ଆମେରିକାର କୋର୍ଟ ପିଏମ ମୋଦୀ-ଅମିତ ଶାହାଙ୍କ ଉପରେ ଲାଗିଥିବା ୭.୩୬ ବିଲିୟନ ଟଙ୍କାର ଏକ ମାମଲାକୁ ଖାରଜ କଲେ

American Court Case Dismisses Pm Modi And Amit Shah: ଆମେରିକାର ଏକ କୋର୍ଟ (American Court) ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ (AMit Shah) ବିରୋଧରେ ୧୦୦ ମିଲିୟନ୍ ଡଲାର ଅର୍ଥାତ୍ ୭,୩୬,୪୭,୦୦,୦୦୦ ଟଙ୍କାର ଏକ ମାମଲାକୁ ଖାରଜ କରିଦେଇଛନ୍ତି ।

ଆମେରିକାର କୋର୍ଟ ପିଏମ ମୋଦୀ-ଅମିତ ଶାହାଙ୍କ ଉପରେ ଲାଗିଥିବା ୭.୩୬ ବିଲିୟନ ଟଙ୍କାର ଏକ ମାମଲାକୁ ଖାରଜ କଲେ
ଆମେରିକା କୋର୍ଟ ପ୍ରଧାନ ମନ୍ତ୍ରୀ ମୋଦୀ ଓ ଗୃହ ମନ୍ତ୍ରୀ ଶାହାଙ୍କ ବିରୋଧରେ ମାମଲାକୁ ହଟାଇ ନେଇଛି । ( ଫାଇଲ୍ ଫଟୋ: PTI)
  • News18 Odia
  • Last Updated: December 15, 2020, 5:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ୱାଶିଂଟନ୍: ଆମେରିକାର ଏକ କୋର୍ଟ (American Court) ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ (AMit Shah) ବିରୋଧରେ ୧୦୦ ମିଲିୟନ୍ ଡଲାର ଅର୍ଥାତ୍ ୭,୩୬,୪୭,୦୦,୦୦୦ ଟଙ୍କାର ଏକ ମାମଲାକୁ ଖାରଜ କରିଦେଇଛନ୍ତି । ବିଚ୍ଛିନ୍ନତାବାଦୀ କାଶ୍ମୀର-ଖାଲିସ୍ତାନ ଦଳ ଓ ଅନ୍ୟ ଦୁଇ ଜଣଙ୍କ ଦ୍ୱାରା ଏହି ମାମଲା ଦାୟର କରାଯାଇଥିଲା । ଏହି ମାମଲାର ଶୁଣାଣି ହେବାର ଦୁଇଟି ତାରିଖରେ ଆବେଦନକାରୀମାନେ ହାଜର ହୋଇପାରିନଥିଲେ । ୧୯ ସେପ୍ଟେମ୍ବର ୨୦୧୯ ରେ ଟେକ୍ସାସର ହ୍ୟୁଷ୍ଟନରେ ଅନୁଷ୍ଠିତ "ହାଉଡ଼ି ମୋଦୀ" ଇଭେଣ୍ଟ ପରେ ଏହି ମକଦ୍ଦମା ଦାୟର କରାଯାଇଥିଲା ।

ଲେଫ୍ଟ ଜେନେରାଲ କାନୱାଲ ଜିତ ସିଂ ଧିଲ୍ଲୋଙ୍କ ଉପରେ ମଧ୍ୟ ଥିଲା ମାମଲା
ଭାରତ ସଂସଦର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଯେଉଁଥିରେ ଜମ୍ମୁ କାଶ୍ମୀରର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ରଦ୍ଦ କରାଯାଇଥିଲା । ଆବେଦନକାରୀମାନେ ନରେନ୍ଦ୍ର ମୋଦୀ, ଅମିତ ଶାହା ଓ ଲେଫ୍ଟନାଣ୍ଟ ଜେନେରାଲ କାନୱାଲ ଜିତ ସିଂ ଧିଲ୍ଲୋଙ୍କଠାରୁ କ୍ଷତିପୂରଣ ହିସାବରେ ୧୦୦ ମିଲିୟନ୍ ଡଲାର ଦାବି କରିଥିଲେ। ଧିଲ୍ଲୋ ବର୍ତ୍ତମାନ ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସିର ମହାନିର୍ଦ୍ଦେଶକ ଓ ପ୍ରତିରକ୍ଷା କର୍ମଚାରୀ (ସିଡିଏସ୍) ଅଧୀନରେ ଇଣ୍ଟିଗ୍ରେଟେଡ୍ ଡିଫେନ୍ସ ଷ୍ଟାଫ୍ଙ୍କ ଡେପୁଟି ଚିଫ୍ ଅଟନ୍ତି ।

ଆବେଦନକାରୀ ଦୁଇଟି ତାରିଖରେ ହାଜର ହୋଇନଥିଲେ
ଅକ୍ଟୋବର 6 ତାରିଖର ଏକ ଆଦେଶରେ ଆମେରିକାର ଦକ୍ଷିଣ ଟେକ୍ସାସ୍ ଜିଲ୍ଲା କୋର୍ଟର ଜଜ୍ ଫ୍ରାନ୍ସିସ୍ ଏଚ୍ ଷ୍ଟାସି କହିଛନ୍ତି ଯେ 'ଖାଲିସ୍ତାନ ରେଫେରେଣ୍ଡ ଫ୍ରଣ୍ଟ' ଏହି ମାମଲା ଅନୁସରଣ କରିବା ପାଇଁ କିଛି କରି ନାହିଁ ଓ ଦୁଇଥର ଶୁଣାଣି ତାରିଖ ଧାର୍ଯ୍ୟ କରାଯାଇଛି । କିନ୍ତୁ ସେଠାରେ ଉପସ୍ଥିତ ନଥିଲେ । ଏହା ସହ ବିଚାରପତି ଏହି ମାମଲାକୁ ଖାରଜ କରିଦେଇଥିଲେ ।

୨୨ ଅକ୍ଟୋବରରେ ଜଜ୍ ଆଣ୍ଡ୍ରିୟୁ ହାନେନ୍ ଟେକ୍ସାସ୍ ଜିଲ୍ଲା କୋର୍ଟରେ ଏହି ମାମଲା ଶେଷ କରିଥିଲେ । 'କାଶ୍ମୀର ଖାଲିସ୍ତାନ ରେଫେରେଣ୍ଡ ଫ୍ରଣ୍ଟ' ବ୍ୟତୀତ ଅନ୍ୟ ଦୁଇ ଆବେଦନକାରୀଙ୍କ ପରିଚୟ ମିଳିପାରି ନାହିଁ ।
Published by: Jagdish Barik
First published: December 15, 2020, 5:40 PM IST
corona virus btn
corona virus btn
Loading