେଇ ଜବତ ଓ ବ୍ୟବହାରକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବାଇଡେନ ଦେଶକୁ ଏକ ଭିଡିଓ ବାର୍ତ୍ତା ଜାରି କରି ଘୋଷଣା କରିଛନ୍ତି ଯେ ଯେଉଁମାନେ ଗଞ୍ଜେଇ ରଖୁଛନ୍ତି ଓ ବ୍ୟବହାର କରୁଛନ୍ତି ସେମାନଙ୍କୁ ଜେଲ ଦଣ୍ଡ ହେବା ଉଚିତ୍ ନୁହେଁ। ଏହି ଅଭିଯୋଗରେ ଜେଲରେ ଥିବା ସମସ୍ତ କଏଦୀଙ୍କୁ ମୁକ୍ତ କରାଯିବ।

ଏହି ମାମଲାରେ ଜୋ ବାଇଡେନ କହିଛନ୍ତି ଯେ ଦେଶର ଫେଡେରାଲ ଜେଲରେ ଥିବା ସମସ୍ତ ଲୋକଙ୍କୁ ଗଞ୍ଜେଇ ଖାଇବା ଓ ରଖିବା ଅଭିଯୋଗରେ ମୁକ୍ତ କରାଯିବ। ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଜୋ ବାଇଡେନ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଏ ସମ୍ପର୍କରେ ପଦକ୍ଷେପ ନେବେ।

ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରିବାବେଳେ ସେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଗଞ୍ଜେଇର ମାଲିକାନା ତଥା ବ୍ୟବହାର ପାଇଁ ଲୋକ ଜେଲରେ ଅଛନ୍ତି ଓ ଅନେକ ଜୀବନ ନଷ୍ଟ ହୋଇଯାଇଛି।

ପ୍ରକାଶ ଥାଉକି ୨୦୧୯ରେ ସମୁଦାୟ ସମୁଦାୟ ଜନସଂଖ୍ୟାର ଅନ୍ୟୂନ ୧୮% ଗଞ୍ଜେଇ ବ୍ୟବହାର କରୁଥିବା କଥା ସରକାରୀ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ ଆକଳନ କରିଛନ୍ତି। ଓ ଉକ୍ତ ଲୋକ ନିଜ ପାଖରେ ଗଞ୍ଜେଇ ରଖୁଥିଲେ। ଅବସର ବିନୋଦନ ଓ ଡାକ୍ତରୀ ଉଦ୍ଦେଶ୍ୟରେ ଗଞ୍ଜେଇ ବ୍ୟବହାର କରି ହେବ ବୋଲି ଆମେରିକାର ଏକାଧିକ ରାଜ୍ୟ ସରକାର ଅନୁମତି ‌ପ୍ରଦାନ କରିସାରିଛନ୍ତି।
Published by:Lipina Das
First published: