US Capitol Violence: ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ସବୁଦିନ ପାଇଁ ସସ୍ପେଣ୍ଡ ହେଲା; କମ୍ପାନୀ କହିଲା - ସେ ହିଂସା ସୃଷ୍ଟି କରିପାରନ୍ତି

US Capitol Violence: ଟ୍ୱିଟର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ସସ୍ପେଣ୍ଡ କରିଦେଇଛି । ଏହି ପଦକ୍ଷେପକୁ 'ଟିମ୍ ଟ୍ରମ୍ପ'ର ଟ୍ୱିଟର ହ୍ୟାଣ୍ଡେଲ ସମାଲୋଚନା କରି କୁହାଯାଇଛି ଯେ ଆମକୁ ନୀରବ କରାଯାଇପାରିବ ନାହିଁ । ଏହା ପରେ ଟ୍ୱିଟର ମଧ୍ୟ ସେହି ଆକାଉଣ୍ଟକୁ ମଧ୍ୟ ସସ୍ପେଣ୍ଡ କରିଦେଇଛି ।

US Capitol Violence: ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ସବୁଦିନ ପାଇଁ ସସ୍ପେଣ୍ଡ ହେଲା; କମ୍ପାନୀ କହିଲା - ସେ ହିଂସା ସୃଷ୍ଟି କରିପାରନ୍ତି
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (ଫଟୋ-ଏପି)
  • News18 Odia
  • Last Updated: January 9, 2021, 11:34 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ୱାଶିଂଟନ୍: ମାଇକ୍ରୋ-ବ୍ଲଗିଂ ସାଇଟ୍ ଟ୍ୱିଟର (Twitter) ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସବୁଦିନ ପାଇଁ ସସ୍ପେଣ୍ଡ କରିଦେଇଛି । ଆମେରିକାର କ୍ୟାପିଟାଲ ହିଂସା ପରେ ଟ୍ୱିଟର ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି । କମ୍ପାନୀ ତରଫରୁ କୁହାଯାଇଛି ଯେ ଟ୍ରମ୍ପ ହିଂସା ସୃଷ୍ଟି କରିପାରନ୍ତି ବୋଲି ସେମାନେ ଭୟ କରୁଛନ୍ତି । ଏହାପୂର୍ବରୁ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ୧୨ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା । ସେତେବେଳେ ତାଙ୍କୁ ଚେତାବନୀ ଦିଆଯାଇଥିଲା ଯେ ତାଙ୍କ ଟ୍ୱିଟର ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇପାରେ ।

ଟ୍ୱିଟର ବୁଧବାର ଦିନ ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ସସ୍ପେଣ୍ଡ କରିଥିଲା ଓ ଏକ ଭିଡିଓ ସମେତ ତାଙ୍କର ତିନୋଟି ଟ୍ୱିଟକୁ ମଧ୍ୟ ଡିଲିଟ କରିଦେଇଥିଲା । ବର୍ତ୍ତମାନ କମ୍ପାନୀ ତାଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ସସ୍ପେଣ୍ଡ କରିଦେଇଛି । ଏହି ପଦକ୍ଷେପକୁ 'ଟିମ୍ ଟ୍ରମ୍ପ'ର ଟ୍ୱିଟର ହ୍ୟାଣ୍ଡେଲ ସମାଲୋଚନା କରି କୁହାଯାଇଛି ଯେ 'ଆମକୁ ନୀରବ କରାଯାଇପାରିବ ନାହିଁ । ଟ୍ୱିଟରରେ କୌଣସି ଅଭିବ୍ୟକ୍ତିର ସ୍ୱାଧୀନତା ନାହିଁ ।' ଏହା ପରେ ଟ୍ୱିଟର ମଧ୍ୟ ସେହି ଆକାଉଣ୍ଟକୁ ମଧ୍ୟ ସସ୍ପେଣ୍ଡ କରିଦେଇଛି ।

ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ସବୁଦିନ ପାଇଁ ସସ୍ପେଣ୍ଡ ହେଲା






ଟ୍ୱିଟର ଯୁକ୍ତି ଏହା ଯେ ଟ୍ରମ୍ପ ତାଙ୍କ ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଛନ୍ତି । ଟ୍ୱିଟରର ଏହି କାର୍ଯ୍ୟ ପରେ ଟ୍ରମ୍ପ ପରାମର୍ଶଦାତା ଜେସନ ମିଲର ଟ୍ୱିଟ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଫେସବୁକ୍ ମଧ୍ୟ ଆକ୍ସନ୍ ନେଇଛି
ଏହାପୂର୍ବରୁ ଫେସବୁକ୍ ମଧ୍ୟ ବୁଧବାର ଦିନ ଦୁଇଟି ପଲିସିର ଉଲ୍ଲଂଘନ ପାଇଁ ଟ୍ରମ୍ପଙ୍କ ଫେସବୁକ୍ ଆକାଉଣ୍ଟକୁ ୨୪ ଘଣ୍ଟା ପାଇଁ ସସ୍ପେଣ୍ଡ କରିଥିଲା । ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଗୁରୁବାର କହିଛନ୍ତି ଯେ ବିଡେନ ଶପଥ ଗ୍ରହଣ ନକରିବା ପର୍ଯ୍ୟନ୍ତ ଦେଶର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେସବୁକ ଓ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ ନାହିଁ । ଏହି ଶପଥ ଗ୍ରହଣ ସମାରୋହ ୨୦ ଜାନୁଆରୀରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଆମେରିକା ସଂସଦ ଭବନରେ କଣ ହୋଇଥିଲା?
ବୁଧବାର ଦିନ ହଜାର ହଜାର ଟ୍ରମ୍ପ ସମର୍ଥକ ଆମେରିକାର କ୍ୟାପିଟାଲରେ ପ୍ରବେଶ କରିଥିଲେ । ସଂସଦର ମିଳିତ ଅଧିବେଶନକୁ ବନ୍ଦ କରିବାକୁ ସେମାନେ ସମସ୍ତେ ଚେଷ୍ଟା କରିଥିଲେ । ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ନୂତନ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ବିଜୟ ଯେତେବେଳେ ସଂସଦର ମିଳିତ ଅଧିବେଶନରେ ନିଶ୍ଚିତ ହେଉଥିଲା ସେତବେଳେ ଟ୍ରମ୍ପ ସମର୍ଥକମାନେ ମଧ୍ୟ ପୋଲିସ ସହିତ ସଂଘର୍ଷ କରିଥିଲେ । ଏହି ଘଟଣାରେ ଚାରି ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଯେଉଁମାନେ କ୍ୟାପିଟାଲ ବିଲଡିଂରେ ପ୍ରବେଶ କରିଥିଲେ । ଟ୍ରମ୍ପ ତାଙ୍କୁ ଟ୍ୱିଟରରେ ଦେଶପ୍ରେମୀ ବୋଲି କହିଛନ୍ତି ।
Published by: Jagdish Barik
First published: January 9, 2021, 11:23 AM IST
corona virus btn
corona virus btn
Loading