ଭାରତରେ ପହଞ୍ଚିଲେ ଡୋନାଲଡ୍‌ ଟ୍ରମ୍ପ୍‌, ଅହମଦାବାଦରେ ମୋଦି ଓ ଲକ୍ଷାଧିକ ଲୋକ ଜୋରଦାର୍‌ ସ୍ୱାଗତ କଲେ

ଅହମଦାବାଦ ଏୟାରପୋର୍ଟରେ ଟ୍ରମ୍ପ୍ ଓହ୍ଲେଇବା ପରେ ଆରମ୍ଭ ହୋଇଛି ତାଙ୍କ ସମ୍ମାନାର୍ଥେ ଏକ ବିଶାଳ ରୋଡ୍ ଶୋ’ । ଏହି ୨୨ କିଲୋମିଟର ବ୍ୟାପୀ ରୋଡ୍ ଶୋ’ ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଲକ୍ଷାଧିକ ଲୋକ ଟ୍ରମ୍ପ୍ ଓ ମୋଦିଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।

ଭାରତରେ ପହଞ୍ଚିଲେ ଡୋନାଲଡ୍‌ ଟ୍ରମ୍ପ୍‌, ଅହମଦାବାଦରେ ମୋଦି ଓ ଲକ୍ଷାଧିକ ଲୋକ ଜୋରଦାର୍‌ ସ୍ୱାଗତ କଲେ
ଅହମଦାବାଦରେ ବିମାନରୁ ଓହ୍ଲେଇବା ପରେ ଟ୍ରମ୍ପ୍‌ଙ୍କୁ ମୋଦି ଆଲିଙ୍ଗନ କରୁଛନ୍ତି । ପାଖରେ ଅଛନ୍ତି ମେଲାନିଆ ଟ୍ରମ୍ପ୍‌ ।
  • News18 Odia
  • Last Updated: February 24, 2020, 12:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଜି ଭାରତ ଗସ୍ତରେ ଆସି ସପରିବାର ଅହମଦାବାଦରେ ପହଞ୍ଚିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ତାଙ୍କୁ ଅହମଦାବାଦ ବିମାନ ବନ୍ଦରରେ ନିଜେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଛନ୍ତି । ଗୁଜରାଟର ପାରମ୍ପରିକ ଲୋକନୃତ୍ୟ ସହିତ ହଜାର ହଜାର ସଂଖ୍ୟାରେ ଜମାହୋଇଥିବା ରଙ୍ଗବିରଙ୍ଗୀ ଭିଡ଼ ଟ୍ରମ୍ପଙ୍କୁ ସ୍ୱାଗତ କରିଛି ଅହମଦାବାଦରେ ।

ଟ୍ରମ୍ପ ଆଜି ବିମାନ ବନ୍ଦର ଠାରୁ ପାଖାପାଖି ୨୦ କିଲୋମିଟର ଦୂରରେ ଅବସ୍ଥିତ ମୋଟେରାରେ ନିର୍ମିତ ବିଶ୍ବର ବୃହତ୍ତମ ଷ୍ଟାଡ଼ିୟମର ଉଦଘାଟନ କରିବା ସହ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ସାମିଲ ହେବେ ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପରେ ନିଜ ପ୍ରଥମ କାର୍ଯ୍ୟକାଳରେ ଭାରତ ଗସ୍ତ କରିବାରେ ଟ୍ରମ୍ପ ହେଉଛନ୍ତି ଏକ ମାତ୍ର ରାଷ୍ଟ୍ରପତି । ଟ୍ରମ୍ପଙ୍କ ଆଗମନକୁ ଭାରତରେ ସମସ୍ତେ ଅପେକ୍ଷା କରି ରହିଛନ୍ତି ବୋଲି କାଲି ଟ୍ବିଟ୍‌ କରି ସୂଚନା ଦେଇଥିଲେ ନିଜେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମଦାବାଦରେ ହେବାକୁ ଐତିହାସିକ କାର୍ଯ୍ୟକ୍ରମ ଭାରତ ପାଇଁ ସମ୍ମାନର କଥା ବୋଲି ଟ୍ବିଟରେ କହିଥିଲେ ମୋଦି ।

ବିମାନ ବନ୍ଦରରେ ମୋଦି ଓ ଟ୍ରମ୍ପ୍‌ କଥା ହେଉଛନ୍ତି ।


ଟ୍ରମ୍ପଙ୍କ ଜୋରଦାର୍‌ ସ୍ବାଗତ ପାଇଁ ଅହମଦାବାଦ ସହର ପୂରା ପ୍ରସ୍ତୁତ ହୋଇ ରହିଥିଲା । ଟ୍ରମ୍ପ ଓ ତାଙ୍କ ପତ୍ନୀ ତଥା ଆମେରିକାର ଫଷ୍ଟ୍‌ ଲେଡି ମେଲାନିଆ ଟ୍ରମ୍ପ ୨୨ କିଲୋମିଟର ବ୍ୟାପୀ ରୋଡ୍‌ ଶୋ’ରେ ବି ସାମିଲ ହେଉଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ବାଇଁ ଜାରେଡ୍‌ କୁଶନର୍‌ ବି ଅଛନ୍ତି । ଏକ ୧୨ ଜଣିଆ ପ୍ରତିନିଧି ଦଳ ବି ଟ୍ରମ୍ପଙ୍କ ସହ ଅଛି । ସକାଳ ୧୧ଟା ୪୫ ମିନିଟରେ ଟ୍ରମ୍ପ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିଥିଲେ । ଆଉ୧୧ଟା ୧୦ରେ ପହଞ୍ଚି ଥିଲେ ପ୍ରଧାନ ମନ୍ତ୍ରୀ ମୋଦି ।

ବିମାନ ବନ୍ଦରରେ ଟ୍ରମ୍ପ୍‌ଙ୍କ ପତ୍ନୀ ମେଲାନିଆଙ୍କ ସହ ମୋଦି ହାତ ମିଳାଉଛନ୍ତି ।


ଅହମଦାବାଦ ଏୟାରପୋର୍ଟରୁ ଆରମ୍ଭ ହୋଇଛି ଟ୍ରମ୍ପଙ୍କ ସମ୍ମାନାର୍ଥେ ରୋଡ୍‌ ଶୋ’ । ଏହି ୨୨ କିଲୋମିଟର ବ୍ୟାପୀ ରୋଡ୍‌ ଶୋ’ ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଲକ୍ଷାଧିକ ଲୋକ ବିଶ୍ବର ଏହି ଦୁଇ ଶକ୍ତିଶାଳୀ ନେତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଅହମଦାବାଦ ମ୍ୟୁନିସିପାଲିଟି କମିସନର ଏ ନେଇ ଟ୍ବିଟ କରି ସୂଚନା ଦେଇଥିଲେ । ଆଜି ଦୁଇ ନେତା ୧୦ ମିନିଟ ପାଇଁ ସାବରମତୀ ନଦୀ କୂଳରେ ଅବସ୍ଥିତ ଗାନ୍ଧି ଆଶ୍ରମ ଯିବେ ।

ରୋଡ ଶୋ’ ମୋଟେରା ଷ୍ଟାଡ଼ିୟମରେ ପହଞ୍ଚିବା ପରେ ଆରମ୍ଭ ହେବ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ । ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ ମୋଟେରାର ଉଦଘାଟନ କରିବେ ଆମେରିକା ରାଷ୍ଟ୍ରପତି, ଆଉ ଏହି ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ । ମୋଟେରା ଷ୍ଟାଡ଼ିୟମ ଉଦଘାଟନ ସହ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ଉଭୟ ମୋଦି ଓ ଟ୍ରମ୍ପ । ମେଗା ରାଲି ଓ ରୋଡ ଶୋ’ ପରେ ଟ୍ରମ୍ପ ଦମ୍ପତି ଆଗ୍ରାର ବିଶ୍ବପ୍ରସିଦ୍ଧ ତାଜମହଲ ପରିଦର୍ଶନରେ ଯିବେ ।
First published: February 24, 2020, 12:21 PM IST
corona virus btn
corona virus btn
Loading