ଫେବୃଆରୀ ଶେଷ ସପ୍ତାହରେ ନିଜ ପ୍ରଥମ ଭାରତ ଗସ୍ତରେ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଏହା ପୂର୍ବରୁ ଗତବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିବାବେଳେ ସମୟର ବ୍ୟସ୍ତତା କାରଣରୁ ସେ ଏଥିରେ ଯୋଗଦେଇପାରିନଥିଲେ ।

ଫେବୃଆରୀ ଶେଷ ସପ୍ତାହରେ ନିଜ ପ୍ରଥମ ଭାରତ ଗସ୍ତରେ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ
  • News18 Odia
  • Last Updated: January 15, 2020, 12:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ଶେଷ ସପ୍ତାହରେ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଥିବା ନେଇ ସିଏନବିସି-ଟିଭି ୧୮କୁ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଆମେରିକା ରଷ୍ଟ୍ରପତି ଭାବେ ଏହା ଟ୍ରମ୍ପଙ୍କର ଭାରତକୁ ପ୍ରଥମ ଯାତ୍ରା ହେବ । ଦୁଇ ଦେଶର ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ତାରିଖ ଘୋଷଣା କରିନଥିଲେ ବି ଖବର ଅନୁସାରେ ଭାରତ ଏବଂ ଆମେରିକା ଏହି ଯାତ୍ରା ଲାଗି ସକ୍ରିୟ ଭାବେ ତାରିଖ ଉପରେ ଚର୍ଚ୍ଚା କରୁଛନ୍ତି । ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ତାଙ୍କ ଉପରେ ମହାଭିଯୋଗ ପ୍ରକ୍ରିୟା ଉପରେ ନିର୍ଭିର କରୁଛି, ଏନେଇ ଆଗାମୀ ଦିନରେ ଆମେରିକା ସିନେଟରେ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦି ଓ୍ବାଶିଂଟନ ଗସ୍ତରେ ଯାଇଥିବାବେଳେ ଟ୍ରମ୍ପଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଥିଲେ ।

ଏହା ପୂର୍ବରୁ ଗତବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିବାବେଳେ ସମୟର ବ୍ୟସ୍ତତା କାରଣରୁ ସେ ଏଥିରେ ଯୋଗଦେଇପାରିନଥିଲେ । ଏକ ଅନ୍ୟ ନିମନ୍ତ୍ରଣ କ୍ରମେ ଗତ ମାସରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍.ଜୟଶଙ୍କର ଆମେରିକୀୟ ପ୍ରତିପକ୍ଷ ମାର୍କସ ଏସପର୍ ଏବଂ ମାଇକ ପମ୍ପିଓଙ୍କ ସହ ଭାରତ ଆମେରିକା ଦ୍ବିପାକ୍ଷିକ କଥାବାର୍ତା ସମୟରେ ଟ୍ରମ୍ପଙ୍କୁ ଭାରତ ଆସିବାକୁ କହିଥିଲେ ।

ପ୍ରଧାମନ୍ତ୍ରୀ ମୋଦି ଯେତେବେଳେ ଗତବର୍ଷ ସେପ୍ଟେମ୍ବରରେ ଆମେରିକା ଗସ୍ତ କରିଥିଲେ ସେତେବେଳେ ଆମେରିକା ରାଷ୍ଟ୍ରପତିଙ୍କୁ ପରିବାର ସହ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ । ଟ୍ରମ୍ପ ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ପୁଣିଥରେ ରାଷ୍ଟ୍ରପତି ପଦବୀ ପାଇବା ଲାଗି ଚେଷ୍ଟା କରିବେ ।

ଦୁଇ ଦେଶେ ମଧ୍ୟରେ ବ୍ୟବସାୟକୁ ନେଇ କେତେକ ସମସ୍ୟା ଦେଖାଦେଇଥିବାବେଳେ ଟ୍ରମ୍ପଙ୍କ ଗସ୍ତ ପରେ ଏହି ବିବାଦର ସମାଧାନ ହୋଇଯାଇପାରେ ବୋଲି ଆଶା କରାଯାଉଛି । ଯଦି ଟ୍ରମ୍ପ ଭାରତ ଆସନ୍ତି ତାହାଲେ ୨୦୦୦ ମସିହା ପରଠାରୁ ୫ମ ଆମେରିକୀୟ ରାଷ୍ଟ୍ରପତି ଭାବେ ଭାରତ ଗସ୍ତ କରିବେ  । ମାର୍ଚ୍ଚ ୨୦୦୦ ମସିହାରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଭାରତକୁ ଆସିଥିଲେ । ପରେ ୨୦୦୬ରେ ତାଙ୍କ ଉତ୍ତରାଧିକାରୀ ଜର୍ଜ ଡବ୍ଲ୍ୟୁ ବୁଶ ଭାରତ ଗସ୍ତରେ ଆସିଥିଲେ । ୨୦୧୦ ଏବଂ ୨୦୧୫ରେ ଆମେରିକା ରାଷ୍ଟ୍ରପତି ଥିବା ବାରାକ ଓବାମା ଦୁଇଥର ଭାରତ ଗସ୍ତରେ ଆସିଥିଲେ ।

 
First published: January 15, 2020, 12:35 PM IST
corona virus btn
corona virus btn
Loading