ଆଜି ଭାରତ ଗସ୍ତରେ ଆସି ପହଞ୍ଚୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ ଓ ପତ୍ନୀ ମେଲାନିଆ

ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ବାଇଁ ଜାରେଡ୍ କୁଶନର୍ ବି ଆସୁଛନ୍ତି । ଆଉ ୧୨ ଜଣିଆ ପ୍ରତିନିଧି ଦଳ ବି ଟ୍ରମ୍ପଙ୍କ ସହ ଅଛି । ସକାଳ ୧୧ଟା ୪୫ ମିନିଟରେ ଟ୍ରମ୍ପ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିବେ । ଆଉ୧୧ଟା ୧୦ରେ ପହଞ୍ଚିବେ ପ୍ରଧାନ ମନ୍ତ୍ରୀ ମୋଦି ।

ଆଜି ଭାରତ ଗସ୍ତରେ ଆସି ପହଞ୍ଚୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ ଓ ପତ୍ନୀ ମେଲାନିଆ
ଆଗ୍ରାରେ ଟ୍ରମ୍ପ୍‌ ଓ ମୋଦିଙ୍କ ଏକ ବ୍ଲ୍‌ବୋର୍ଡ଼ ସାମନାରେ ଜଣେ ସୈନିକ ଜଗି ରହିଛି ।
  • News18 Odia
  • Last Updated: February 24, 2020, 1:03 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଜି ଭାରତ ଗସ୍ତରେ ଆସି ପହଞ୍ଚୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ସେ ସପରିବାର ଭାରତ ଆସି ଅହମଦାବାଦରେ ମୋଟେରାରେ ନିର୍ମିତ ବିଶ୍ବର ବୃହତ୍ତମ ଷ୍ଟାଡ଼ିୟମର ଉଦଘାଟନ କରିବା ସହ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ସାମିଲ ହେବେ ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପରେ ନିଜ ପ୍ରଥମ କାର୍ଯ୍ୟକାଳରେ ଭାରତ ଗସ୍ତ କରିବାରେ ଟ୍ରମ୍ପ ହେଉଛନ୍ତି ଏକ ମାତ୍ର ରାଷ୍ଟ୍ରପତି । ଟ୍ରମ୍ପଙ୍କ ଆଗମନକୁ ଭାରତରେ ସମସ୍ତେ ଅପେକ୍ଷା କରି ରହିଛନ୍ତି ବୋଲି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ନିଜେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମଦାବାଦରେ ହେବାକୁ ଐତିହାସିକ କାର୍ଯ୍ୟକ୍ରମ ଦେଶବାସୀଙ୍କ ପାଇଁ ସମ୍ମାନର କଥା ବୋଲି ଟ୍ବିଟ୍‌ରେ କହିଛନ୍ତି ମୋଦି ।

ଟ୍ରମ୍ପଙ୍କ ଜୋରଦାର୍‌ ସ୍ବାଗତ ପାଇଁ ଅହମଦାବାଦ ସହର ପୂରା ପ୍ରସ୍ତୁତ । ଟ୍ରମ୍ପ ଓ ତାଙ୍କ ପତ୍ନୀ ତଥା ଆମେରିକାର ଫଷ୍ଟ୍‌ ଲେଡି ମେଲାନିଆ ଟ୍ରମ୍ପ ୨୨ କିଲୋମିଟର ବ୍ୟାପୀ ରୋଡ୍‌ ଶୋ’ରେ ବି ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।...

ଟ୍ରମ୍ପ୍‌ ଓ ମୋଦି – ବିଶ୍ବର ଏହି ଦୁଇ ହାଇ ପ୍ରୋଫାଇଲ୍‌ ନେତାଙ୍କ ସ୍ବାଗତ ପାଇଁ ଅହମଦାବାଦ ପ୍ରସ୍ତୁତ । ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ବାଇଁ ଜାରେଡ୍‌ କୁଶନର୍‌ ବି ଆସୁଛନ୍ତି । ଆଉ ୧୨ ଜଣିଆ ପ୍ରତିନିଧି ଦଳ ବି ଟ୍ରମ୍ପଙ୍କ ସହ ଅଛନ୍ତି । ସକାଳ ୧୧ଟା ୪୫ ମିନିଟରେ ଟ୍ରମ୍ପ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିବେ । ଆଉ୧୧ଟା ୧୦ରେ ପହଞ୍ଚିବେ ପ୍ରଧାନ ମନ୍ତ୍ରୀ ମୋଦି ।

ଅହମଦାବାଦରେ ଏକ ରାସ୍ତାରେ ଲାଗିଥିବା ହୋର୍ଡିଂ ପାଖ ଦେଇ କିଛି ଶ୍ରମିକ ଯାଉଛନ୍ତି । (ରଏଟର୍ସ୍‌)


ଏୟାରପୋର୍ଟରୁ ଆରମ୍ଭ ହେବ ଟ୍ରମ୍ପଙ୍କ ସମ୍ମାନାର୍ଥେ ରୋଡ୍‌ ଶୋ’ । ଏହି ୨୨ କିଲୋମିଟର ବ୍ୟାପୀ ରୋଡ୍‌ ଶୋ’ ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଲକ୍ଷାଧିକ ଲୋକ ବିଶ୍ବର ଏହି ଦୁଇ ଶକ୍ତିଶାଳୀ ନେତାଙ୍କୁ ଅଭିନନ୍ଦନ ଜଣାଇବେ । ଅହମ୍ମଦାବାଦ ମ୍ୟୁନିସିପାଲିଟି କମିସନର ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଦୁଇ ନେତା ୧୦ ମିନିଟ ପାଇଁ ସାବରମତୀ ନଦୀ କୂଳରେ ଅବସ୍ଥିତ ଗାନ୍ଧି ଆଶ୍ରମ ଯିବେ ।

ରୋଡ ଶୋ’ ମୋଟେରା ଷ୍ଟାଡ଼ିୟମରେ ପହଞ୍ଚିବା ପରେ ଆରମ୍ଭ ହେବ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ । ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ ମୋଟେରାର ଉଦଘାଟନ କରିବେ ଆମେରିକା ରାଷ୍ଟ୍ରପତି, ଆଉ ଏହି ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ । ମୋଟେରା ଷ୍ଟାଡ଼ିୟମ ଉଦଘାଟନ ସହ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ଉଭୟ ମୋଦି ଓ ଟ୍ରମ୍ପ । ମେଗା ରାଲି ଓ ରୋଡ ଶୋ’ ପରେ ଟ୍ରମ୍ପ ଦମ୍ପତି ଆଗ୍ରାର ବିଶ୍ବପ୍ରସିଦ୍ଧ ତାଜମହଲ ପରିଦର୍ଶନରେ ଯିବେ ।
First published: February 24, 2020, 1:03 AM IST
corona virus btn
corona virus btn
Loading