ଘରେ ଶୋଇଥିବା ସାନ ଭଉଣୀଙ୍କୁ ଗୁଳି ମାରିଲା ୬ ବର୍ଷର ଭାଇ; ଗିରଫ ହେଲେ ବାପା-ମା'

US Firing: ପ୍ରାୟତଃ ଆମେରିକାରୁ ଫାଇରିଂ କେସ ସାମ୍ନାକୁ ଆସିଥାଏ। ହେଲେ ଏଥର ଏମିତି ଏକ କେସ ସାମ୍ନାକୁ ଆସିଛି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ।

ଘରେ ଶୋଇଥିବା ସାନ ଭଉଣୀଙ୍କୁ ଗୁଳି ମାରିଲା ୬ ବର୍ଷର ଭାଇ

ଘରେ ଶୋଇଥିବା ସାନ ଭଉଣୀଙ୍କୁ ଗୁଳି ମାରିଲା ୬ ବର୍ଷର ଭାଇ

  • Share this:
News18 Odia Digital

US Firing: ଆମେରିକାର ଇଣ୍ଡିଆନାପଲିସ୍ ପ୍ରଦେଶର ମନ୍ସୀ ସହରରୁ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଛଅ ବର୍ଷର ନିରୀହ ଶିଶୁ ବନ୍ଧୁକକୁ ଖେଳନା ଭାବି ଧରିଥିବା ସମୟରେ ଘରେ ଶୋଇଥିବା ପାଞ୍ଚ ବର୍ଷର ସାନ ଭଉଣୀ ମୁଣ୍ଡରେ ଗୁଳି କରି ହତ୍ୟା କରିଛି। ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛି ଭଉଣୀ। ଏହି ପ୍ରସଙ୍ଗରେ କଡ଼ା ପଦକ୍ଷେପ ନେଇ ପୋଲିସ ଅଭିଭାବକଙ୍କୁ ଗିରଫ କରିଛି।

ପ୍ରାୟତଃ ଆମେରିକାରୁ ଫାଇରିଂ ଖବର ଆସିଥାଏ, କିନ୍ତୁ ଏବେ ଶୁଣିବାକୁ ମିଳୁଥିବା ଘଟଣା ହୃଦୟ ବିଦାରକ। ମଙ୍ଗଳବାର ଦିନ ଇଣ୍ଡିଆନପଲିସର ଉତ୍ତର-ପୂର୍ବର ମନ୍ସୀ ସହରରେ ଏହି ଘଟଣା ଘଟିଛି। ପଚରାଉଚରା ବେଳେ ପିଲାମାନଙ୍କର ବାପା ଜୈକବ ଗ୍ରେସନ ପୋଲିସକୁ କହିଥିଲେ ଯେ ତାଙ୍କ ଛଅ ବର୍ଷର ପୁଅ ଘରର ଆଲମାରିରେ ରଖାଯାଇଥିବା ଗୁଳିରେ ଭର୍ତ୍ତି ବନ୍ଧୁକ ବାହାର କରି ଏହାକୁ ଖେଳନା ବୋଲି ଭାବି ସାନ ଭଉଣୀ ଉପରକୁ ଗୁଳି ଚଳାଇଥିଲା। ମୁଣ୍ଡରେ ଗୁଳି ବାଜିବା ପରେ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛି।

ମଂନ୍ସୀ ଡେପୁଟି ପୋଲିସ ମୁଖ୍ୟ ମେଲିସା କ୍ରିସୱେଲଙ୍କ ଅନୁଯାୟୀ ୨୮ ବର୍ଷୀୟ ଗ୍ରେସନ ଓ ତାଙ୍କ ୨୭ ବର୍ଷୀୟ ପତ୍ନୀ କିମ୍ବର୍ଲି ଗ୍ରେସନଙ୍କୁ ଅବହେଳା ଅଭିଯୋଗରେ ଗିରଫ କରାଯାଇଛି।

ମା' ଶୋଇଥିଲେ, ଗୁଳି ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ

ଅନ୍ୟପକ୍ଷରେ ପିଲାଟି ପୋଲିସକୁ ଜଣାଇଛି ଯେ ବାପା-ମା'ଙ୍କ ବୁଡରୁମ ଆଲମାରିର ଚାବି ପାଇଥିଲେ। ଯେତେବେଳେ ତାଲା ଖୋଲିଲେ ତାଙ୍କ ନଜର ବନ୍ଧୁକ ଉପରେ ପଡ଼ିଥିଲା। ଆଉ ସେ ତାଙ୍କୁ ଖେଳନା ଭାବି ସାନ ଭଉଣୀ ଉପରକୁ ଗୁଳି ଚଳାଇଥିଲା। ଘଟଣା ସମୟରେ ତାଙ୍କ ମା' ଶୋଇଥିଲେ। ଗୁଳି ଶବ୍ଦ ଶୁଣି ସେ ହଠାତ ଉଠି ଦେଖିଲା ବେଳେକୁ ଝିଅ ଶେଷ ନିଶ୍ବାସ ତ୍ୟାଗ କରିଥିଲା। ପୁଅର ଏପରି କାମ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପୂର୍ବରୁ ସୁଟିଂ ରେଞ୍ଜକୁ ନେଇଥିଲେ ଦମ୍ପତି

ପିଲାମାନଙ୍କର ମା' କିମ୍ବର୍ଲି ଗ୍ରେସନ ପୋଲିସକୁ କହିଛନ୍ତି ଯେ ସେ ଓ ତାଙ୍କ ସ୍ୱାମୀ ପୁଅକୁ ବନ୍ଧୁକ ବ୍ୟବହାର କରିବା ଶିଖାଇବା ପାଇଁ କିଛି ଦିନ ପୂର୍ବରୁ ସୁଟିଂ ରେଞ୍ଜକୁ ନେଇଥିଲେ।

ସାତ ମାସ ମଧ୍ୟରେ ୩୦୦ରୁ ଅଧିକ ଗୁଳି ବିନିମୟ

ଆମେରିକାର ବନ୍ଧୁକ କଲଚର ହେତୁ ଏଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ଚଳିତ ବର୍ଷ ସାତ ମାସ ମଧ୍ୟରେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଘଟଣା ଘଟିଛି। ବଢୁଥିବା ଘଟଣାକୁ ଦୃଷ୍ଟିରେ ରଖି ଜୁନ ୨୨ରେ ଆମେରିକାର ଆଇନଜୀବୀମାନେ ବନ୍ଧୁକ ସୁରକ୍ଷା ବିଲ୍ ଅନୁମୋଦନ କରିଛନ୍ତି, ଯାହା ଦ୍ବାରା ଏହିପରି ଘଟଣାକୁ ରୋକାଯାଇପାରିବ। ମେ ୨୪ରେ ଟେକ୍ସାସରେ ହୋଇଥିବା ଗୁଳି ବିନିମୟରେ ୧୯ ପିଲାଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା। ସେହି ମାସରେ ସ୍ୱାଧୀନତା ଦିବସ ପାଳନ ସମୟରେ ଗୁଳି ବିନିମୟରେ ଛଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୧ ଜଣ ଆହତ ହୋଇଥିଲେ।
Published by:Lipina Das
First published: