ଆମେରିକାର ଡ୍ରୋନ ଆକ୍ରମଣରେ ଅଲ-କାଏଦ ମୁଖ୍ୟ ଅଲ-ଜାୱାହିରି ନିହତ

ଆମେରିକାର ଗଣମାଧ୍ୟମ ଅନୁଯାୟୀ ଆଫଗାନିସ୍ତାନ ଅଲ-କାଏଦର ମୁଖ୍ୟ ଆୟମାନ ଅଲ-ଜାୱାହିରି ନିହତ ହୋଇଛନ୍ତି। ସୋମବାର ହ୍ଵାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ଏକ ଡ୍ରୋନ ଆକ୍ରମଣରେ ଜାୱାହିଙ୍କୁ ଟାର୍ଗେଟ କରାଯାଇଥିଲା।

ଅଲ-ଜାୱାହିରି (ପ୍ରତୀକାତ୍ମକ ଛବି)

ଅଲ-ଜାୱାହିରି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଆମେରିକାର ଗଣମାଧ୍ୟମ ଅନୁଯାୟୀ ଆଫଗାନିସ୍ତାନ ଅଲ-କାଏଦର ମୁଖ୍ୟ ଆୟମାନ ଅଲ-ଜାୱାହିରି ନିହତ ହୋଇଛନ୍ତି। ସୋମବାର ହ୍ଵାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ଏକ ଡ୍ରୋନ ଆକ୍ରମଣରେ ଜାୱାହିଙ୍କୁ ଟାର୍ଗେଟ କରାଯାଇଥିଲା। ଏନେଇ ରାଷ୍ଟ୍ରପତି ଜୋ ବାଇଡେନ ଧନ୍ୟବାଦ ଜଣାଇଛନ୍ତି।

ଅଲ-କାଏଦାର ମୁଖ୍ୟ ଆୟମାନ ଅଲ-ଜାୱାହିରୀ ଜଣେ ଇଜିପ୍ଟର ସର୍ଜନ ଥିଲେ। କିନ୍ତୁ ସେ ପରେ ଦୁନିଆର ସବୁଠାରୁ ଭୟଙ୍କର ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ଭାବେ ଗଣା ହୋଇଥିଲେ। ସେ ଥିଲେ ସେପ୍ଟେମ୍ବର ୧୧, ୨୦୦୧ ରେ ସେ ଆମେରିକା ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ। ସେହି ଘଟଣାରେ ପ୍ରାୟ ୩ ହଜାର ଲୋକ ପ୍ରାଣ ହରାଇଥିଲେ।

ଆମେରିକା ଜାୱାହିରୀ ଉପରେ ୨୫ ମିଲିୟନ୍ ଡଲାରର ଅନୁଦାନ ରଖିଥିଲା।  ୨୦୧୧ରେ ପାକିସ୍ତାନରେ ଓସାମା ବିନ୍ ଲାଦେନଙ୍କ ହତ୍ୟା ପରେ ସେ ଅଲ-କାଏଦା ଦେଖୁଥିଲେ। ନ୍ୟୁୟର୍କ ଟାଇମ୍ସ, ୱାଶିଂଟନ୍ ପୋଷ୍ଟ ଓ ସିଏନ୍ଏନ୍ ଅଜ୍ଞାତ ସୂତ୍ରକୁ ଦର୍ଶାଇ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ୨୦୨୧ ଅଗଷ୍ଟ ୨୧ରେ ଆଫଗାନିସ୍ତାନରେ ଅଲ-କାଏଦା ଉପରେ ଆମେରିକାର ପ୍ରଥମ ଡ୍ରୋନ୍ ଷ୍ଟ୍ରାଇକ୍।
Published by:Soumya Das
First published: